ଟି୨୦ ବିଶ୍ବକପ ୨୦୨୬ରେ ଆଜି ଭାରତ-ପାକିସ୍ତାନ ଲଢେଇ । ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ ସବୁଠାରୁ ଅଧିକ ଫ୍ୟାନ୍ସ ଉତ୍ସାହିତ ରହିଥାନ୍ତି । ଆଉ ଏଥିପାଇଁ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଟିମ ଇଣ୍ଡିଆର ବିଜୟ ପାଇଁ ଖାସ୍ ପୂଜା କରାଯାଇଛି ।
ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଭାରତର ବିଜୟ ପାଇଁ ଭାରତର ବିଭିନ୍ନ ସ୍ଥାନରେ ପୂଜା ଚାଲିଛି । ଆଜି ମହାଶିବରାତ୍ରୀ ଅବସରରେ ଉଜ୍ଜୈନ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପାଇଁ ସ୍ବତନ୍ତ୍ର ପୂଜା କରାଯାଇଛି । ଟିମ୍ ଇଣ୍ଡିଆର ପୋଷ୍ଟର ସହିତ ଭାରତର ବିଜୟ ଜଳାଭିଷେକ କରାଯାଇଛି ।