ମିଆଁମାରରେ ଡବଲ ଭୂକମ୍ପ: ଭାରତ–ବାଂଲାଦେଶ ପର୍ଯ୍ୟନ୍ତ କମ୍ପନ, ବଡ଼ କ୍ଷୟକ୍ଷତି ନାହିଁ

Spread the love

ମିଆଁମାର,୦୪/୦୨: ମିଆଁମାରରେ ଶକ୍ତିଶାଳୀ ଡବଲ ଭୂକମ୍ପ ଭାରତ ଓ ବାଂଲାଦେଶର ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପ ସକାଳ ୯ଟା ୪ ମିନିଟ୍‌ରେ ଘଟିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ ହୋଇଥିଲା।
ଏହି ଭୂକମ୍ପର ପ୍ରଭାବ ବାଂଲାଦେଶର ଢାକା ଓ ଚିଟାଗଙ୍ଗ ସହିତ ଭାରତର କୋଲକାତାରେ ମଧ୍ୟ ଅନୁଭୂତ ହୋଇଛି, ଯାହାରେ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ମାଗୱେ ଅଞ୍ଚଳରେ, ୟେନୟାଙ୍ଗଠାରୁ ପ୍ରାୟ ୯୫ କିଲୋମିଟର ଦୂରେ ଥିବା ସୂଚନା ମିଳିଛି। ଭୂପୃଷ୍ଠରୁ ପ୍ରାୟ ୧୦.୫୭ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିଲା।

ପ୍ରଥମ ଭୂକମ୍ପ ଘଟିବାର ୧୫ ମିନିଟ୍ ପରେ ଦ୍ୱିତୀୟ ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି।ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ଏହା ସ୍ଥଳଭାଗରେ ଘଟିଥିବାରୁ ସୁନାମି ସମ୍ପର୍କିତ କୌଣସି ବିପଦ ନଥିବା ସ୍ପଷ୍ଟ କରାଯାଇଛି।


Spread the love

Leave A Reply

Your email address will not be published.