ବିକଶିତ ଭାରତ @୨୦୪୭ ର ଦୃଷ୍ଟିକୋଣ ଗଢିବା ପାଇଁ ଆଇଆଇଏମ ସମ୍ବଲପୁରରେ ମହିଳା ନେତୃତ୍ୱଙ୍କ ସମାବେଶ

ପ୍ରଶାସନ, ପୁଲିସ ଓ ଶିଳ୍ପ କ୍ଷେତ୍ରର ମହିଳା ନେତୃତ୍ୱମାନେ ବିକଶିତ ଭାରତ @୨୦୪୭ ପାଇଁ ମହିଳାଙ୍କ ନେତୃତ୍ୱ ଓ ଅଂଶଗ୍ରହଣକୁ ଶକ୍ତିଶାଳୀ କରିବା ଉପରେ କଲେ ଆଲୋଚନା

Spread the love

ସମ୍ବଲପୁର: ଭାରତର ଅଗ୍ରଣୀ ପ୍ରବନ୍ଧନ ଶିକ୍ଷା ସଂସ୍ଥାନ, ଆଇଆଇଏମ ସମ୍ବଲପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛିା। ଏହି ଅବସରରେ ପ୍ରଶାସନ, ପୁଲିସ, କର୍ପୋରେଟ୍ ଓ ଶିକ୍ଷାକ୍ଷେତ୍ରର ମହିଳା ନେତୃତ୍ୱମାନେ ଏକତ୍ର ହୋଇ ନେତୃତ୍ୱ, ନିଷ୍ପତ୍ତି ଗ୍ରହଣ ଏବଂ ୨୦୪୭ ସୁଦ୍ଧା ଏକ ଅଧିକ ସମାବେଶୀ ଓ ବିକଶିତ ଭାରତ ଗଢିବାରେ ମହିଳାଙ୍କ ଭୂମିକା ବିଷୟରେ ମତବିନିମୟ କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଂସ୍ଥାନ “ବିକଶିତ ଭାରତ @୨୦୪୭ ପାଇଁ କାର୍ଯ୍ୟରତ ମହିଳା ନେତୃତ୍ୱ” ବିଷୟରେ ଏକ ପ୍ୟୋନଲ ଅୋଲାଚନା ମଧ୍ୟ ଆୟୋଜିତ ହୋଇଥିଲ।।।

ଏହି କାର୍ଯ୍ୟକ୍ରମରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରୋଫେସର ମହାଦେବ ଜୈସୱାଲ, ବିଭାଗୀୟ ବନ ଅଧିକାରୀ (ଡିଏଫଓ) ହୀରାକୁଦ ୱାଇଲ୍ଡଲାଇଫ୍ ଡିଭିଜନ, ସମ୍ବଲପୁର, ଶ୍ରୀମତୀ ଅଂଶୁ ପ୍ରଜ୍ଞାନ ଦାସ, ଶ୍ରୀମତୀ କୋମଳ ଗର୍ଗ, ଆଇପିଏସ, ଟିପିଡ୍ଲୁଓଡିଏଲ ର ସିଏସଆର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି ଓ ବେଦାନ୍ତ ଲିମିଟେଡ୍ ର ସିଏସଆର ମୁଖ୍ୟ ଶ୍ରୀମତୀ ହରମିତ ସେହ୍ରା ଉପସ୍ଥିତ ଥିଲେ।

ସଭାକୁ ସମ୍ବୋଧିତ କରି ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରୋଫେସର ମହାଦେବ ଜୈସୱାଲ କହିଥିଲେ, “୨୦୪୭ ସୁଦ୍ଧା ବିକଶିତ ଭାରତର ଦୃଷ୍ଟିକୋଣ ସାଧନ ପାଇଁ ଦୁଇଟି ମୂଳ ଭିତ୍ତି ଅତ୍ୟାବଶ୍ୟକ — କର୍ପୋରେଟ୍ ନେତୃତ୍ୱ, ଶାସନ ଓ ଶିକ୍ଷା କ୍ଷେତ୍ରରେ ମହିଳାଙ୍କର ଅଧିକ ଅଂଶଗ୍ରହଣ ଏବଂ ଗ୍ରାମୀଣ ସ୍ତରରେ ଉଦ୍ୟମୀତାର ସୁଦୃଢ଼ତା। ଆଇଆଇଏମ ସମ୍ବଲପୁରରେ ଆମେ ଏହି ଦୁଇ ମୁଖ୍ୟ ଦିଗରେ ସକ୍ରିୟ ଭାବେ କାମ କରୁଛୁ। ଆଜି ଆମେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ, ଗତ ଛଅ ମାସ ଧରି ଆମର ଅଧ୍ୟାପକ ଓ ଗବେଷକମାନେ ୨୦୨୫ ମସିହାର ୱାର୍ଲ୍ଡ ଇକନୋମିକ୍ ଫୋରମ୍‌ର “ଗ୍ଲୋବାଲ୍ ଜେଣ୍ଡର ଗ୍ୟାପ୍ ରିପୋର୍ଟ” ଆଧାରରେ ମହିଳାଙ୍କ ଅଂଶଗ୍ରହଣର ସ୍ଥିତି ବିଷୟରେ ଗବେଷଣା କରୁଛନ୍ତି। ସେହି ରିପୋର୍ଟ ଅନୁସାରେ, ଆର୍ôଥକ କାର୍ଯ୍ୟକଳାପରେ କମ୍ ଅଂଶଗ୍ରହଣ, ଶିକ୍ଷାର ସୁଯୋଗର ଅଭାବ, ସ୍ୱାସ୍ଥ୍ୟ ସେବାରେ ସୀମିତ ପ୍ରବେଶ ଓ ରାଜନୈତିକ ସଶକ୍ତିକରଣରେ କମ୍ ଅଂଶଗ୍ରହଣ କାରଣରୁ ଭାରତ ୧୪୮ ଦେଶ ମଧ୍ୟରୁ ୧୩୧ତମ ସ୍ଥାନରେ ଅବସ୍ଥିତ।”

ପ୍ୟାନେଲ ଆଲୋଚନାର ସଂଚାଳନା କରିଥିବା ଶ୍ରୀମତୀ ହରମିତ ସେହ୍ରା କହିଥିଲେ, “ମହିଳାମାନେ ନିଜର କ୍ଷମତାରେ ବିଶ୍ୱାସ କରିବା ସହିତ ପରସ୍ପରକୁ ସଶକ୍ତ କରିବା ଆବଶ୍ୟକ। ସେହି ସମୟରେ ସମାଜରେ ପୁରୁଷମାନଙ୍କ ମଧ୍ୟରେ ଲିଙ୍ଗ ସମ୍ବେଦନଶୀଳତା ବିକଶିତ କରିବା ଉପରେ ମଧ୍ୟ ଜୋର ଦେବା ଦରକାର, ଯାହା ଦ୍ୱାରା ଏକ ସୁରକ୍ଷିତ ଓ ସମାବେଶୀ ପରିବେଶ ଗଢ଼ି ଉଠିବ।

ଏହି ପ୍ୟାନେଲ ଆଲୋଚନାରେ ମହିଳା ନେତୃତ୍ୱମାନେ କିପରି ଶାସନ, ସ୍ଥାୟୀ ଉନ୍ନତି, ସମୁଦାୟ ଉନ୍ନୟନ ଓ କର୍ପୋରେଟ୍ ଦାୟିତ୍ୱରେ ଅବଦାନ ରଖୁଛନ୍ତି, ସେଥିପରେ ଆଲୋଚନା ହୋଇଥିଲା। ପ୍ୟାନେଲିଷ୍ଟମାନେ ନିଜସ୍ୱ ଅନୁଭବ, ସମସ୍ୟା, ସମାଜରେ ଲିଙ୍ଗ ବିବିଧତାର ଗୁରୁତ୍ୱ ଓ ନେତୃତ୍ୱ ଭୂମିକାରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ବୃଦ୍ଧି ପାଇଁ ରଣନୀତି ବିଷୟରେ ମତ ରଖିଥିଲେ। ଏହି ସେସନ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ନେତୃତ୍ୱମାନଙ୍କ ସହ ଆଲୋଚନା କରିବାର ଏକ ସୁଯୋଗ ହୋଇଥିଲା।

ଆଇଆଇଏମ ସମ୍ବଲପୁର ପ୍ରବନ୍ଧନ ଶିକ୍ଷା ଓ ନେତୃତ୍ୱ ବିକାଶରେ ଲିଙ୍ଗ ସମାବେଶକୁ ସଦା ପ୍ରାଥମ୍ୟ ଦେଇଆସୁଛି। ଏମ୍‌ବିଏ କାର୍ଯ୍ୟକ୍ରମରେ ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ପାଇଁ ଭର୍ତ୍ତି ନୀତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସମାନ ସୁଯୋଗକୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ମାଷ୍ଟର ୱିଭର୍ସ ପ୍ରୋଗ୍ରାମ ପରି ବିଭିନ୍ନ ମେଣ୍ଟରଶିପ୍ ପ୍ରୟାସ ମାଧ୍ୟମରେ ମହିଳା ଉଦ୍ୟମୀମାନଙ୍କୁ ସହାୟତା କରାଯାଉଛି। ଏହା ସହିତ ଇକ୍ୱାଲ୍ ଅପର୍ଚ୍ୟୁନିଟି ସେଲ୍ ପରି ସଂସ୍ଥାଗତ ବ୍ୟବସ୍ଥା ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସମାବେଶୀ ପରିବେଶ ସୃଷ୍ଟି କରୁଛି, ଯେଉଁଠାରେ ସେମାନେ ଶିଖିବା, ନେତୃତ୍ୱ ଦେବା ଓ ସଫଳ କ୍ୟାରିୟର ଗଢ଼ିବାର ସୁଯୋଗ ପାଆନ୍ତି।


Spread the love

Leave A Reply

Your email address will not be published.