Birla Global University : ପ୍ରଥମ ବ୍ୟାଚ ଫାଇନାନ୍ସିଆଲ ଟେକ୍ନୋଲୋଜିରେ MBA ପାଇଁ ଆବେଦନ ଆମନ୍ତ୍ରଣ

Spread the love

– ଏହି କାର୍ଯ୍ୟକ୍ରମ ଡିଜିଟାଲ ଅର୍ଥନୀତି ପରିବେଶ ପାଇଁ ଭବିଷ୍ୟତମୁଖୀ ଫିନ୍‌ଟେକ୍ ନେତୃତ୍ୱ ଗଢ଼ି ତୋଳିବାରେ କେନ୍ଦ୍ରିତ

ଭୁବନେଶ୍ୱର: (Birla Global University) ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଏହାର ଫାଇନାନ୍ସିଆଲ ଟେକ୍ନୋଲୋଜି (Fintech)ରେ MBA କାର୍ଯ୍ୟକ୍ରମ ର ପ୍ରଥମ ବ୍ୟାଚ (୨୦୨୬–୨୮) ପାଇଁ ଆବେଦନ ଆମନ୍ତ୍ରଣ କରୁଛି। ଏହି କାର୍ଯ୍ୟକ୍ରମ ଟି ବ୍ୟାଙ୍କିଂ, ଫିନ୍‌ଟେକ୍‌, ପରାମର୍ଶ ଏବଂ ଡିଜିଟାଲ ଆର୍ôଥକ ସେବା କ୍ଷେତ୍ରରେ ଅର୍ଥ ଓ ପ୍ରଯୁକ୍ତିର ସଙ୍ଗମସ୍ଥଳରେ କାର୍ଯ୍ୟକ୍ଷମ ଭାବେ କାମ କରିପାରୁଥିବା ପ୍ରଶିକ୍ଷିତ ପେଶାଦାରମାନଙ୍କ ପ୍ରତି ବଢୁଥିବା ଶିଳ୍ପ ଚାହିଦାକୁ ପୂରଣ କରିବା ପାଇଁ ରୂପାୟିତ। ଏହା ବିଶ୍ୱ ଅର୍ଥନୀତିର ସବୁଠାରୁ ଦ୍ରୁତ ବୃଦ୍ଧିଶୀଳ ଏବଂ ନବୀନତାମୂଳକ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଗୋଟିଏରେ ଭବିଷ୍ୟତମୁଖୀ କ୍ୟାରିୟର ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପସନ୍ଦ। ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟରେ, ଯେଉଁଥିରେ ବହୁଶାଖୀୟ ଶିକ୍ଷା, ଅନୁଭୂତିମୂଳକ ଶିକ୍ଷା ଏବଂ କ୍ଷମତାଆଧାରିତ ପରିଣାମରେ ଜୋର ଦିଆଯାଇଛି, ବିଜିୟୁ ପ୍ରଯୁକ୍ତିନିର୍ଭର ଆର୍ଥିକ ନେତୃତ୍ୱରେ ଦୃଢ଼ କେନ୍ଦ୍ରବିନ୍ଦୁ ସହ ତାହାର ପରିଚାଳନା ଶିକ୍ଷା ପୋର୍ଟଫୋଲିଓକୁ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବିଜିୟୁରେ ଫାଇନାନ୍ସିଆଲ ଟେକ୍ନୋଲୋଜିରେ ଏମ୍‌ବିଏ କାର୍ଯ୍ୟକ୍ରମ ଟି ଡିଜିଟାଲ ବ୍ୟାଙ୍କିଂ, ବ୍ଲକ୍‌ଚେନ୍‌, ଆର୍ଥିକ ବିଶ୍ଳେଷଣ, ଆଲ୍‌ଗୋରିଥମିକ ଟ୍ରେଡିଂ,ରିସ୍କ ପରିଚାଳନା ଏବଂ କୃତ୍ରିମ ମେଧାନିର୍ଭର ଆର୍ଥିକ ସେବାର ପରିବର୍ତ୍ତନଶୀଳ ପରିଦୃଶ୍ୟକୁ ସମ୍ଭାଳିବାରେ ସକ୍ଷମ ଭବିଷ୍ୟତମୁଖୀ ପେଶାଦାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଗଠିତ। କାର୍ଯ୍ୟକ୍ରମ ଦ୍ରୁତ ପରିବର୍ତ୍ତନଶୀଳ ଫିନ୍‌ଟେକ୍ ପରିବେଶରେ ନେତୃତ୍ୱ ଭୂମିକା ପାଇଁ ସ୍ନାତକମାନଙ୍କୁ ସଜାଇବା ନିମନ୍ତେ ପ୍ରାୟୋଗିକ ଅନୁଭବ ଓ ଶିଳ୍ପସମନ୍ୱିତ ଶିକ୍ଷାରେ ମଧ୍ୟ ଜୋର ଦେଇଥାଏ।

Also Read : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ରେ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ଲୋକନୀତି ଉପେର ମାନବ ସମ୍ପଦ ସମ୍ମିଳନୀ ଆୟୋଜିତ

ଫାଇନାନ୍ସିଆଲ ଟେକ୍ନୋଲୋଜି(Financial Technology)ରେ ଏମ୍‌ବିଏ କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତାଗୁଡ଼ିକ:

  • ବହୁଶାଖୀୟ ପାଠ୍ୟକ୍ରମ:ଆବଶ୍ୟକ ପରିଚାଳନା ଶିକ୍ଷା ସହ ଆର୍ଥିକ ସେବା, ଫିନ୍‌ଟେକ୍‌, ବ୍ଲକ୍‌ଚେନ୍‌, କୃତ୍ରିମ ମେଧା, ଡିଜିଟାଲ ପେମେଣ୍ଟ ଏବଂ ରିସ୍କ ପରିଚାଳନାର ସମନ୍ୱୟ।
  • ପ୍ରଯୁକ୍ତିନିର୍ଭର ଶିକ୍ଷା:ଆର୍ଥିକ ମଡେଲିଂ, ତଥ୍ୟ ବିଶ୍ଳେଷଣ, ଅର୍ଥ କ୍ଷେତ୍ରରେ ମେସିନ୍ ଲର୍ଣ୍ଣିଂ ଏବଂ ଫିନ୍‌ଟେକ୍ ଉପରେ ଗୁରୁତ୍ୱ।
  • ଶିଳ୍ପସମନ୍ୱିତ କାର୍ଯ୍ୟକ୍ରମ:ବ୍ୟାଙ୍କ, ଫିନ୍‌ଟେକ୍ ସଂସ୍ଥା ଏବଂ ଶିଳ୍ପ ଦକ୍ଷମାନଙ୍କର ମତାମତ ଆଧାରିତ ରୂପାୟଣ।
  • ଅନୁଭୂତିମୂଳକ ଶିକ୍ଷା ପ୍ରଣାଳୀ: ସଜୀବ ପ୍ରକଳ୍ପ, କେସ୍ ଅଧ୍ୟୟନ, ସିମ୍ୟୁଲେସନ୍‌, ଇଣ୍ଟର୍ନଶିପ୍ ଏବଂ ଶିଳ୍ପ ଅନୁଭବ।
  • କ୍ୟାରିୟରମୁଖୀ ପରିଣାମ: ଡିଜିଟାଲ ବ୍ୟାଙ୍କିଂ, ଫିନ୍‌ଟେକ୍ ଷ୍ଟାର୍ଟଅପ୍‌, ବିନିଯୋଗ ପ୍ରଯୁକ୍ତି ସଂସ୍ଥା, ଆର୍ôଥକ ବିଶ୍ଳେଷଣ, ରିସ୍କ ଓ ଅନୁପାଳନ, ବ୍ଲକ୍‌ଚେନ୍ ଓ ଡିଜିଟାଲ ସମ୍ପଦ, ପରାମର୍ଶ ଏବଂ ଆର୍ôଥକ ସେବା କ୍ଷେତ୍ରରେ କ୍ୟାରିୟର ପାଇଁ ପ୍ରସ୍ତୁତି।

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରୋଫେସର କୁଲଭୂଷଣ ବଲୁନୀ କହିଛନ୍ତି, “ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ପ୍ରଯୁକ୍ତି, ନବୀନତା ଏବଂ ତଥ୍ୟାଧାରିତ ବୁଦ୍ଧିମତାର ସଙ୍ଗମସ୍ଥଳରେ ଅବସ୍ଥିତ। ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ଆମେ ଏହି ପରିବର୍ତ୍ତନକୁ କୌଶଳଗତ ଦୃଷ୍ଟିକୋଣ ଏବଂ ନୈତିକ ଦାୟିତ୍ୱ ସହ ନେତୃତ୍ୱ କରିପାରୁଥିବା ନେତାମାନଙ୍କୁ ପ୍ରସ୍ତୁତ କରିବାରେ ପ୍ରତିବଦ୍ଧ। ଫାଇନାନ୍ସିଆଲ ଟେକ୍ନୋଲୋଜିରେ ଏମ୍‌ବିଏ ଆମର ସେହି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।” ବିର୍ଲା ସ୍କୁଲ ଅଫ୍ କମର୍ସ ଏବଂ ଭର୍ତ୍ତି ବିଭାଗର ଡିନ୍ ଡ଼ ପ୍ରଦୀପ୍ତ କୁମାର ସାନ୍ୟାଲ କହିଛନ୍ତି, “ପ୍ରଯୁକ୍ତି ସହ ଅର୍ଥ ବ୍ୟବସ୍ଥାର ଦ୍ରୁତ ପରିବର୍ତ୍ତନ ସହିତ ଶକ୍ତିଶାଳୀ ବିଶ୍ଳେଷଣାତ୍ମକ ଏବଂ ଡିଜିଟାଲ କ୍ଷମତା ସମ୍ପନ୍ନ ପେଶାଦାରମାନଙ୍କ ଚାହିଦା ବଢୁଛି। ବିଜିୟୁରେ ଫାଇନାନ୍ସିଆଲ ଟେକ୍ନୋଲୋଜିରେ ଏମ୍‌ବିଏ ଛାତ୍ରଛାତ୍ରୀମାନଙ୍କୁ ମୂଳ ଆର୍ôଥକ ପାରଦର୍ଶିତା, ତଥ୍ୟାଧାରିତ ସିଦ୍ଧାନ୍ତଗ୍ରହଣ କୌଶଳ ଏବଂ ଉଦୟମାନ ଆର୍ଥିକ ପ୍ରଯୁକ୍ତିର ପ୍ରାୟୋଗିକ ଅନୁଭବ ସହ ସଜାଇଥାଏ।” ବିଜିୟୁର ଶିକ୍ଷା ପରିବେଶ ନବୀନତା, ବିଶ୍ଳେଷଣାତ୍ମକ ଚିନ୍ତନ ଏବଂ ପ୍ରଯୁକ୍ତିନିର୍ଭର ସିଦ୍ଧାନ୍ତଗ୍ରହଣକୁ ପ୍ରୋତ୍ସାହନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦ୍ରୁତ ପରିବର୍ତ୍ତନଶୀଳ ଫାଇନାନ୍ସିଆଲ ଟେକ୍ନୋଲୋଜି କ୍ଷେତ୍ରରେ ନେତୃତ୍ୱ ପାଇଁ ପ୍ରସ୍ତୁତ କରେ। ଯୋଗ୍ୟତା ଏବଂ ଭର୍ତ୍ତି ପ୍ରକ୍ରିୟା

  • ଆବେଦକ ଶ୍ରେଣୀ ୧ (ପ୍ରବେଶ ପରୀକ୍ଷା ଆଧାରିତ): କ୍ୟାଟ୍‌, ଜାଟ୍‌, ଜିମ୍ୟାଟ୍‌, ସିମ୍ୟାଟ୍‌, ମ୍ୟାଟ୍‌ର ବୈଧ ଅଙ୍କ ସହ ଅଭ୍ୟର୍ଥୀମାନେ ତାଙ୍କର ସମ୍ବନ୍ଧିତ ପରୀକ୍ଷା ଅଙ୍କ ଆଧାରରେ ଆବେଦନ କରିପାରିବେ।
  • ଆବେଦକ ଶ୍ରେଣୀ ୨ (ବିଜିୟୁ ପ୍ରବେଶ ପରୀକ୍ଷା – ବିଇଟି):ଉପରୋକ୍ତ ପରୀକ୍ଷା ଅଙ୍କ ନଥିବା ଅଭ୍ୟର୍ଥୀମାନେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପ୍ରବେଶ ପରୀକ୍ଷା (ବିଇଟି) ମାଧ୍ୟମରେ ଆବେଦନ କରିପାରିବେ, ପରବର୍ତ୍ତୀତ ଲେଖିତ କ୍ଷମତା ପରୀକ୍ଷା ଏବଂ ସାକ୍ଷାତ୍କାର।
  • ନ୍ୟୁନତମ ଯୋଗ୍ୟତା: ଯେକୌଣସି ବିଷୟରେ ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ସହ ଅନ୍ୟୁନ ୫୦ ଶତାଂଶ ସମୁଦାୟ ଅଙ୍କ କିମ୍ବା ସମତୁଳ୍ୟ ସିଜିପିଏ (ନିୟମାନୁସାରେ ସଂରକ୍ଷିତ ଶ୍ରେଣୀ ପାଇଁ ୪୫ ଶତାଂଶ)।
  • ବ୍ୟକ୍ତିଗତ ସାକ୍ଷାତ୍କାର:ପ୍ରାରମ୍ଭିକ ଛାଞ୍ଚାଇ ପରେ ଚୟନିତ ଅଭ୍ୟର୍ଥୀମାନଙ୍କୁ ଲେଖିତ କ୍ଷମତା ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତ୍କାର ପାଇଁ ଆମନ୍ତ୍ରଣ କରାଯିବ।
  • ଆବେଦନ ଆରମ୍ଭ ତାରିଖ:୧ ଅକ୍ଟୋବର ୨୦୨୫
  • ଆବେଦନ ଶେଷ ତାରିଖ: ୟୁଜିସି ନିର୍ଦ୍ଦେଶିକା ଅନୁସାରେ
  • ଶୁଳ୍କ:୮ ଲକ୍ଷ ଟଙ୍କା
  • ବିସ୍ତୃତ ଯୋଗ୍ୟତା ମାନଦଣ୍ଡ: https://www.bgu.ac.in/mba-communication-management
  • ଆବେଦନ ଦାଖଲ:ଅଭ୍ୟର୍ଥୀମାନେ https://forms.bgu.ac.in/mba ଲିଙ୍କ୍ ମାଧ୍ୟମରେ ଅନଲାଇନ୍ ଆବେଦନ ପତ୍ର ପୂରଣ କରିବାକୁ ପଡିବ। ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱର।

Also Read : ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିବେଶକଙ୍କ ମିଡ-କ୍ୟାପ କ୍ଷେତ୍ରକୁ ଧ୍ୟାନ


Spread the love

Leave A Reply

Your email address will not be published.