Croma Republic Day Sale: କ୍ରୋମା ପକ୍ଷରୁ ବ୍ଲକ୍‌ବଷ୍ଟର୍ ରିପବ୍ଲିକ୍ ଡେ ସେଲ୍‌ର ଶୁଭାରମ୍ଭ; Apple, Samsung ଉପରେ ଆକର୍ଷଣୀୟ ଡିଲ

Spread the love

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓମନିଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ବ୍ଲକବଷ୍ଟର ରିପବ୍ଲିକ ଡେ ସେଲ୍(Croma Republic Day Sale) ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ସ୍ମାର୍ଟଫୋନ, ଲାପଟପ, ଟେଲିଭିଜନ, ବୃହତ ଆପ୍ଲାଏନସେସ ଓ ଅଡିଓ ଉତ୍ପାଦ ଉପରେ ଆକର୍ଷଣୀୟ ଡିଲ(Unbeatable Deals) ପାଇପାରିବେ। ଏହି ଅଫର ସମସ୍ତ କ୍ରୋମା ଷ୍ଟୋରରେ ଆରମ୍ଭ ହୋଇଛି ଓ ତାହା ୨୦୨୬ ଜାନୁଆରି ୨୬ ପର୍ଯ୍ୟନ୍ତ ଜାରି ରହିବ।

କ୍ରୋମାରେ ସପିଂ କରୁଥିବା ଗ୍ରାହକମାନେ ବ୍ୟାଙ୍କ କ୍ୟାସବ୍ୟାକ, ଏକ୍ସଚେଞ୍ଜ ବୋନଓ, ସ୍ୱତନ୍ତ୍ର ଛାତ୍ରଛାତ୍ରୀ ରିହାତି, ସହଜ ଇଏମଆଇ ବିକଳ୍ପ ପାଇପାରିବେ। ବ୍ରାଣ୍ଡ, ମଡେଲ, ଷ୍ଟୋର, ଦିବସ, ସହର ଓ ଉପଲବ୍ଧତା ଉପରେ ମୂଲ୍ୟ ଓ ଅଫର ନିର୍ଭର କରିବ। ସେହିପରି ଏଚଡିଏଫସି ଟାଟା ନିଉ କାର୍ଡରେ ସ୍ୱତନ୍ତ୍ର ଆପଲ ଉତ୍ପାଦ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ।

ରିପବ୍ଲିକ୍ ଡେ ଅଫରରେ ଗ୍ରାହକମାନେ ଆଇଫୋନ୍ ୧୭କୁ ୪୭,୯୯୦ ଟଙ୍କାରେ ପାଇପାରିବେ। ପୁରୁଣା ସ୍ମାର୍ଟଫୋନ ବଦଳାଇ ୨୩,୫୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ, ଫ୍ଲାଟ୍ ୨୦୦୦ ଟଙ୍କା କ୍ୟାସବ୍ୟାକ୍ ଏବଂ ଅତିରିକ୍ତ ୮୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନଓ ମିଳିବ। ସେହିପରି ଆଇଫୋନ୍ ୧୫ ମଡେଲ୍ ୩୧,୯୯୦ ଟଙ୍କାରେ ମିଳିବ। ପୁରୁଣା ଫୋନ୍ ବଦଳରେ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ, ୧୦୦୦ ଟଙ୍କାର ବ୍ୟାଙ୍କ କ୍ୟାସବ୍ୟାକ୍ ଓ ୪୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ମିଳିବ।

ସାମସଙ୍ଗ୍ ଏସ୍‌୨୫ ମଡେଲ୍ ଦାମ୍ ୫୦,୪୯୯ ଟଙ୍କା ରହିଛି। ଏସ୍‌୨୪କୁ ବଦଳାଇଲେ ୨୪,୫୦୦ ଟଙ୍କାରେ ମିଳିବ। ସାମସଙ୍ଗ ଏସ୍‌୨୫ ଅଲ୍‌ଟ୍ରାର ଦାମ୍ ୭୯,୯୯୯ ଟଙ୍କା ରହିଛି ଏବଂ ଏସ୍‌୨୪ ଅଲ୍‌ଟ୍ରାକୁ ବଦଳାଇଲେ ୪୩,୦୦୦ ଟଙ୍କାରେ ମିଳିବ। ସାମସଙ୍ଗ ଜେଡ୍ ଫୋଲ୍‌ଡ ୭ ଦାମ୍ ୧,୦୯,୯୯୯ ଟଙ୍କା ରହିଛି ଏବଂ ଜେଡ୍ ଫୋଲ୍‌ଡ ୬ ବଦଳାଇଲେ ତାହା ୫୮,୦୦୦ ଟଙ୍କାରେ ମିଳିବ।

ଏହି ସେଲ୍‌ରେ ୫୧,୯୧୧ ଟଙ୍କାର ସ୍ୱତନ୍ତ୍ର ଛାତ୍ରଛାତ୍ରୀ ରିହାତିରେ ମ୍ୟାକ୍‌ବୁକ୍ ଏୟାର ଏମ୍‌୪ ମିଳିପାରିବ। ଏଥି ସହିତ ଏହା ଉପରେ ୧୦,୦୦୦ ଟଙ୍କାର ବ୍ୟାଙ୍କ କ୍ୟାସବୁକ୍‌, ପୁରୁଣା ଲାପଟପ କିମ୍ବା ପିସି ବଦଳାଇଲେ ୧୩,୦୦୦ ଟଙ୍କା ପର୍ଯ୍ୟନ୍ତ ୧୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ସୁବିଧା ମିଳିବ। ଏଚ୍‌ପି ଓମ୍‌ନି ବୁକ୍ ୫ ୧୩ତମ ଜେନ୍ ପିସି ଦାମ୍ ୍‌୮୦,୦୬୭ ଟଙ୍କା ରହିଛି ଏବଂ ଏହା ଉପରେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ମୂଲ୍ୟ, ୨୫୦୦ ଟଙ୍କାର ବ୍ୟାଙ୍କ କ୍ୟାସବ୍ୟାକ୍ ଓ ୪୦୦୦ ଟଙ୍କାର ଏକ୍ସଚେଞ୍‌ଜ ବୋନସ୍ ମିଳିବ।

Croma Republic Day Saleରେ ଗ୍ରାହକମାନେ ୧,୭୫,୦୦୦ ଟଙ୍କାର ସାମସଙ୍ଗ ନିଓ କ୍ୟୁଏଲଇଡି ୬୫ ଇଂଚକୁ ୯୮,୯୯୦ ଟଙ୍କାରେ ପାଇପାରିବେ। ସେହିପରି ଟିସିଏଲ୍‌ର ୫୫ ଇଂଚ କ୍ୟୁଏଲଇଡି ଟିଭିକୁ ୩୮,୯୯୦ ଟଙ୍କା, ଫୁଲି ଅଟୋମେଟିକ୍ ୯ କେଜି ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍‌କୁ ୩୧,୨୯୦ ଟଙ୍କା, ମାର୍ଶାଲ ବ୍ଲୁଟୁଥ ସ୍ପିକର୍ ଉପରେ ୩୫% ରିହାତି ତଥା କେତେକ ନିର୍ଦ୍ଦିଷ୍ଟ ଏସି ଉପରେ ୧୧,୫୦୦ ଟଙ୍କାର ଲାଭ ପାଇପାରିବେ।

ଇନଫିନିଟି ରିଟେଲ୍ ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ଗ୍ରାହକମାନେ ନିଜ ଘର ଓ ବ୍ୟକ୍ତିଗତ ବ୍ୟବହାରକୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବାରୁ ଗଣତନ୍ତ୍ର ଦିବସ ଭାରତୀୟ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସପିଂ ମୁହୂର୍ତ ପ୍ରଦାନ କରୁଛି। ଆମ ରିପବ୍ଲିକ୍ ଡେ ସେଲ୍ ସହିତ ଆମେ ବିଭିନ୍ନ ବର୍ଗରେ ଦୃଢ଼ ଅଫର ପ୍ରସ୍ତୁତ କରିଛୁ ଯେଉଁଥିରେ ଶ୍ରେଷ୍ଠ ଡିଲ ଓ ଲାଭ ରହିଛି ଯାହା ଫଳରେ ଗ୍ରାହକମାନେ ବିଶ୍ୱାସ ଓ ଷ୍ଟୋର୍‌ରେ ଥିବା ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସପିଂ କରି ପରିପୂର୍ଣ୍ଣ ଅନୁଭୂତି ପାଇପାରିବେ।”

Croma Republic Day Sale ଦେଶବ୍ୟାପୀ ସମସ୍ତ କ୍ରୋମା ଷ୍ଟୋର୍‌ରେ ଉପଲବ୍ଧ ହୋଇଛି।


Spread the love

Leave A Reply

Your email address will not be published.