ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ପଦକ୍ଷେପ ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଅଭିଯାନଗୁଡିକର ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅଭିଯାନକୁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଉଦ୍‌ଘାଟନ କରିବେ । ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରିବା ଓ ସଶକ୍ତ କରିବା ପାଇଁ ଏକ ମୂଳ ଧ୍ୟାନ ସହିତ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗଗୁଡିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି ।

ଅଭିନବ ବିଚାରଗୁଡିକୁ ଏକତ୍ରିତ କରିବା ପାଇଁ ଭ୍ୟାନ୍ କ୍ୟାମ୍ପ ଓ ବୁଟ୍ କ୍ୟାମ୍ପ୍‌ଗୁଡିକ ସମେତ ନିୟୋଜିତ ପଦକ୍ଷେପଗୁଡିକର ଏକ ଶୃଙ୍ଖଳା ମାଧ୍ୟମରେ ଷ୍ଟାର୍ଟଅପ୍ ଓଡିଶା, ଓଡିଶାର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ ସହ ଜଡିତ ହେବ ଏବଂ ୨୦୦ରୁ ଅଧିକ କଲେଜ ଓ ୬୦ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି ୨୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ । ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡିଶା କଲେଜ୍‌ଗୁଡିକରେ ୨୦୦ରୁ ଅଧିକ ଭ୍ୟାନ୍ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍ କ୍ୟାମ୍ପ୍ ସମେତ ୧୨୦ରୁ ଅଧିକ ବୁଟ୍‌କ୍ୟାମ୍ପର ପରିଚାଳନା କରିବ ଯାହା ୩୫୦୦ରୁ ଅଧିକ ବିଚାରଧାରା ସୃଷ୍ଟି କରିବ ।

ଷ୍ଟାର୍ଟଅପ୍ ଓଡିଶା ଯାତ୍ରାର ପୂର୍ବ ସଂସ୍କରଣ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶିତ କରିଥିଲା ଯାହାକି ୩୦ଟି ଜିଲ୍ଲାରେ ପରିବ୍ୟାପ୍ତ ଥିଲା, ୩୦ଟି ବୁଟକ୍ୟାମ୍ପର ପରିଚାଳନା କରିଥିଲା, ୧୧୪ଟି ଭ୍ୟାନ୍ କ୍ୟାମ୍ପର ଆୟୋଜନ କରିବା ସହିତ ୧୦୦ରୁ ଅଧିକ କଲେଜକୁ ନିୟୋଜିତ କରିଥିଲା ଯେଉଁଥିରେ ୧୦୨୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ ଓ ୧୩୫୦ଟି ନୂଆ ବିଚାରଧାରା ଦେଖିବାକୁ ମିଳିଥିଲା । ଏହାମଧ୍ୟରୁ ଶୀର୍ଷ ୨୨ଟି ବିଚାରକୁ ଡେମୋ ଡେ’ରେ ଶେଷ ହୋଇଥିବା ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ମନୋନିତ କରାଯାଇଥିଲା ଯେଉଁଠାରେ ୧୧ ଜଣ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଷ୍ଟାର୍ଟଅପ୍ ଯାତ୍ରାର ଆଗାମୀ ସଂସ୍କରଣ ଏହି ପ୍ରୟାସକୁ ନୂଆ ଉଚ୍ଚତାକୁ ନେବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ସର୍ବନିମ୍ନ ୫୦ଟି ମନୋନିତ ବିଚାରଧାରାକୁ ଏକ ୩ ଦିନିଆ ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ଆମନ୍ତ୍ରିତ କରାଯିବ । ଏହାପରେ ଶୀର୍ଷ ୨୫ଟି ବିଚାରଧାରାକୁ ଡେମୋ ଡେ’ ପାଇଁ ଓ-ହବ୍‌କୁ ଆମନ୍ତ୍ରିତ କରାଯିବ, ଯାହାମଧ୍ୟରୁ ୧୦ଟିକୁ ନିଜର ବିଚାରକୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଭେଂଚର୍‌ରେ ବିକଶିତ କରିବା ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ । ଏକ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେଶନକୁ ଯୁବ ଉଦ୍ଭାବକଙ୍କଠାରୁ ଅଭିନବ ବିଚାରଗୁଡିକୁ ସଂଗ୍ରହ କରିବା ଲାଗି ବିକଶିତ କରାଯାଇଛି ।

ଏହାବ୍ୟତୀତ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୀର୍ଷ ୨୦ଟି ବିଚାରକୁ ଫାଇନାଲ୍ ପିଚିଙ୍ଗ୍ ପାଇଁ ଆମନ୍ତ୍ରିତ କରାଯିବ, ଯେଉଁଥିରୁ ୧୦ଟି ବିଚାରକୁ ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ନିର୍ମାଣ କରିବା ଲାଗି ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶିରେ ସମ୍ମାନିତ କରାଯିବ ।


Spread the love

Leave A Reply

Your email address will not be published.