ଭୁବନେଶ୍ଵର,୨୪/୦୨:ଚାଷୀ ସୁରକ୍ଷା ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ରଣହୁଙ୍କାର ଦେଇ ରୋକ୍ଠୋକ୍ ଶୁଣାଇଛନ୍ତି ନବୀନ ।ଖୁବଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ଏ ସରକାର ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି । ନା କାର୍ଯ୍ୟକାରୀ କରି ପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ କିଛି ମିଳିଲାନି।ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା।କିନ୍ତୁ ଏ ଡବଲ ଇଞ୍ଜିନ ସରକାର କରିଛି କଣ? ଚାଷୀ କୁ ସାର ମିଳିଲାନି। ଧାନ ଵି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି।
Also Read : ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ
ଚାଷୀଙ୍କ ସମସ୍ୟା ନେଇ ସରକାର ଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି।ପ୍ରସ୍ତାବ ଦେଇଥିଲି କଟନୀ ଛଟନୀ ବନ୍ଦ ପାଇଁ ସ୍ପେଶାଲ ସ୍କ୍ୱାର୍ଡ କର । ମିଲର ଓ ସରକାରୀ ଅଫିସରଙ୍କ ନେକ୍ସସ ଭାଙ୍ଗ । ଇନପୁଟ୍ ସବ୍ସିଡିରୁ ୧୫୦ କ୍ୱିଣ୍ଟାଲ ସେଲିଂ ଉଠାଅ, ୪୮ରେ ଡିବିଟିରେ ଚାଷୀକୁ ପଇସା ଦିଅ । ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣାଯାଉ। ଦୁଃଖର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ?ଗତ ଆଠ ଦିନ ହେଲା ଚାଷୀ ଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭା ରେ ଲଢୁଛି।କିନ୍ତୁ ଏ ସରକାର ର ଚାଷୀ ପ୍ରତି ଖାତିର ହିଁ ନାହିଁ।
Also Read : ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବନି ପୁନର୍ଗଠନ
ଲୋକ ଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର।ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବା ବୋଲି କହିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।