NPCI ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ ପେମେଂଟ ସୁରକ୍ଷା ସଚେତନତାର ପ୍ରସାର

Spread the love

ଭୁବନେଶ୍ୱର: ଡିଜିଟାଲ ପେମେଂଟ ବରିଷ୍ଠ ନାଗରିକମାନଙ୍କ ନିତିଦିନିଆ ଜୀବନରେ ପରିବର୍ତ୍ତନ ଆଣିଛି। ଗ୍ରୋସରି, ଔଷଧ କିଣିବା ଓ ଯାତାୟାତ ବୁକିଂକୁ ସହଜ କରିଛି। ନିତିଦିନିଆ ଆବଶ୍ୟକତା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭରଶୀଳ ନ ରହି ନିଜେ ପେମେଂଟ କରିବାରେ ଏହା ବରିଷ୍ଠ ନାଗରିକମାନଙ୍କୁ ସଶକ୍ତ କରିଛି। ନଗଦ ଟଙ୍କା ନେବାକୁ ପଡ଼ୁନଥିବାରୁ ଏହା ସୁରକ୍ଷା ଓ ନିୟନ୍ତ୍ରଣ ପ୍ରଦାନ କରୁଥିବା ବେଳେ ଚୋରିର ଆଶଙ୍କା କମ କରିଛି। ପ୍ରତିଟି ପେମେଂଟର ନଥି ରହୁଛି। ଡିଜିଟାଲ ପେମେଂଟ ସାଧାରଣ ଘଟଣାରେ ପରିଣତ ହେବା ପରେ ସାମାଜିକ ଇଞ୍ଜିନିୟରିଂକୁ ବ୍ୟବହାର କରି ଠକମାନେ ଠକେଇ କରିବାକୁ ଉଦ୍ୟମ କରୁଛି। ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ଉପାୟରେ ଟାର୍ଗେଟ କରାଯାଉଛି।

Also Read : ଏପ୍ରିଲ୍ ୨୨ ରେ ଖୋଲିବ ବାବା କେଦାରନାଥଙ୍କ କପାଟ,୬ ମାସ ଯାଏଁ ଚାଲିବ କେଦାରନାଥ ଯାତ୍ରା

ଠକମାନେ ଆପଣାଇଥିବା ଏକ ପ୍ରମୁଖ ପଦ୍ଧତି ହେଉଛି ଡିଜିଟାଲ ଆରେଷ୍ଟ ଯେଉଁଥିରେ ମିଛ ମାମଲାରେ ଫସାଇ ଓ ଚାପଗ୍ରସ୍ତ କରି ବରିଷ୍ଠ ନାଗରିକମାନଙ୍କଠାରୁ ଗୋପନୀୟ ବ୍ୟକ୍ତିଗତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି। ମନେ ରଖନ୍ତୁ ସରକାର କିମ୍ବା କୌଣସି ସରକାରୀ ଏଜେନ୍ସି କେବେ ତଦନ୍ତ ପାଇଁ ଫୋନ ଓ ଭିଡିଓ କଲରେ ଟଙ୍କା ମାଗନ୍ତି ନାହିଁ। ଦ୍ୱିତୀୟ ବଡ଼ ଚାଲ ହେଉଛି ନିବେଶ ଠକେଇ। ଏଥିରେ ଠକମାନେ ଆର୍ôଥକ ବିଶେଷଜ୍ଞ ଭାବେ ନିଜକୁ ଏକ ଲୋକପ୍ରିୟ ସଂସ୍ଥାର ପ୍ରତିନିଧି ଭାବେ ପରିଚୟ ଦେଇ ଅଧିକ ରିଟର୍ଣ୍ଣ ପାଇବାର ଲୋଭ ଦେଖାଇ ଠକିବାକୁ ଉଦ୍ୟମ କରନ୍ତି। ମନେ ରଖନ୍ତୁ ଯଦି କୌଣସି ନିବେଶ ପ୍ରସ୍ତାବ ଅତି ଭଲ ଲାଗେ ତେବେ ତାହା ଠକେଇ ହୋଇଥାଇପାରେ ବୋଲି ଧରିନିଅନ୍ତୁ।
ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ଅନ୍ୟ ପଦ୍ଧତିଗୁଡ଼ିକ ହେଉଛି ଫିସିଂ ଓ ଭିସିଂ ସ୍କାମ ଯେଉଁଥିରେ ଇମେଲ, ମେସେଜ ଓ କଲ ଜରିଆରେ ବ୍ୟାଙ୍କ କିମ୍ବା ସରକାରୀ ସଂସ୍ଥାର ପ୍ରତିନିଧି ଭାବେ ପରିଚୟ ଦେଇ ଓଟିପି ଓ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ଠକମାନେ ଉଦ୍ୟମ କରନ୍ତି। ଅନ୍ୟତମ ପଦ୍ଧତି ହେଉଛି ଟେକ ସପୋର୍ଟ ସ୍କାମ ଯେଉଁଥିରେ ନିର୍ଦ୍ଦିଷ୍ଟ ଫାଇଲ ଡାଉନଲୋଡ କରିବାକୁ ବରିଷ୍ଠ ନାଗରିକମାନଙ୍କୁ ପ୍ରବର୍ତ୍ତାଇ ଠକେଇ କରିବାକୁ ଉଦ୍ୟମ କରାଯାଏ। ରିଫଣ୍ଡ ଓ ପେମେଂଟ ଲିଙ୍କ ମାଧ୍ୟମରେ ମଧ୍ୟ ଠକେଇ କରିବାକୁ ଉଦ୍ୟମ ହେଉଛି।

Also Read : ଟିଭିଏସ ମୋଟର ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ‘ରଣ ଉତ୍ସବ’ରେ ଅଂଶଗ୍ରହଣ; ମୋଟରସାଇକଲ ଜରିଆରେ ଅନୁଭୂତି ଅଧାରିତ ପର୍ଯ୍ୟଟନର ପ୍ରସାର

ଠକେଇରୁ ବର୍ତ୍ତିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ଟିପସ ଏଠାରେ ପ୍ରଦାନ କରାଯାଇଛି। କେବେବି ୟୁପିଆଇ ପିନ, ଓଟିପି, ପାସୱାର୍ଡ, ବ୍ୟାଙ୍କ ବିବରଣୀ ଓ ଲଗ ଇନ ବିବରଣୀ କାହାକୁ ଦିଅନ୍ତୁ ନାହିଁ। ଅଜଣା ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଓ ଅଜଣା ଆପ ଇନଷ୍ଟଲ କରନ୍ତୁ ନାହିଁ। ଅଜଣା ଲୋକଙ୍କ ସହ ସ୍କ୍ରିନ ସେୟାର କରନ୍ତୁ ନାହିଁ। କୌଣସି ନିବେଶ ଅତି ଭଲ ଲାଗୁଥିଲେ ତାହାର ଯଥାର୍ଥତା ଆକଳନ କରିବା ପାଇଁ ସେବି, ରିଜର୍ଭ ବ୍ୟାଙ୍କ ଭଳି ୱେବସାଇଟରେ ଯାଂଚ କରନ୍ତୁ। ଯଦି କେହି ତରବର କରୁଛି ତେବେ ଅଟକି ଯାଆନ୍ତୁ ଓ କିଛି ସମୟ ଭାବନ୍ତୁ। ଯଦି କେହି ଆଇନ କାନୁନ ନାଁରେ ହଇରାଣ କରିବାକୁ ଉଦ୍ୟମ କରୁଛି ତେବେ ଭୟଭୀତ ହୁଅନ୍ତୁ ନାହିଁ। ପ୍ରକୃତ ସରକାରୀ ସଂସ୍ଥା କିମ୍ବା ଏଜେନ୍ସି ମାମଲାର ତଦନ୍ତ କିମ୍ବା ଟଙ୍କା ମାଗିବା ପାଇଁ କେବେବି ଫୋନ କିମ୍ବା ଭିଡିଓ କଲ କରନ୍ତି ନାହିଁ।

Also Read : ଟିମ୍ ଇଣ୍ଡିଆର ବିଜୟ ପାଇଁ ସ୍ବତନ୍ତ୍ର ପୂର୍ଜାଚ୍ଚନା, ମନ୍ତ୍ର ଉଚ୍ଚାରଣ ସହିତ ମହାକାଳ ମନ୍ଦିରରେ ହେଲା ଜଳାଭିଷେକ

ଯଦି ଆପଣ କିଛି କାର୍ଯ୍ୟକଳାପକୁ ଠକେଇ ବୋଲି ସନ୍ଦେହ କରୁଛନ୍ତି ତେବେ ତୁରନ୍ତ ୧୯୩୦ରେ କଲ କରି କିମ୍ବା ଟେଲିକମ ବିଭାଗର ସଂଚାର ସାଥୀ ୱେବସାଇଟ ଜରିଆରେ ଜଣାନ୍ତୁ। ନିଜ ବ୍ୟାଙ୍କକୁ ମଧ୍ୟ ସେ ବିଷୟରେ ଜଣାଇପାରିବେ। ସବୁ ବେଳେ ମେସେଜ ସେଭ ରଖନ୍ତୁ, ସ୍କ୍ରିନସଟ ନିଅନ୍ତୁ। ନିଜ ପରିବାର ସଦସ୍ୟ ଓ ବିଶ୍ୱସ୍ତ ପଡ଼ୋଶୀଙ୍କ ସାହାଯ୍ୟ ନେବାକୁ ଭୁଲନ୍ତୁ ନାହିଁ। ଡିଜିଟାଲ ପେମେଂଟ ହେଉଛି ଦୃଢ଼ ଓ ସୁରକ୍ଷିତ ବ୍ୟବସ୍ଥା। ସଚେତନତା ଓ ଶାନ୍ତ ପ୍ରମାଣୀକରଣ ଜରିଆରେ ବରିଷ୍ଠ ନାଗରିକମାନେ ତାହାକୁ ବିଶ୍ୱାସର ସହ ପ୍ରତିଦିନ ବ୍ୟବହାର କରିପାରିବେ।


Spread the love

Leave A Reply

Your email address will not be published.