ପହଲଗାମ ଆତଙ୍କବାଦୀ ଆକ୍ରମଣ ପୀଡିତଙ୍କ ପାଇଁ ଏନଏସଇ ପକ୍ଷରୁ ୧କୋଟିର ସହାୟତା

Spread the love

ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପହଲଗାମ ଠାରେ ଗତ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଇଛି ଏବଂ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଏଭଳି ପରିସ୍ଥିତିରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ (ଏନଏସଇ) ଏହି ଆକ୍ରମଣରେ ପୀଡିତଙ୍କ ପ୍ରତି ସମର୍ଥନ ପାଇଁ ଆଗେଇ ଆସିଛି । ଏହି ହୃଦୟ ବିଦାରକ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ସମୁଦାୟ ୧ କୋଟି ଟଙ୍କା (ଅର୍ଥାତ୍ ପରିବାର ପିଛା ପାଖାପାଖି ୪ ଲକ୍ଷ ଟଙ୍କା) ଦେବାକୁ ପ୍ରତିଶ୍ରୁତି ଦେଇଛି ଏନଏସଇ। ଏହି ଦୁଃଖ ଏବଂ ସଙ୍କଟ ସମୟରେ ଏନଏସଇ ଦେଶ ସହିତ ଦୃଢ଼ ଭାବେ ଠିଆ ହୋଇଛି ।

ଏନେଇ ଏନଏସଇର ଏମଡି ଏବଂ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି, “ଏହା ଆମ ଦେଶ ପାଇଁ ଏକ ସାମୂହିକ ଶୋକର ମୁହୂର୍ତ। ଆମର ସମବେଦନା ଏବଂ ପ୍ରାର୍ଥନା ପ୍ରଭାବିତ ପରିବାରମାନଙ୍କ ସହିତ ରହିଛି ଏବଂ ଆମେ ଆଶା କରୁଛୁ ଯେ ସେମାନଙ୍କୁ ଯଥାସମ୍ଭବ ସହାୟତା ମିଳିବ।”


Spread the love

Leave A Reply

Your email address will not be published.