ଶିଳ୍ପ ଅଭିବୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି ସିଆଇଆଇ ଓଡ଼ିଶା

Spread the love

ଭୁବନେଶ୍ୱର : ୨୦୨୪-୨୫ ବର୍ଷ ପାଇଁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ଡା. ପ୍ରଦୀପ୍ତ ମହାନ୍ତି ଓଡ଼ିଶାର ଦ୍ରୁତ ଅଭିବୃଦ୍ଧିକୁ ନେଇ ଆଶାବାଦୀ ରହିଛନ୍ତି । କେବଳ ବୃହତ ଶିଳ୍ପକୁ ପ୍ରୋତ୍ସାହନ ଦେବା ନୁହେଁ ବରଂ ଏମଏସଏମଇ କ୍ଷେତ୍ର ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରି ଡା. ମହାନ୍ତି ସମଗ୍ର ଓଡ଼ିଶାରେ ବ୍ୟାପକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହାବ୍ୟତୀତ ଡା. ପ୍ରଦୀପ୍ତ ମହାନ୍ତି ଓ ସୁନୀଲ ଗୁପ୍ତାଙ୍କୁ ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବା ପରିଷଦ ମଧ୍ୟରେ ବିଶେଷଜ୍ଞତା ଓ ନେତୃତ୍ୱର ଉପଯୋଗ ଦିଗରେ ଏକ ସୁଚିନ୍ତିତ ପଦକ୍ଷେପକୁ ସୂଚାଉଛି । ଖଣି, ଉତ୍ପାଦନ, ଶକ୍ତି ଏବଂ ଭିତିଭୂମି ବିକାଶ ଭଳି କ୍ଷେତ୍ରରେ ଡା. ମହାନ୍ତିଙ୍କ ବ୍ୟାପକ ଅଭିଜ୍ଞତା ଏବଂ ରଣନୈତିକ ପରିଚାଳନା କ୍ଷେତ୍ରରେ ଶ୍ରୀ ଗୁପ୍ତାଙ୍କ ଦକ୍ଷତା, ଓଡ଼ିଶା ପାଇଁ ପରିବର୍ତନମୂଳକ ପରିବର୍ତନ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିର ପ୍ରତିଶ୍ରୁତି ଦେଉଛି ।

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ବୈଠକରେ ମତବ୍ୟକ୍ତ କରି ସିଆଇଆଇ ଓଡ଼ିଶା ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି, “ନୂଆ ସିଆଇଆଇ ପରିଷଦ ପ୍ରଶାସନର ଆବିର୍ଭାବ ସହିତ ଅନେକ ପ୍ରସଙ୍ଗ ଆମର ଦୃଷ୍ଟି ଆକର୍ଷଣ କରୁଛି । ଆମର ପ୍ରୟାସଗୁଡ଼ିକ ମଧ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ପ୍ରୋତ୍ସାହିତ କରିବା ସହିତ ବୃହତ ଶିଳ୍ପ ସଂସ୍ଥାମାନଙ୍କ ସହ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ ରହିବ । ଏହା ସହିତ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଦିଗରେ ଆମର ପ୍ରୟାସ ରହିବ । ଏହାବ୍ୟତୀତ ଉଭୟ ପ୍ରାରମ୍ଭିକ ପ୍ରଶିକ୍ଷଣ ଓ ନିରନ୍ତର ସଂଶୋଧନ ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଆମର ଏଜେଣ୍ଡାକୁ ଦର୍ଶାଉଛି । ସ୍ଥାୟୀତ୍ୱର ସନ୍ଧାନ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଭାବରେ ଜାରି ରହିବ ।”

ଉଦ୍ଭାବନ ଓ ଅନ୍ତର୍ଭୁକ୍ତୀକରଣ ପାଇଁ ଜଣାଶୁଣା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ର ଭାବେ ଓଡ଼ିଶାକୁ ପ୍ରତିଷ୍ଠା କରିବା ପାଇଁ ପରିଷଦ ୨୦୨୪-୨୫ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିଛି । ଏହି କ୍ଷେତ୍ରଗୁଡ଼ିକ ମଧ୍ୟରେ ଏମଏସଏମଇ, ଭିତିଭୂମି ଓ ଲଜିଷ୍ଟିକ୍ସ, ସ୍ଥାୟୀତ୍ୱ ସମାଧାନ ଓ ଶକ୍ତି ଦକ୍ଷ ଉତ୍ପାଦ, ଓଡ଼ିଶା ରାଜ୍ୟରୁ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦର ରପ୍ତାନି ବୃଦ୍ଧି, ସ୍ୱାସ୍ଥ୍ୟ ପର୍ଯ୍ୟଟନ, ରସାୟନ ଓ ପେଟ୍ରୋକେମିକାଲ୍ସର ପ୍ରୋତ୍ସାହନ ଏବଂ ସ୍ଥାୟୀ ଖଣି ଆଦି ସାମିଲ ରହିଛି ।

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଶିଳ୍ପ ଉତ୍ପାଦନ, ପୁଞ୍ଜିନିବେଶ ଓ ସାମାଜିକ କଲ୍ୟାଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ସରକାରଙ୍କ ସହିତ ମିଶି ଏମଏସଏମଇ ସଂଯୋଗ କାର୍ଯ୍ୟକ୍ରମ ଓ କ୍ଲଷ୍ଟର ବିକାଶ ଭଳି ମିଳିତ ପଦକ୍ଷେପ ମାଧ୍ୟମରେ ଏକ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି । ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ ପୁଞ୍ଜିନିବେଶ ଓ ବିକାଶ ପାଇଁ ଓଡ଼ିଶାର ଆହ୍ୱାନକୁ ଆହୁରି ସୁଦୃଢ଼ କରିଛି ।


Spread the love

Leave A Reply

Your email address will not be published.