ପୁଣି ବଢିବ ଦିନ ଓ ତାପମାତ୍ରା

Spread the love

ଭୁବନେଶ୍ଵର,୨୭/୦୨:ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହିପରି ସର୍ବନିମ୍ନ ବା ରାତି ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟର ୭ ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଏବଂ ଏହାଠାରୁ କମ୍‌ ରହିଥିଲା। ସର୍ବନିମ୍ନ ନିମ୍ନତମ ତାପମାତ୍ରା ସମତଳ ଅଞ୍ଚଳ ଭାବେ ଝାରସୁଗୁଡ଼ା ଥରେ ୧୧.୯ ଡିଗ୍ରୀ, ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ୮.୦ ଡିଗ୍ରୀ ଏବଂ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୫.୦ ଡିଗ୍ରୀ ରେକର୍ଡ ହୋଇଥିଲା। କିନ୍ତୁ ଏବେ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।


Spread the love

Leave A Reply

Your email address will not be published.