୧.୧ ଲକ୍ଷରୁ ଅଧିକ ଋତୁକାଳିନ ନିଯୁକ୍ତି ସୃଷ୍ଟି କରିଛି ଆମାଜନ ଇଣ୍ଡିଆ

Spread the love

ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ, କମ୍ପାନୀ ଆଗାମୀ ପାର୍ବଣ ଋତୁ ସମୟରେ ବର୍ଦ୍ଧିତ ଗ୍ରାହକ ଚାହିଦାକୁ ପୂରଣ କରିବା ପାଇଁ ଏହାର ପରିଚାଳନା ନେଟ୍‌ୱର୍କରେ ୧୧୦,୦୦୦ରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗଗୁଡିକ ମଧ୍ୟରେ ଭାରତର ମୁମ୍ବାଇ, ଦିଲ୍ଲୀ, ପୁନେ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲ୍‌କାତା, ଲକ୍ଷ୍ନୌ ଓ ଚେନ୍ନାଇ ଭଳି ସହରଗୁଡିକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସାମିଲ ରହିଛି । ଆମାଜନ ଏହାର ବିଦ୍ୟମାନ ନେଟ୍‌ୱର୍କରେ ହଜାରରୁ ଅଧିକ ମହିଳା ଆସୋସିଏଟ୍‌ଙ୍କ ସମେତ ପ୍ରାୟ ୧୯୦୦ ପିଡବ୍ଲ୍ୟୁଡି (ଦିବ୍ୟାଙ୍ଗ ବ୍ୟକ୍ତି) ଆସୋସିଏଟ୍‌ଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଆମାଜନ ଇଣ୍ଡିଆ ଏହି ନୂଆ ନିଯୁକ୍ତି ମଧ୍ୟରୁ ଅଧିକାଂଶ ଆସୋସିଏଟ୍‌ଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି । ଏହି ଘୋଷଣା ସମ୍ପର୍କରେ ନିଜର ମତବ୍ୟକ୍ତ କରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଡଃ ମନ୍‌ସୁଖ ମାଣ୍ଡଭ୍ୟ କହିଛନ୍ତି, “ ଭାରତରେ ୧ ଲକ୍ଷରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରତି ଆମାଜନର ପ୍ରତିବଦ୍ଧତା ପାର୍ବଣ ଋତୁ ସମୟରେ ଦେଶର କର୍ମବଳକୁ ମଜବୁତ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ । କମ୍ପାନୀ ଏହି ଭୂମିକାଗୁଡିକ ପାଇଁ ବହୁସଂଖ୍ୟକ ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରୁଥିବା ଏବଂ ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସହଯୋଗ ଉପରେ ଗୁରୁତ୍ୱ ଦେଉଥିବା ପଦକ୍ଷେପଗୁଡିକ ମାଧ୍ୟମରେ ଏହାର ସହଯୋଗୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଥିବାର ଦେଖିବା ବାସ୍ତବରେ ପ୍ରେରଣାଦାୟକ । ଆମେ ଆମାଜନ ଓ ଅନ୍ୟାନ୍ୟ କର୍ପୋରେଟଗୁଡିକ କର୍ମଚାରୀଙ୍କ ଉନ୍ନତିକୁ ବଜାୟ ରଖି ସମାବେଶୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କରୁଥିବା ଏଭଳି ପ୍ରୟାସକୁ ପ୍ରଶଂସା କରୁଛି ।”

ଆମାଜନ ଇଣ୍ଡିଆର ଅପରେଶନ୍ସ ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି, “ଆମେ ଚଳିତ ପାର୍ବଣ ଋତୁରେ ଭାରତର ପ୍ରତ୍ୟେକ ସେବାଯୋଗ୍ୟ ପିନ୍‌କୋଡରେ ଗ୍ରାହକଙ୍କୁ ଦ୍ରୁତ ଓ ନିର୍ଭରଯୋଗ୍ୟ ଡେଲିଭରି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଆମର ଫୁଲ୍‌ଫିଲମେଂଟ ଓ ଲିଜିଷ୍ଟିକ୍ ନେଟ୍‌ୱର୍କକୁ ମଜବୁତ କରିବା ଏବଂ ବର୍ଦ୍ଧିତ ଚାହିଦାକୁ ଯେପରି ବାଧାହୀନ ଭାବେ ନିୟନ୍ତ୍ରଣ କରିପାରିବୁ ତାହା ସୁନିଶ୍ଚିତ କରିବା ଲାଗି ୧.୧ ଲକ୍ଷରୁ ଅଧିକ ଅତିରିକ୍ତ ଲୋକଙ୍କୁ ନିଯୁକ୍ତ କରିଛୁ । ପାର୍ବଣ ଋତୁ ପରେ ମଧ୍ୟ ଏମାନଙ୍କ ମଧ୍ୟରୁ କିଛି ସହଯୋଗୀ ଆମାଜନ ସହିତ କାର୍ଯ୍ୟ କରିବା ଜାରି ରଖିବେ ଏବଂ ଅନ୍ୟ କିଛି ସହଯୋଗୀ ଆମାଜନ ସହ କାର୍ଯ୍ୟ କରିବା ପାଇଁ ବର୍ଷ ପରେ ବର୍ଷ ଆମାଜନକୁ ଫେରିବେ ।”

ଏହି ଋତୁକାଳିନ ନିଯୁକ୍ତିର ଅଂଶ ଭାବେ ଆମାଜନରେ ଯୋଗ ଦେଇଥିବା ଜଣେ ସହଯୋଗୀ ନେହା ଦେବୀ କହିଛନ୍ତି, “ମୁଁ ଗ୍ରାହକଙ୍କୁ ଦ୍ରୁତ ଓ ନିର୍ଭରଯୋଗ୍ୟ ସେବା ପ୍ରଦାନ କରିବା ପାଇଁ ଆମାଜନର ମିଶନର ଅଂଶ ହୋଇ ସୌଭାଗ୍ୟଶାଳୀ ମନେ କରୁଛି । ସହଯୋଗପୂର୍ଣ୍ଣ କାର୍ଯ୍ୟ ପରିବେଶ ଏବଂ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଗୁରୁତ୍ୱ ଏହାକୁ କାର୍ଯ୍ୟ କରିବା ପାଇଁ ଏକ ଉତମ ସ୍ଥାନରେ ପରିଣତ କରୁଛି । ମୁଁ ଏଭଳି ଏକ କମ୍ପାନୀରେ ଯୋଗଦାନ ଦେବା ପାଇଁ ଗର୍ବିତ ଯାହା ଏହାର କର୍ମଚାରୀଙ୍କୁ ମହତ୍ୱ ଦେଉଛି ଏବଂ ବ୍ୟକ୍ତିଗତ ଓ ବୃତିଗତ ବିକାଶ ପାଇଁ ସୁଯୋଗ ପ୍ରଦାନ କରୁଛି ।” ଆମାଜନ ଇଣ୍ଡିଆ ସହଯୋଗୀଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଉଥିବା ଏକ ବିସ୍ତୃତ ଶୃଙ୍ଖଳାର ଅଭିଯାନକୁ କାର୍ଯ୍ୟକାରୀ କରିଛି ଯେଉଁଥିରେ ନିକଟରେ ଲଂଚ୍ କରାଯାଇଥିବା ପ୍ରୋଜେକ୍ଟ ଆଶ୍ରୟ ସାମିଲ ରହିଛି, ଏହା ଦିଲ୍ଲୀ ଏନ୍‌ସିଆର୍‌, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରରେ ଡେଲିଭରି ସହଯୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ରେଷ୍ଟିଙ୍ଗ୍ ପଏଂଟ୍ ପ୍ରଦାନ କରୁଛି । ଆମାଜନରେ ଶୁଶ୍ରୁତ ଭଳି ସ୍ୱତନ୍ତ୍ର ୱେଲଫେୟାର ପ୍ରୋଗ୍ରାମ ରହିଛି ଯାହା ପ୍ରମୁଖ ଅଂଚଳଗୁଡିକରେ ଶୀଘ୍ର ଚିହ୍ନଟ, ନିଦାନ ଓ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଟ୍ରକ୍ ଡ୍ରାଇଭରମାନଙ୍କୁ ବିସ୍ତୃତ ସ୍ୱାସ୍ଥ୍ୟସେବା ସହଯୋଗ ପ୍ରଦାନ କରୁଛି । ଏହାଛଡା ଆମାଜନରେ ଅନ୍ୟାନ୍ୟ ଅଭିଯାନ ସମେତ ପ୍ରତିଧି ସ୍କୋଲାରସିପ୍ ପ୍ରୋଗ୍ରାମ ରହିଛି ଯାହା ଗୁଣାତ୍ମକ ଶିକ୍ଷା ପାଇଁ ସହଯୋଗୀଙ୍କ ପିଲାମାନଙ୍କୁ ବୃତି ପ୍ରଦାନ କରୁଛି । ଆମାଜନ ସହଯୋଗୀଙ୍କ ପାଇଁ ଉପଲବ୍ଧ ଅନ୍ୟାନ୍ୟ ସୁବିଧାଗୁଡ଼ିକ ମଧ୍ୟ ରହିଛି ।


Spread the love

Leave A Reply

Your email address will not be published.