ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦ୍

Spread the love

ଭୁବନେଶ୍ୱର-ତା.୩୦.୦୧.୨୦୨୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ର ଆଜି ଦ୍ୱିତୀୟ ତଥା ଉଦ୍ଯାପନି ଦିବସ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଂଗମଞ୍ଚ”ରେ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହୋଇ ରାତ୍ର ୯ ଘଟିକାରେ ସମାପନ ହୋଇଥିଲା । ଆଜି ପୂର୍ବାହ୍ନ ଉତ୍ସବର ପ୍ରଥମ ସୋପାନରେ ‘ଗୋଟିପୁଅ ନୃତ୍ୟ ଓ ଗୁରୁକୁଳର ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋଟିପୁଅ ନୃତ୍ୟର ପ୍ରଚାର ଏବଂ ପ୍ରସାର ଦିଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହିଭଳି ଏକ ସାରଗର୍ଭକ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଆୟୋଜନ କରିଥିବାରୁ ସେ ନିଜ ବକ୍ତବ୍ୟରେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ବକ୍ତା ଭାବରେ ଚିତ୍ତରଂଜନ ମଲିଆ, ବିଶିଷ୍ଟ ନୃତ୍ୟ ଗବେଷକ; କେଦାର ମିଶ୍ର, ବିଶିଷ୍ଟ ନୃତ୍ୟ ସମାଲୋଚକ ଏବଂ ତାଙ୍କ ସହିତ ବହୁ ବରିଷ୍ଠ ଗୋଟିପୁଅ ନୃତ୍ୟ ଗୁରୁ ଅଂଶଗ୍ରହଣ କରିଥିଲେ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ସିକତା ଦାସ ସେମାନଙ୍କୁ ମଞ୍ଚକୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ ଆଲୋଚନା ଚକ୍ର ମଧ୍ୟାହ୍ନ ୨ ଘଟିକାରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩.୩୦ ମିନିଟ୍ ଏବଂ ତୃତୀୟ ଅଧିବେଶନ ସନ୍ଧ୍ୟା ୬ ଘଟିକାରେ ଆରମ୍ଭ ହୋଇଥିଲା । ଏଥିରେ ପୃଥକ୍ ପୃଥକ୍ ଭାବରେ ୧୦ ଗୋଟି ସଂଗଠନ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସ୍ୱାତିଶ୍ରୀ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ; ମା’ ସନ୍ତୋଷୀ ଗୋଟିପୁଅ, ପୁରୀ; ଶିବ ପାର୍ବତୀ ଗୋଟିପୁଅ, ପୁରୀ; ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ; ମୂର୍ଚ୍ଛନା, ଖୋର୍ଦ୍ଧା; ଚନ୍ଦ୍ରଶେଖର ଗୋଟିପୁଅ କଳାସଂସଦ, ଡିମିରିସେନା, ବ୍ରହ୍ମଗିରି; ନୀଳକଣ୍ଠେଶ୍ୱର ଗୋଟିପୁଅ ଗୁରୁକୁଳ, ବ୍ରହ୍ମଗିରି, ପୁରୀ ଏବଂ ନାରାୟଣୀ ଗୋଟିପୁଅ ଗୁରୁକୁଳ, ବାଲିପାଟଣା, ଖୋର୍ଦ୍ଧା । ଏହିଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି କରିବା ନିମନ୍ତେ ଦର୍ଶକ ମହଲରେ ବେଶ୍ ଚର୍ଚ୍ଚା ହୋଇଥିଲା । ଶେଷରେ ମୁଖ୍ୟନିର୍ବାହୀ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ସଂଯୋଜନା କରିଥିଲେ ଡଃ ଶ୍ରୀନିବାସ ଘଟୁଆରୀ ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ।


Spread the love

Leave A Reply

Your email address will not be published.