ସାଓମି ଇଣ୍ଡିଆ ପକ୍ଷରୁ ସାଓମି ପ୍ୟାଡ୍ ୬ ଓ ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଦେଶର ସବୁଠାରୁ ବିଶ୍ୱସନୀୟ ସ୍ମାର୍ଟଫୋନ୍ ଓ ଏଆଇଓଟି ବ୍ରା ସାଓମି ଇିଆ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ଟାବ୍‌ଲେଟ୍‌- ସାଓମି ପ୍ୟାଡ୍ ୬ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହାର ଏଆଇଓଟି ପୋର୍ଟଫୋଲିଓକୁ ବିସ୍ତାର କରି ସାଓମି ଇିଆ ପକ୍ଷରୁ ଏହାର ଅତ୍ୟାଧୁନିକ ୱାୟାରଲେସ୍ ଇୟରବଡ୍‌- ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଫ୍ଲାଗ୍‌ସିପ୍ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୮୭୦ ପ୍ରୋସେସର ଦ୍ୱାରା ପରିଚାଳିତ ସାଓମି ପ୍ୟାଡ୍ ୬ ଏହାର ପୂର୍ବ ପିଢି ତୁଳନାରେ ୨୪% ଦ୍ରୁତ ଅଟେ ।

ଆଧୁନିକ ଓ ସବୁବେଳେ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ଡିଜାଇନ୍ କରାଯାଇଥିବା ସାଓମି ପ୍ୟାଡ୍ ୬ ଏକ ୧୧ ଇଂଚ୍ ଡିସ୍‌ପ୍ଲେ, ପ୍ରତ୍ୟେକ ଦୃଶ୍ୟକୁ ସାର୍ପ ଓ କ୍ଲିଅର କରୁଥିବା ପ୍ରତି ଇଂଚ୍ ୩୦୯ ପିକ୍ସେଲ ସହ ୨.୮କେ ରିଜୋଲ୍ୟୁଶନ, ସେଗ୍‌ମେଂଟ୍ ଲିଡିଂ ୧୪୪ଏଚ୍‌ଜେଡ୍ ରିଫ୍ରେଶ୍ ରେଟ୍ ସହିତ ଆସୁଛି । କେବଳ ୪୯୦ ଗ୍ରାମର ସାଓମି ପ୍ୟାଡ୍ ୬ର ଓଜନ ଏହାର ପୂର୍ବ ପିଢି ତୁଳନାରେ ୨୧ ଗ୍ରାମ୍ କମ୍ ରହିଛି । ଏହା କ୍ଲାସିକ୍ ଗ୍ରାଫାଇଟ୍ ଗ୍ରେ ଓ ଚିକ୍ ମିଷ୍ଟ ବ୍ଲୁ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ରହିଛି ।

ସାଓମି ଇିଆର ଚିଫ୍ ମାର୍କେଟିଂ ଅଫିସର ଅନୁଜ ଶର୍ମା କହିଛନ୍ତି, ଗତ ବର୍ଷ ସାଓମି ପ୍ୟାଡ୍ ୫ ସହିତ ଆମେ ଟାବ୍‌ଲେଟ୍ ବର୍ଗରେ ସର୍ମ୍ପୂ ପରିବର୍ତନ ଆଣିଥିଲୁ । ଏହି ଟାବ୍‌ଲେଟ୍ ସୃଜନଶୀଳତା ଓ ଉପଯୋଗିତା ବୃଦ୍ଧି କରିବା ସହିତ ତ୍ରୁଟିହୀନ ସଂଯୋଗ ଓ ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ପରିଚାଳିତ ଏକ ସର୍ମ୍ପୂ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବାର ଆମର ପ୍ରତିଶ୍ରୁୂତି ଉପରେ ନିର୍ମିତ ଅଟେ ।
ଉପଭୋକ୍ତାଙ୍କ ପାଇଁ ଏକ ବାସ୍ତବ ନିମଜ୍ଜିତ ଶ୍ରବଣ ଅନୁଭୂତି ସୃଷ୍ଟି କରି ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ରେ ଏକ ଅପ୍‌ବିଟ୍ ଡିଜାଇନ୍ ରହିଛି ଯାହା ଉପଭୋକ୍ତାଙ୍କ ଷ୍ଟାଇଲ୍ ଓ ବ୍ୟକ୍ତିତ୍ୱକୁ ପରିର୍ପୂ କରିଥାଏ ।

୧୨ଏନ୍‌ଏମ୍ ବାସ୍ ପ୍ରୋ ଡ୍ରାଇଭର୍ ସହ ସୁସଜ୍ଜିତ ଏହି ଟ୍ରୁ ୱାୟାରଲେସ୍ ଷ୍ଟେରିଓ ଇୟରଫୋନ୍ ଗଭୀର, ନିମଜ୍ଜିତ ବାସ୍ ପ୍ରଦାନ କରିଥାଏ । ଏହା ୩୦ ଘଂଟା ପର୍ଯ୍ୟନ୍ତ ଦୀର୍ଘ ବ୍ୟାଟେରୀ ଲାଇଫ୍ ପ୍ରଦାନ କରିଥାଏ । ଏହି ବଡ୍‌ସରେ ଏନ୍‌ଭାର‌୍ୟମେଂଟାଲ ନଏଜ୍ କ୍ୟାନ୍ସେଲେଶନ ଟେକ୍ନୋଲୋଜି ରହିଛି । ଏହି ନୂତନ ଅଡିଓ ଡିଭାଇସ୍ ସମ୍ପର୍କରେ ଅନୁଜ ଶର୍ମା କହିଛନ୍ତି, ଆମେ ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ଶୁଭାରମ୍ଭ କରି ଉାହିତ ରହିଛୁ, ଯାହାକୁ ଖରାପ ଡିଜାଇନ୍‌, ଖରାପ କନେକ୍ଟିଭିଟି ବିକଳ୍ପ, ନିମ୍ନମାନର ଅଡିଓ କ୍ୱାଲିଟି ଓ ଏକ ଖରାପ ପ୍ରଦର୍ଶନକାରୀ ବ୍ୟାଟେରୀ , ଏହାର ଫର୍ମ ଫ୍ୟାକ୍ଟର ଭଳି ସବୁଠାରୁ ସାଧାରଣ ଉପଭୋକ୍ତା ଚିନ୍ତାଗୁଡିକୁ ଦୂର କରିବା ପାଇଁ ନିର୍ମାଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସାଓମି ଇିଆ ଦିଶା ପଟାନିଙ୍କ ସହ ସହଭାରଗିତା କରିଛି ।

ସାଓମି ପ୍ୟାଡ୍ ୬, ୬ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୨୬୯୯୯ ଟଙ୍କାର ଏକ ଶୁଭାରମ୍ଭ ମୂଲ୍ୟରେ ଉପଲବ୍ଧ ହେବ ଏବଂ ଏହାର ୮ଜିବି+୨୫୬ଜିବି ଭାରିଆଂଟ୍ ୨୮୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ନିର୍ଦ୍ଧିଷ୍ଟ ଆଇସିଆଇସିଆଇ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୩୦୦୦ ଟଙ୍କାର ତତ୍କାଳ ରିହାତି ପାଇପାରିବେ ଯାହା ଏହାର ପ୍ରଭାବୀ ମୂଲ୍ୟକୁ ଯଥାକ୍ରମେ ୨୩୯୯୯ ଟଙ୍କା ଓ ୨୫୯୯୯ ଟଙ୍କାକୁ ହ୍ରାସ କରୁଛି । ଏହାଛଡା ଉପଭୋକ୍ତାମାନେ ସାଓମି ପ୍ୟାଡ୍ ୬ ସହିତ ଆଡ୍‌-ଅନ୍ ଆକ୍‌ସେସରି କ୍ରୟ କରିପାରିବେ । ସାଓମି ପ୍ୟାଡ୍ ୬ର କୀବୋର୍ଡର ମୂଲ୍ୟ ୪୯୯୯ ଟଙ୍କା , ସାଓମି ସ୍ମାର୍ଟ ପେନ୍ (୨ୟ ଜେନ୍‌)ର ମୂଲ୍ୟ ୫୯୯୯ ଟଙ୍କା ଏବଂ ସାଓମି ପ୍ୟାଡ୍ ୬ ସ୍ମାର୍ଟ କଭର୍‌ର ମୂଲ୍ୟ ୧୪୯୯ ଟଙ୍କା ରହିଛି । ସମସ୍ତ ଆକ୍‌ସେସରିଗୁଡିକର ସେଲ୍ ଆସନ୍ତା ଜୁନ୍ ୨୧ ତାରିଖ ୨୦୨୩ର ଏମ୍‌ଆଇ ଡଟ୍ କମ୍‌, ଆମାଜନ୍ ଡଟ୍ ଇନ୍ ଓ ସାଓମି ରିଟେଲ୍ ସହଯୋଗୀଙ୍କଠାରେ ଉପଲବ୍ଧ ହେବ ।

ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍ ଦୁଇଟି ଚମତ୍କାର ରଙ୍ଗ ବାସ୍ ବ୍ଲାକ୍ ଓ ଏୟାର ହ୍ୱାଇଟ୍‌ରେ ଆସନ୍ତା ଜୁନ୍ ୨୦ ତାରିଖ ୨୦୨୩ରୁ ଏମ୍‌ଆଇ ଡଟ୍ କମ୍‌, ଆମାଜନ ଡଟ୍ ଇନ୍‌, ଏମ୍‌ଆଇ ହୋମ୍ ଓ ସାଓମି ରିଟେଲ୍ ପାର୍ଟନର୍‌ଗୁଡିକରେ ୧୩୯୯ ଟଙ୍କାରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ଆସନ୍ତା ଜୁନ୍ ୨୩ ତାରିଖ ୨୦୨୩ (ରାତି ୧୧.୫୯ ମିନିଟ୍‌) ପର୍ଯ୍ୟନ୍ତ ଏକ ପ୍ରାରମ୍ଭିକ ଅଫର୍ ଭାବେ ଏହି ବଡ୍‌ଗୁଡିକୁ ୧୧୯୯ ଟଙ୍କାରେ କ୍ରୟ କରିବାକୁ ସକ୍ଷମ ହେବେ ।


Spread the love

Leave A Reply

Your email address will not be published.