ସମ୍ପର୍କକୁ ମଜବୁତ କରେ ଆଲିଙ୍ଗନ – ଦିନକୁ କେତେଥର ଆଲିଙ୍ଗନ କରିବା ଉଚିତ?

Spread the love

ଆଲିଙ୍ଗନ କହିଦିଏ ଜଣେ ଜଣଙ୍କ ପ୍ରତି କେତେ ସମର୍ପିତ, କେତେ ପ୍ରତିବଦ୍ଧ । ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ବାସ ଓ ବନ୍ଧୁତାର ବତୀଘର, ମମତାର ମହକ, ଭାଇଚାରାର ବାର୍ତ୍ତାବହ । ଏକ ନିର୍ଭେଜାଲ ଆଲିଙ୍ଗନ ହିଁ କହିଦିଏ ଗୋଟେ ନିସ୍ବାର୍ଥ ମନ ତଳର ଅକୁହା କଥା । କେବେ ଆଲିଙ୍ଗନ ଶତ୍ରୁ କୁ ମିତ୍ର କରିଦିଏ ତ କେବେ ବର୍ଷ ବର୍ଷର ତିକ୍ତତା ଗୋଟେ ମିଠା ଆଲିଙ୍ଗନରେ ମେଣ୍ଟିଯାଏ ।

ପ୍ରେମ ସପ୍ତାହର ଷଷ୍ଠ ଦିବସ ହେଉଛି ଆଲିଙ୍ଗନ ଦିବସ ବା ହଗ୍ ଡେ’ । ୧୨ ଫେବୃୟାରୀ ୨୦୨୫ ବୁଧବାର ଏହି ଦିବସ ପଡିଛି । ଏହି ଦିନ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ପ୍ରତୀକ୍ଷିତ ଦିନ । ଏହି ଦିନକୁ ଅପେକ୍ଷା କରିଥାନ୍ତି ଅନେକ ପ୍ରେମୀଯୁଗଳ । କାରଣ ପାଖରେ ବସି କଥା ହେବା, ଚିଠି ଦେବା, ଗୋଲାପ ଦେଇ ପ୍ରପୋଜ କରିବା ପରେ ଆହୁରି ଅନେକ କଥା ଛାତିତଳେ ରହିଯାଇଥାଏ ଯାହା କହି ହୋଇନଥାଏ । ତେଣୁ ଏହି ଆଲିଙ୍ଗନ ଦିବସରେ ହିଁ ଏକ ନରମ ସ୍ପର୍ଶରେ ଛାତିର ଅହୁକା କଥାକୁ ପ୍ରେମୀଯୁଗଳ ନିଜ ନିଜ ସାଥୀଙ୍କୁ କହିଥାନ୍ତି… ଖାଲି ପ୍ରେମୀଯୁଗଳ କାହିଁକି ଆଲିଙ୍ଗନ କିଏ ବି କାହାକୁ କରିପାରେ… ତେବେ ଆସନ୍ତୁ ଜାଣିବା ଜୀବନରେ ଆଲିଙ୍ଗନର ଆବଶ୍ୟକତା କେତେ ? ଆଲିଙ୍ଗନ କଲେ କେଉଁ ଲାଭ ମିଳେ ?

ଆଲିଙ୍ଗନ କଲେ ଫାଇଦା କଣ?

-ଆଲିଙ୍ଗନକୁ ଅନେକ ଔଷଧ ବୋଲି କୁହନ୍ତି, କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ, ଔଷଧ ପରି କାମ କରେ
-ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନକୁ ଏକ ଥେରାପିରେ ଗଣାଯାଏ
-ଗବେଷଣା କୁହେ, ଦିନକୁ ୮ ଥର ଆଲିଙ୍ଗନ କରିବା ଦ୍ବାରା ମାନସିକ ସ୍ତରରେ ମଣିଷ ସୁସ୍ଥ ରୁହେ ଏବଂ ଦିନକ ୧୨ ଥର ଆଲିଙ୍ଗନ ଶରୀରକୁ ସୁସ୍ଥ ରଖେ
-ଆଲିଙ୍ଗନ ଚାପଗ୍ରସ୍ତ ଜୀବନକୁ ମୁକ୍ତିଦିଏ, ମନ ପ୍ରଫୁଲ୍ଲ ରୁହେ
-ଆଲିଙ୍ଗନ କରିଦେଲେ ସବୁ ଅବସାଦ ଦୂର ହୁଏ, ହାର୍ଟ ଆଟାକ୍ ସମସ୍ୟା ନ ଉପୁଜିବାର ସମ୍ଭାବନା ଥାଏ
-ଆଲିଙ୍ଗନ ସମୟରେ ଦେହରୁ ଅକ୍ସିଟୋସିନ୍ ହରମୋନ କ୍ଷରଣ ହୁଏ, ଯାହା ମନରେ ଖୁସି ଭରେ ଏବଂ ଯାହାକୁ ଆଲିଙ୍ଗନ କରୁଛେ ତା ସହ ସମ୍ପର୍କ ସୁଦୃଢ ହୁଏ
– ଅକ୍ସିଟୋସିନ୍ ହରମୋନ କ୍ଷରଣ ଦ୍ବାରା ରକ୍ତଚାପ ହ୍ରାସ ହୁଏ
-ଆଲିଙ୍ଗନ ଆମକୁ ଖୁସି ଦିଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ
-ନିବିଡ ଆଲିଙ୍ଗନ ଦାମ୍ପତ୍ୟ ଜୀବନକୁ ମଧୁମୟ କରେ, ନିମିଷକରେ ସବୁ ରାଗରୁଷା ଦୂର ହେଇଯାଏ
-ଆଲିଙ୍ଗନ ମନୋବଳ ବଢାଏ, ଶରୀରରେ ଉର୍ଜା ଭରେ, ମନରେ ସକରାତ୍ମକ ଶକ୍ତି ଭରେ

ତେଣୁ ନିଜ ଜୀବନ ସାଥୀ ହେଉ କି ଆପଣାର ପ୍ରିୟ ମଣିଷ, ତାକୁ ମନଇଚ୍ଛା ଆଲିଙ୍ଗନ କରନ୍ତୁ … ଦେଖିବେ ସମ୍ପର୍କ ସୁଦୃଢ ହେବ ଆଉ ଶରୀର ସୁସ୍ଥ ରହିବ ।


Spread the love

Leave A Reply

Your email address will not be published.