ଭୁବନେଶ୍ୱର : ଫୋନପେର ଏକ ପ୍ରଡକ୍ଟ ସେୟାର.ମାର୍କେଟ ପକ୍ଷରୁ ଶୀଟ୍ସର ଶୁଭାରମ୍ଭ କରାଯାଇଛି । ଡିସକାଉଂଟ ବ୍ରୋକିଂ ଲ୍ୟାଣ୍ଡସ୍କେପରେ ଏହି ଶିଳ୍ପ-ପ୍ରଥମ ଫିଚର ବଜାର ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ବାଣିଜ୍ୟ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ ହୋଇଛି । ୱେବ ପ୍ଲାଟଫର୍ମ ଟ୍ରେଡ.ସେୟାର.ମାର୍କେଟରେ ଉପଲବ୍ଧ, ଶୀଟ୍ସ ବଜାର ଡାଟାକୁ ସିଧାସଳଖ ସ୍ପ୍ରେଡସିଟରେ ଇମ୍ପୋର୍ଟ କରି ଏବଂ ଅତି ସହଜରେ ସେମାନଙ୍କ ନିଜସ୍ୱ ବାଣିଜ୍ୟ ମଡେଲ ଏବଂ ରଣନୀତି ପ୍ରସ୍ତୁତ କରିବାରେ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରେ । ଶେୟାର.ମାର୍କେଟ ଶୀଟ୍ସର ଶୁଭାରମ୍ଭ ସହିତ ଶିଳ୍ପକୁ ନୂଆ ରୂପ ଦେଇଛି ଏବଂ ଏହି ଅଭିନବ ଫିଚର ପ୍ରଦାନ କରିବାରେ ଦେଶର ଏକମାତ୍ର ଡିସକାଉଂଟ ବ୍ରୋକର ପାଲଟିଛି । ଏହି ଅତ୍ୟାଧୁନିକ ଟୁଲ ବଜାର ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ନିଜସ୍ୱ ଜ୍ଞାନ ବଢ଼ାଇବା ଏବଂ ବଜାରର କାର୍ଯ୍ୟକ୍ଷମ ଅନ୍ତର୍ନିହିତ ଉପାଦାନଗୁଡ଼ିକୁ ବୁଝିବା ପାଇଁ ଆବଶ୍ୟକ ଭିତିଭୂମି ପ୍ରଦାନ କରେ । ଶୀଟ୍ସ ବ୍ୟବସାୟୀ ସମୁଦାୟକୁ ବିକଳ୍ପ ରଣନୀତି ନିର୍ମାଣ କରିବା, କ୍ରୟ ଏବଂ ବିକ୍ରୟ ପାଇଁ ସଙ୍କେତ ସୃଷ୍ଟି କରିବା ଏବଂ ରିୟଲ-ଟାଇମ୍ ଆଧାରରେ ପ୍ରଭାବଶାଳୀ ଭାବରେ ଟ୍ରେଣ୍ଡଗୁଡିକୁ ବିଶ୍ଳେଷଣ କରିବାକୁ ସକ୍ଷମ କରେ ।
ଶୀଟ୍ସର ଶୁଭାରମ୍ଭ ବିଷୟରେ ଆଲୋଚନା କରି ଶେୟାର.ମାର୍କେଟର ସିଇଓ, ଉଜ୍ଜ୍ୱଳ ଜୈନ କହିଛନ୍ତି, “ବଜାରରେ ଅଂଶଗ୍ରହଣକାରୀଙ୍କ ପାଇଁ ବ୍ରୋକିଂ ଅଭିଜ୍ଞତାକୁ ଉନ୍ନତ କରିବା ସହିତ ବୌଦ୍ଧିକ ଭିତିଭୂମି ପ୍ରଦାନ କରି ସେମାନଙ୍କୁ ସୁଚିନ୍ତିତ ନିଷ୍ପତି ନେବାକୁ ସଶକ୍ତ କରିବା ପାଇଁ ଶେୟାର.ମାର୍କେଟ କ୍ରମାଗତ ଭାବରେ ଉଦ୍ୟମ କରୁଛି । ଶୀଟ୍ସ ହେଉଛି ଡିସ୍କାଉଂଟ ବ୍ରୋକିଂ ଇକୋସିଷ୍ଟମରେ ଏପରି ଏକ ଟୁଲ ଯାହା କୌଣସି ମାନବିକ ହସ୍ତକ୍ଷେପର ଆବଶ୍ୟକତା ବିନା ଏକାଧିକ ଷ୍ଟକ ଉପରେ ନଜର ରଖିବା ପ୍ରକ୍ରିୟାକୁ ସ୍ୱୟଂଚାଳିତ ପ୍ରକ୍ରିୟାରେ ପରିଣତ କରିବ । ଏହା ବ୍ୟବସାୟୀମାନଙ୍କୁ ଶୀଘ୍ର ବିନିଯୋଗ ରଣନୀତି ପ୍ରସ୍ତୁତ କରିବା ଏବଂ ତ୍ରୁଟିର ବିପଦକୁ ହ୍ରାସ କରିବାକୁ ସୁଯୋଗ ଦେବ । ଏହି ଟୁଲଗୁଡ଼ିକ ବଜାର ସଙ୍କେତ, ଟ୍ରେଣ୍ଡ, ଏବଂ ଗତିର ପରିବର୍ତନକୁ ସଠିକ ଭାବରେ ଚିହ୍ନଟକୁ ସକ୍ଷମ କରିଥାଏ । ଏହି ଶକ୍ତିଶାଳୀ ନୂତନ ବୈଶିଷ୍ଟ୍ୟଗୁଡ଼ିକ ମାଧ୍ୟମରେ ଶେୟାର.ମାର୍କେଟ ବ୍ୟବସାୟୀ ଏବଂ ନିବେଶକମାନଙ୍କୁ ସେମାନଙ୍କର ରଣନୀତିକୁ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରୁଛି ଯାହା ସେମାନଙ୍କୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟ- ବଜାର ସମ୍ବନ୍ଧରେ ଏକ ସନ୍ତୁଳିତ ତଥା ସୁଚିନ୍ତିତ ନିଷ୍ପତି ନେବା ଉପରେ ଧ୍ୟାନ ଦେବାକୁ ସୁଯୋଗ ଦେଇଥାଏ ।”
ଶୀଟ୍ସ ଅତି ସହଜରେ ଷ୍ଟକଗୁଡ଼ିକର ୱାଚଲିଷ୍ଟ ତିଆରି ତଥା ପରିଚାଳନାକୁ ସକ୍ଷମ କରେ । ବ୍ୟବସାୟୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଏକ ପରିବର୍ତିତ ୱାଚଲିଷ୍ଟ ତିଆରି କରିପାରିବେ । ଏହା ଦ୍ୱାରା ବ୍ୟବସାୟୀମାନେ ମାନୁଆଲୀ ଟ୍ରାକିଂରେ ହେଉଥିବା ଅସୁବିଧା ବିନା ସେମାନଙ୍କ ପ୍ରିୟ ଷ୍ଟକ ଉପରେ ନଜର ରଖିପାରିବେ । ଏହି ବୈଶିଷ୍ଟ୍ୟ ବ୍ୟବସାୟୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନଭୁଲି ସକ୍ରିୟ ବଜାର ଗତିବିଧିକୁ ଟ୍ରାକ କରିବାକୁ ସକ୍ଷମ କରିଥାଏ । ବ୍ୟବସାୟୀମାନେ ରିଅଲ-ଟାଇମ ଅପ୍ସନ ଚେନ ଡାଟା ବ୍ୟବହାର କରିପାରିବେ । ୟୁଜରମାନେ ଶୀଟ୍ସ ଦ୍ୱାରା ରିଅଲ-ଟାଇମ ଅପ୍ସନ ଚେନ ଡାଟା ବ୍ୟବହାର କରି ପ୍ରତି ସେକେଣ୍ଡରେ ଅପଡେଟ ହେଉଥିବା ଆବଶ୍ୟକତା ଅନୁଯାୟୀ ପରିବର୍ତିତ ପ୍ରବେଶ ଏବଂ ପ୍ରସ୍ଥାନ ସଂକେତ ସୃଷ୍ଟି କରିପାରିବେ । ବ୍ୟବସାୟୀମାନଙ୍କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟେର ଶୀଟ୍ସ ସେମାନଙ୍କୁ ମୂଲ୍ୟର ନିର୍ଦ୍ଦିଷ୍ଟ କ୍ରମ ବ୍ୟବହାର କରି ସହଜରେ ରଣନୀତି ପ୍ରସ୍ତୁତ ଏବଂ ପରୀକ୍ଷଣ ପାଇଁ ସେୁଯାଗ ପ୍ରଦାନ କରିବ । ଏହା ସେମାନଙ୍କୁ ସୁଚିନ୍ତିତ ବିନିଯୋଗ ନିଷ୍ପତି ନେବାରେ ସକ୍ଷମ କରିବ ।