୫ ଲକ୍ଷ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି ରୟାଲ ଏନଫିଲ୍ଡ ହଂଟର ୩୫୦

Spread the love

ଭୁବନେଶ୍ୱର : ମିଡସାଇଜ ମୋଟରସାଇକେଲ ସେଗମେଂଟ (୨୫୦ ସିସି-୭୫୦ସିସି)ରେ ବିଶ୍ୱସ୍ତରୀୟ ଅଗ୍ରଣୀ, ରୟାଲ ଏନଫିଲ୍ଡ ଘୋଷଣା କରିଛି ଯେ ଏହାର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଂଟର ୩୫୦ ୫୦୦,୦୦୦ ବିକ୍ରି ମାଇଲଖୁଂଟ ଅତିକ୍ରମ କରିଛି। ଅଗଷ୍ଟ ୨୦୨୨ରେ ଶୁଭାରମ୍ଭ ହୋଇଥିବା ଏହି ହଂଟର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୋଟରସାଇକେଲ ମଡେଲଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାର ସାରା ବିଶ୍ୱରେ ୫୦ ଲକ୍ଷ ସନ୍ତୁଷ୍ଟ ମାଲିକ ରହିଛନ୍ତି । ସହରାଂଚଳ ଭ୍ରମଣକାରୀ ଏବଂ ନୂତନ ଯୁଗର ରାଇଡର୍ସଙ୍କ ପାଇଁ ପ୍ରସ୍ତୁତ, ହଂଟର ୩୫୦ ରୟାଲ ଏନଫିଲ୍ଡର ଡିଏନଏ ସହିତ ଫୂର୍ତି, ଷ୍ଟାଇଲ ଏବଂ ଆନନ୍ଦକୁ ଏକତ୍ର କରିଛି । ଏହାର କୁଲ ଷ୍ଟାଇଲିଂ, ଗତିଶୀଳ ପ୍ରଦର୍ଶନ ଏବଂ ଆଧୁନିକ-ରେଟ୍ରୋ ଆକର୍ଷଣ ସହିତ ହଂଟର ୩୫୦ ଆଜିର ଯୁବ ରାଇଡର୍ସଙ୍କର ପସନ୍ଦ ପାଲଟିଛି । ହଂଟର ୩୫୦ର ବ୍ୟାପକ ଲୋକପ୍ରିୟତା ଉଭୟ ଭାରତ ଏବଂ ବିଶ୍ୱସ୍ତରରେ ବିଭିନ୍ନ ବଜାରରେ ଏହାର ବିସ୍ତୃତ ଆକର୍ଷଣର ଏକ ପ୍ରମାଣ । ଏକ କମ୍ପ୍ୟାକ୍ଟ, ଚମତ୍କାର ଏବଂ ସୁବିଧା ଯୁକ୍ତ ମୋଟରସାଇକେଲ ଚାହୁଁଥିବା ଚାଳକଙ୍କ ପାଇଁ ଏହା ଏକ ପସନ୍ଦ ଭାବରେ ଉଭା ହୋଇଛି ଯାହା ଦୈନନ୍ଦିନ ବ୍ୟବହାରିକତାକୁ ଶୁଦ୍ଧ ମୋଟର ସାଇକେଲ ଚାଳନାର ରୋମାଂଚ ସହିତ ସହଜରେ ଯୋଡିଥାଏ ।

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ରୟାଲ ଏନଫିଲ୍ଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ହଂଟର ୩୫୦ ପ୍ରକୃତରେ ସହରାଂଚଳ ଏବଂ ଗତିଶୀଳ ପରିବେଶରେ ଯାତ୍ରା କରିବାର ଅର୍ଥକୁ ପୁନଃନିର୍ଦ୍ଧାରଣ କରିଛି। ଅଳ୍ପ ସମୟ ମଧ୍ୟରେ ୫,୦୦,୦୦୦ ବିକ୍ରି ମାଇଲଖୁଂଟରେ ପହଂଚିବା ହଂଟର ୩୫୦ ପ୍ରତି ଆମ ଗ୍ରାହକଙ୍କ ସୀମାହୀନ ଭଲପାଇବା ଏବଂ ବିଶ୍ୱାସର ପ୍ରତିଫଳନ । ହଂଟର ୩୫୦ର ଉତ୍ସାହୀ ରାଇଡରମାନଙ୍କର କ୍ରମାଗତ ଭାବରେ ବଢ଼ୁଥିବା ସମୁଦାୟ ଏହାକୁ ମିଡ-ସାଇଜ ମୋଟର ସାଇକେଲ ସେଗମେଂଟରେ ଏକ ପ୍ରତିଦ୍ୱନ୍ଦୀ କରିଛି । ହଂଟର ୩୫୦ ଗ୍ରାହକଙ୍କ ସହିତ ବିଭିନ୍ନ ଅଂଚଳରେ ରାଇଡ ଆୟୋଜନ କରି ରୟାଲ ଏନଫିଲ୍ଡ ଏହି ସଫଳତାକୁ ପାଳନ କରିବ । ” ହଂଟର ୩୫୦ର ଲୋକପ୍ରିୟତା ହେଉଛି ରୟାଲ ଏନଫିଲ୍ଡର ଅଭିନବ, ଷ୍ଟାଇଲିସ ଏବଂ ଶକ୍ତିଶାଳୀ ମୋଟରସାଇକେଲ ପ୍ରଦାନ କରିବା ମିଶନର ଏକ ପ୍ରମାଣ । ଭାରତରେ ହଂଟର ୩୫୦ ମେଟ୍ରୋ ବ୍ୟତୀତ ଟିୟର-୨ ଏବଂ ଟିୟର-୩ ବଜାରରେ ମଧ୍ୟ ଦ୍ରୁତ ପ୍ରବେଶ କରିଛି। ଭାରତ ବ୍ୟତୀତ ହଂଟର ଏବେ ଏପିଏସି, ୟୁରୋପ, ଉତର ଆମେରିକା, ଲାଟିନ ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ସମସ୍ତ ବଜାରରେ ଉପଲବ୍ଧ ।


Spread the love

Leave A Reply

Your email address will not be published.