ବେଆଇନ କାରବାରର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ସମ୍ମିଳନୀ ଅୟୋଜିତ

Spread the love

ଭୁବନେଶ୍ୱର: ନିକଟରେ ଆୟୋଜିତ ଏସିଆ ସିକ୍ୟୁରିଟି: ଆଂଟି-କାଉଂଟରଫିଟିଙ୍ଗ, ଟ୍ରେଡମାର୍କ ଆଣ୍ଡ ବ୍ରାଣ୍ଡ ପ୍ରୋଟେକ୍ସନ କନ୍‌ଫରେନ୍ସରେ ଫିଲିପ ମୋରିସ୍ ଇଂଟରନ୍ୟାଶନାଲ (ପିଏମ୍‌ଆଇ)ର ଇଲିସିଟି ଟ୍ରେଡ୍ ପ୍ରିଭେନ୍‌ଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍ ଦୁରେନ ନିଜ ଅଭିଭାଷଣରେ ବେଆଇନ କାରବାରର ମୁକାବିଲା କରିବା ପାଇଁ କିଭଳି ଆନ୍ତର୍ଜାତୀୟ ସହଭାଗିତା ମୂଳଦୁଆ ହୋଇପାରିବ ଏବଂ ଏହାକୁ ରୋକିବା ପାଇଁ କଠୋର ନିୟମ ଓ କାର୍ଯ୍ୟତାରିକତାର ଆବଶ୍ୟକତା ରହିଥିବା ସମ୍ପର୍କରେ ଆଲୋକପାତ କରିଛନ୍ତି । ଏଥିସହିତ କିଭଳି ନିଷେଧାଦେଶ ଏକ ବୈଧ ବିକଳ୍ପ ହେବ ନାହିଁ ଏବଂ ବେଆଇନ କାରବାରକୁ ରୋକିବା ପାଇଁ ନିୟମ ଓ କାର୍ଯ୍ୟକାରିତା ଉଚିତ ସମାଧାନ ହୋଇପାରିବ ସେସମ୍ପର୍କରେ ସୂଚିତ କରିଛନ୍ତି । ଗତ ଜୁଲାଇ ୨୩ ଓ ୨୪ ତାରିଖରେ ଦିଲ୍ଲୀରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ‘ଦ ପାୱାର ଅଫ୍ କୋଲାବରେଶନ ଆଣ୍ଡ ୟୁନିଟି ଇନ୍ ଫାଇଟ୍ ଏଗେଂଷ୍ଟ ଇଲିସିଟି ଟ୍ରେଡ୍ ଆଣ୍ଡ କାଉଂଟରଫିଟିଙ୍ଗ’ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ବ୍ରାଣ୍ଡ ମାଲିକ, ନିୟାମକ, ଆଇନ ପ୍ରଣୟନକାରୀ ସଂସ୍ଥା, ସରକାର, ନୀତିନିର୍ମାତା ଓ ସୁରକ୍ଷା ସମାଧାନ ପ୍ରଦାତାମାନେ ଅଂଶଗ୍ରହଣ କରିଥିଲେ ଯିଏକି ସରକାର, ବ୍ରାଣ୍ଡ ଓ ସମାଜ ଉପରେ ବେଆଇନ କାରବାରର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହା ସମ୍ପର୍କରେ ଫିଲିପ ମୋରିସ୍ ଇଂଟରନ୍ୟାଶନାଲ (ପିଏମ୍‌ଆଇ)ର ଇଲିସିଟି ଟ୍ରେଡ୍ ପ୍ରିଭେନ୍‌ଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍ ଦୁରେନ କହିଛନ୍ତି, ‘ବିଶ୍ୱସ୍ତରରେ ପାନ କରାଯାଉଥିବା ମୋଟ ସିଗାରେଟର ପ୍ରାୟ ୧୨% ବେଆଇନ ଅଟେ ଯାହା ବିଶ୍ୱବ୍ୟାପୀ ସରକାରଗୁଡିକୁ ୪୦.୫ ବିଲିୟନ ଡଲାରର ଟିକସ କ୍ଷତି ସହ ପ୍ରଭାବିତ କରୁଛି । ୟୁରୋମନିଟର ରିପୋର୍ଟ ମୁତାବକ, ଭାରତରେ ବ୍ୟବହାର କରାଯାଉଥିବା ପ୍ରତି ୪ଟି ସିଗାରେଟ ମଧ୍ୟରୁ ଗୋଟିଏ ବେଆଇନ ଅଟେ ଯାହା ପ୍ରାୟ ୨ ବିଲିୟନ ଡଲାରର ଟିକସ କ୍ଷତି ସହ ସମାନ ଅଟେ । ଉଭୟ ନକଲି ଓ ନିଷିଦ୍ଧ ଉତ୍ପାଦଗୁଡିକ ପାଇଁ ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହଛି ଯାହା ଏହି ସମସ୍ୟାକୁ କେବଳ ଏକ ଘରୋଇ ନୁହେଁ ବରଂ ଆନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଛି ଯାହା ବହୁରାଷ୍ଟ୍ରୀୟ ସମାଧାନର ଆବଶ୍ୟକ କରୁଛି ।”
ବେଆଇନ କାରବାରର ବୃହତ ବହୁରାଷ୍ଟ୍ରୀୟ ସମସ୍ୟାକୁ ସମ୍ବୋଧିତ କରି ନିଜ ସୁପାରିଶରେ ରୋଡ୍‌ନି କହିଛନ୍ତି, ‘କର୍ତୃପକ୍ଷମାନଙ୍କୁ ସେମାନଙ୍କ ଦେଶରେ କ’ଣ ଘଟୁଛି ତାହାର ଉତରଦାୟିତ୍ୱ ନେବା ପାଇଁ ଭାରତ ସମେତ ଟ୍ରାଞ୍ଜିଟ ଓ ସୋର୍ସ ଦେଶଗୁଡିକ ସହ ସଚେତନତା ବୃଦ୍ଧି କରିବା ପାଇଁ ୱାର୍ଲ୍ଡ ଟ୍ରେଡ ଅର୍ଗାନାଇଜେଶନ (ଡବ୍ଲ୍ୟୁଟିଓ) ମଧ୍ୟରେ ବିଦ୍ୟମାନ ମୁକ୍ତ ବାଣିଜ୍ୟିକ ଚୁକ୍ତି ଓ ବ୍ୟବସ୍ଥାକୁ ଉତମ ଭାବେ ଉପଯୋଗ କରିବାର ଆବଶ୍ୟକତା ରହିଛି । ପରବର୍ତୀ ସୁପରାଶି ହେଉଛି ଏଏସ୍‌ଇଏଏନ୍‌କୁ ନେଇ ରହିଥିବା ବିଦ୍ୟମାନ ଗୋଲ୍ଡ ଷ୍ଟାଣ୍ଡାର୍ଡ ରେଗୁଲେଶନର ସମନ୍ୱୟକୁ ପ୍ରୋତ୍ସାହିତ କରିବା, ଯାହା ନ୍ୟାୟ ଓ ଦଣ୍ଡ ପ୍ରଦାନ କରିବାର ଅଧିକାର ଥିବା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକ ସମେତ ନିୟମର କାର୍ଯ୍ୟକାରିତା ଦ୍ୱାରା ସମର୍ଥିତ ଅଟେ । ବହୁରାଷ୍ଟ୍ରୀୟ ପରିବହନ କ୍ଷେତ୍ରରେ ସନ୍ଦେହଜନକ ସିପ୍‌ମେଂଟ୍‌ର ଯାଂଚ କରିବାକୁ ଅନୁମତି ଦେଉଥିବା ନିୟମଗୁଡିକୁ ଗ୍ରହଣ କରନ୍ତୁ ଏବଂ ଆଇପି-ଇନ୍‌ଫ୍ରିଞ୍ଜିଙ୍ଗ ଭାୟୋଲେଶନ ଉପରେ କଷ୍ଟମ୍‌ସ କିମ୍ବା ଯେକୌଣସି ଉପଯୁକ୍ତ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ନ୍ୟାୟ ପ୍ରଦାନ ଅଧିକାରର ଉପଯୋଗ କରନ୍ତୁ । ଶେଷରେ ଆଇନ ଶିଳ୍ପ ଓ ଇଂଟର-ଲ’ ଏନ୍‌ଫୋର୍ସମେଂଟ୍ ଏଜେନ୍ସି କୋଅପରେଶନ ସହିତ ସହଯୋଗିତା ବୃଦ୍ଧି କରି ଘରୋଇ କାର୍ଯ୍ୟକାରିତାର ପ୍ରଭାବଶାଳୀତାକୁ ସୁଦୃଢ କରନ୍ତୁ ।” ଏହି ସମ୍ମିଳନୀରେ ଆନ୍ତର୍ଜାତୀୟ ପ୍ରମୁଖ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଯିଏକି ବିଭିନ୍ନ ଶିଳ୍ପରେ ନୂଆ ଟ୍ରେଣ୍ଡ, ବିକାଶ, ବିପଦ ଓ ବେଆଇନ ଓ ନକଲି କାରବାରର ମୁକାବିଲା ପାଇଁ ରହିଥିବା ସମାଧାନ ସମ୍ପର୍କରେ ଆଲୋଚନାରେ ନିୟୋଜିତ ହୋଇଥିଲେ ।

 


Spread the love

Leave A Reply

Your email address will not be published.