ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆଜିଠାରୁ ଆମରଣ ଅନଶନ

Spread the love

ଭୁବନେଶ୍ଵର,୨୭/୦୨:ଫେବୃଆରୀ 20 ରୁ ରାଜଧାନୀର ଲୋୟର୍ ପିଏମଜି ରେ ଗଣ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି।  ରାଜ୍ୟବ୍ୟାପୀ ସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହେବ ବୋଲି ଚେତାବନୀ । ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ ସହ ରାଜ୍ୟର 70 ହଜାର ଠିକାଦାର ଓ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ।ଭୁବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀ କରି ସରକାର ଙ୍କୁ  ଚେତାବନୀ ଦେଇଛି ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘ । ମିଳିତ ମଞ୍ଚ ର ଆବାହକ ଅନିଲ କୁମାର ମହାଲିକ ଙ୍କ ସଂଯୋଜନା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ 8 ଦଫା ଦାବି ପ୍ରଦାନ କରାଯାଇଛି। 18 ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ 20 ତାରିଖ ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତା ରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଛି ମହାସଂଘ I।ପୂର୍ତ୍ତ ବିଭାଗ ସରକୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ 0.00% ପ୍ରତିଶତ ରୁ କମ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ WAMIS ସ୍ଥାନାନ୍ତର କରିବା ଆଦି 8 ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ ।ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ।


Spread the love

Leave A Reply

Your email address will not be published.