ଇଇଏସ୍‌ଏଲ୍ ପକ୍ଷରୁ ଚ୍ୟାନେଲ ପାର୍ଟନରଙ୍କ ସହ ବୈଠକ ଆୟୋଜିତ

Spread the love

ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ସରକାରୀ କ୍ଷେତ୍ରର ଏକ ଯୁଗ୍ମ ଉଦ୍ୟୋଗ, ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସ୍‌ଏଲ୍‌) ପକ୍ଷରୁ ଭୁବନେଶ୍ୱରରେ ଏକ ଚ୍ୟାନେଲ ପାର୍ଟନର୍‌ସ ପ୍ରୋଗ୍ରାମ (ସିପିପି)ର ଆୟୋଜନ ନକରାଯାଇଛି । ଯାହାକି ଭାରତରେ ଶକ୍ତି ଦକ୍ଷ ଆପ୍ଲାଏନ୍ସଗୁଡିକର ଗ୍ରହଣୀୟତା ତଥା ଏଥିସମ୍ପର୍କିତ ସଚେତନତା ବୃଦ୍ଧି କରିବା ତଥା ଦକ୍ଷ ସେଲ୍‌ସ ଚ୍ୟାନେଲ ସ୍ଥାପନ କରିବା ପାଇଁ କରାଯାଇଛି । ଏହି ବୈଠକ ଇଇଏସ୍‌ଏଲ୍ ଦ୍ୱାରା ସମସ୍ତ ଶକ୍ତି ଦକ୍ଷ ପଦକ୍ଷେପ ଓ କାର୍ଯ୍ୟକ୍ରମଗୁଡିକର ଚାହିଦା ଓ ଏକତ୍ରୀକରଣ ପାଇଁ ଦକ୍ଷ ପ୍ରମୋସନାଲ ଚ୍ୟାନେଲ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲା । ଏହି କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ଏଜେନ୍ସିଗୁଡିକରୁ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେପରିକି, ଇଇଏସ୍‌ଏଲ୍‌ର ଅଧିକାରୀ ଯେପରିକି ଅନିମେଶ ମିଶ୍ର (ମୁଖ୍ୟ ସାଧାରଣ ସମ୍ପାଦକ, ସେଲ୍‌ସ ବିଭାଗ ମୁଖ୍ୟ ଓ ସିସିପିଆର୍‌), ଆଦେଶ ସକ୍ସେନା (ସାଧାରଣ ସମ୍ପାଦକ, ଟେକ୍ନିକାଲ, ଇଇଏସ୍‌ଏଲ୍‌) ଓ ବେଦପ୍ରକାଶ ଡିଣ୍ଡୋରେ (ସେଂଟ୍ରାଲ ରିଜିଓନାଲ କ୍ଲଷ୍ଟର୍‌ର ଏଜିଏମ୍‌, ସିଏଚ୍‌ଓ, ଇଇଏସ୍‌ଏଲ୍‌) ଆଦିଙ୍କ ସହିତ ଏକ ଆଲୋଚନାରେ ନିୟୋଜିତ ହୋଇଥିଲେ ।
ଏହି ଅବସରରେ ସିଜିଏମ୍ (ସେଲ୍‌ସ ଓ ପିଆର୍‌ସିସି) ଅନିମେଶ ମିଶ୍ର କହିଛନ୍ତି, “ଭୁବନେଶ୍ୱରର ଜୀବନ୍ତ ଉଦ୍ୟୋଗିକ ଇକୋସିଷ୍ଟମ ଏହାକୁ ଶକ୍ତି ଦକ୍ଷତା ପାଇଁ ପହଂଚ ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଶକ୍ତିର ଭବିଷ୍ୟତ ସୃଷ୍ଟି କରିବାର ଇଇଏସ୍‌ଏଲ୍‌ର ଲକ୍ଷ୍ୟକୁ ପରିଚାଳନା କରିବା ଲାଗି ଏକ ଆଦର୍ଶ ସ୍ଥାନରେ ପରିଣତ କରୁଛି । ଇଇଏସ୍‌ଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଅଧିନରେ ଶୁଭାରମ୍ଭ କରାଯାଇଥିବା ଅଭିନବ ଏଲ୍‌ଇଡି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତରେ ଶକ୍ତି ଦକ୍ଷତାକୁ ପରିଚାଳନା କରିବା କ୍ଷେତ୍ରରେ ଆଗରେ ରହିଆସିଛି । ଏହି ପ୍ରୋଗ୍ରାମ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିବାବେଳେ ପ୍ରତିବର୍ଷ ୧୯୩୩୪ କୋଟି ଟଙ୍କା ସଂଚୟ କରୁଛି । ଆଲୋଚନାକୁ ସମ୍ବୋଧିତ କରି ବେଦପ୍ରକାଶ ଡିଣ୍ଡୋରେ (ଏଜିଏମ୍‌, ସେଂଟ୍ରାଲ ରିଜିଓନାଲ କ୍ଲଷ୍ଟର, ସିଏଚ୍‌ଓ, ଇଇଏସ୍‌ଏଲ୍‌) କହିଛନ୍ତି, “ସହରରେ ଚ୍ୟାନେଲ ପାର୍ଟନରମାନଙ୍କ ବୈଠକ ଏକ ବଡ ସଫଳତା ଏବଂ ଏହା ଆମକୁ ସିଧାସଳଖ ସ୍ଥାନୀୟ ପାର୍ଟନରଙ୍କ ସହ ନିୟୋଜିତ ହେବା ଏବଂ ଅଂଚଳରେ ଆମର ଶକ୍ତି ଦକ୍ଷତା ପଦକ୍ଷେପଗୁଡିକୁ ସମ୍ପ୍ରସାରଣ କରିବା ପାଇଁ ଏକ ରଣନୀତି ବିକାଶ କରିବାରେ ସାହାଯ୍ୟ କରିଛି । ଆମେ ବ୍ୟବସାୟ, ସମୁଦାୟ ଓ ସାଧାରଣ ନାଗରିକଙ୍କୁ ଉପକୃତ କରୁଥିବା ଅତ୍ୟାଧୁନିକ ଶକ୍ତି ଦକ୍ଷତା ଓ ସୁଲଭ ସମାଧାନଗୁଡିକର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଜ୍‌ନେସ ମଡେଲ ଓ ପ୍ରମୋସ୍‌ନାଲ ପଦ୍ଧତିଗୁଡିକ ଉପରେ ଆଲୋଚନା କରିଛୁ ।”
ଡିଜିଟାଲ ଓ ଅନ୍‌ଲାଇନ ସପିଙ୍ଗ୍ ଫ୍ଲାଟ୍‌ଫର୍ମଗୁଡିକର ବୃଦ୍ଧିକୁ ସେମାନଙ୍କର ସୁବିଧା ଓ ପହଂଚ ପାଇଁ ବ୍ୟାପକ ରୂପେ ପ୍ରଶଂସା କରାଯାଉଥିବା ବେଳେ ଏହାକୁ ସ୍ୱୀକୃତି ଦେବା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ପାରମ୍ପରିକ ଷ୍ଟୋର ଓ ଚ୍ୟାନେଲ ପାର୍ଟନରମାନେ ଏବେ ବି ଘରୋଇ ଉପଯୋଗରେ ୭୦%ର ଯୋଗଦାନ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଇଇଏସ୍‌ଏଲ୍ ଲୋକମାନଙ୍କୁ ଓ ବ୍ୟବସାୟଗୁଡିକ ଏହି ପରିବର୍ତନଶୀଳ ଅଭିଯାନରେ ପାର୍ଟନର ହୋଇ ଭାରତର ଜଳବାୟୁ ପରିବର୍ତନ ଲକ୍ଷ୍ୟଗୁଡିକରେ ଯୋଗଦାନ କରିବାର ମିଶନରେ ସାମିଲ ହେବା ପାଇଁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି ।”
ବୈଠକ ସମୟରେ ଏହା ଘୋଷଣା କରାଯାଇଥିଲା ଯେ, ସେମାନଙ୍କର ଏନର୍ଜି-ଏଫିସିଏଂଟ୍ କୁକ୍‌ଷ୍ଟୋଭଗୁଡିକ ଭାରତ ସରକାରଙ୍କ ‘ଗୋ ଇଲେକ୍‌ଟ୍ରିକ’ କ୍ୟାମ୍ପେନ ଅଧିନରେ ଇଇଏସ୍‌ଏଲ୍‌ର ନ୍ୟାଶନାଲ ଏଫିସିଏଂଟ୍ କୁକିଂ ପ୍ରୋଗ୍ରାମ ମାଧ୍ୟମରେ ରରଗ୍ଦକ୍ଷଜ୍ଞବକ୍ସଗ୍ଧ.ସଦ୍ଭ ୱେବ୍‌ସାଇଟ୍‌ରେ ଏକ ସପ୍ତାହ ମଧ୍ୟରେ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିବା ସମସ୍ତ ଚ୍ୟାନେଲ ପାର୍ଟନରଙ୍କୁ ଧନ୍ୟବାଦ ଅର୍ପଣ ସହିତ ରଶ୍ମିରଞ୍ଜନ ଶତ୍‌ପଥୀ (ଜୋନାଲ ଇନ୍‌ଚାର୍ଜ, ଆର୍‌ଓ, ଇଇଏସ୍‌ଏଲ୍‌)ଙ୍କ ଦ୍ୱାରା ସମାପନ କରାଯାଇଥିଲା ।

 


Spread the love

Leave A Reply

Your email address will not be published.