ରେନୋ ପୁନର୍ବାର ନେଇଆସିଛି ଏହାର ଆଇକନିକ୍ ଡସ୍ଟର

Spread the love

  • ରେନୋ ଡସ୍ଟର ଏକ ସମ୍ପୂର୍ଣ୍ଣ ଆଧୁନିକ ଓ ଷ୍ଟାଇଲିଶ୍ ନୂଆ ଜେନେରେସନ ସହ ପ୍ରତ୍ୟାବର୍ତ୍ତନ କରିଛି, ଯାହା ତାହାର ଅଦ୍ଭୁତ ରାଇଡ୍ କ୍ୱାଲିଟି ଏବଂ ହାଣ୍ଡଲିଂର ଆଇକନିକ୍ ପରିଚୟକୁ ଅତୁଟ ରଖିଛି।
  • ଏହି ଏସୟୁଭି ରେ ଦୁଇଟି ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍‌— ଟର୍ବୋ ଟିସିଇ ୧୬୦ ଓ ଟର୍ବୋ ଟିସିଇ ୧୦୦ ଉପଲବ୍ଧ। ଏହା ସହିତ, ପ୍ରଥମଥର ପାଇଁ ଭାରତରେ ୧.୮ ଲିଟର ଇଞ୍ଜିନ୍ ଏବଂ ୧.୪ କିଲୋୱାଟ-ଘଣ୍ଟା ବ୍ୟାଟେରି ସହିତ ଶକ୍ତିଶାଳୀ ହାଇବ୍ରିଡ୍ ଇ-ଟେକ୍ ୧୬୦ ମଧ୍ୟ ଲଞ୍ଚ୍ କରାଯାଇଛି, ଯାହା ତାହାର ବେଷ୍ଟ-ଇନ୍‌-କ୍ଲାସ୍ ଇଫିସିଏନ୍ସି ପାଇଁ ପରିଚିତ।
  • ପ୍ରଥମଥର ପାଇଁ ଭାରତରେ, ରେନୋଲ୍ଟ ଗୁଗୁଲ୍ ନିଜସ୍ୱ ନିର୍ମିତ ଓପେନ-ଆର ଲିଙ୍କ୍ ସହ ମଲ୍ଟିମିଡିଆ ସିଷ୍ଟମ୍ ପ୍ରଦାନ କରୁଛି।
  • ଭାରତୀୟ ଗ୍ରାହକଙ୍କୁ ଧ୍ୟାନରେ ରଖି ତିଆରି ହୋଇଥିବା ନୂଆ ରେନୋ ଡସ୍ଟର ର ପ୍ରାୟ ୯୦% ଉପାଦାନ ଭାରତ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଏହା ରେନୋଲ୍ଟ ଗ୍ରୁପ୍ ମଡ୍ୟୁଲାର ପ୍ଲାଟଫର୍ମ (ଆରଜିଏମପି) ଉପରେ ଆଧାରିତ ଏବଂ ଶ୍ରେଷ୍ଠ କନେକ୍ଟିଭିଟି ସହ ୫-ଷ୍ଟାର ସୁରକ୍ଷା ମାନଦଣ୍ଡ ପାଇଁ ଇଞ୍ଜିନିୟର୍ କରାଯାଇଛି।
  • ନୂଆ ରେନୋ ଡସ୍ଟର ହେଉଛି ରେନୋଲ୍ଟ ଇରନେଶନାଲ ଗେମ ପ୍ଲାନ ୨୦୨୭ ଅଧୀନରେ ଭାରତରେ ପ୍ରଥମ ପ୍ରଡକ୍ଟ ଉନ୍ମୋଚିତ।
ଚେନ୍ନାଇ । ଭୁବନେଶ୍ୱର : ରେନୋଲ୍ଟ ଗ୍ରୁପ୍ ର ସମ୍ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ ରେନୋଲ୍ଟ ଇଣ୍ଡିଆ ଆଜି ନୂଆ ରେନୋ ଡସ୍ଟରର ଉନ୍ମୋଚନ କରିଛି, ଯାହା ଭାରତରେ ମିଡ୍‌-ସାଇଜ୍ ଏସୟୁଭି ବର୍ଗକୁ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଐତିହାସିକ ମାଇଲଷ୍ଟୋନକୁ ପରିଭାଷିତ କରୁଛି। ନୂଆ ଡସ୍ଟର ତାହାର ଦୃଢ଼ ପରିଚୟକୁ ଅତୁଟ ରଖି, ଡିଜାଇନ୍‌, ପାୱାରଟ୍ରେନ୍ ପ୍ରଯୁକ୍ତି, ସୁବିଧା, ସୁରକ୍ଷା ଏବଂ ମାଲିକାନା ଅନୁଭବରେ ଭାରତୀୟ ଏସୟୁଭି ଗ୍ରାହକଙ୍କ ଆଶାକୁ ନୂଆ ମାନକ ପ୍ରଦାନ କରୁଛି। ନୂଆ ରେନୋ ଡସ୍ଟରର ଉନ୍ମୋଚନ ଏକ ଇଣ୍ଡଷ୍ଟ୍ରି-ଫାଷ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିଲା, ଯେଉଁଠାରେ ୧୫,୦୦୦ରୁ ଅଧିକ ଲୋକ ଏବଂ ‘ଗେଙ୍ଗ ଅଫ୍ ଡସ୍ଟର’ କମ୍ୟୁନିଟିର ସଦସ୍ୟମାନେ ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡ଼ିୟମ୍ ରେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ନୂଆ ରେନୋ ଡସ୍ଟର ହେଉଛି ରେନୋଲ୍ଟ ଗ୍ରୁପ୍ ର ଇରନେଶନାଲ ଗେମପ୍ଲାନ ଅଧୀନରେ ଭାରତରେ ପ୍ରଥମ ପ୍ରଡକ୍ଟ, ଯାହା ଭାରତକୁ ୟୁରୋପ୍ ବାହାରେ ରେନୋଲ୍ଟର ବୃଦ୍ଧି ଯୋଜନାର ଏକ ମୁଖ୍ୟ କେନ୍ଦ୍ର ଭାବେ ସ୍ଥାପିତ କରେ। ରେନୋଲ୍ଟ ଗ୍ରୁପ୍ ର ଚିଫ୍ ଗ୍ରୋଥ୍ ଅଫିସର ଏବଂ ରେନୋଲ୍ଟ ବ୍ରାଣ୍ଡର ସିଇଓ ଫାବ୍ରିସ୍ କାମ୍ବୋଲିଭ୍ କହିଛନ୍ତି,“ରେନୋଲ୍ଟ ଇରନେଶନାଲ ଗେମ ପ୍ଲାନ ୨୦୨୭ ଅଧୀନରେ ଭାରତ ଆମ ପାଇଁ ଏକ ରଣନୈତିକ ବଜାର। ଚେନ୍ନାଇରେ ଥିବା ଆମ ଶକ୍ତିଶାଳୀ ଡିଜାଇନ୍‌, ଇଞ୍ଜିନିୟରିଂ ଏବଂ ମାନୁଫାକ୍ଚରିଂ ଇକୋସିଷ୍ଟମ୍ ଆମକୁ ଭାରତୀୟ ଗ୍ରାହକଙ୍କ ଆଶାକୁ ଭଲଭାବେ ବୁଝି ସେମାନଙ୍କ ପାଇଁ ଉପଯୁକ୍ତ ପ୍ରଡକ୍ଟ ଆଣିବାର ସାମର୍ଥ୍ୟ ଦେଉଛି। ନୂଆ ରେନୋ ଡସ୍ଟର ହେଉଛି ଭାରତରେ ରେନୋଲ୍ଟ ର ନୂଆ ଯାତ୍ରାର ପ୍ରଥମ ପଦକ୍ଷେପ।” ନୂଆ ରେନୋ ଡସ୍ଟର ନୂତନ ରେନୋଲ୍ଟ ଗ୍ରୁପ୍ ମଡ୍ୟୁଲାର ପ୍ଲାଟଫର୍ମ (ଆରଜିଏମପି୍‌) ଉପରେ ନିର୍ମିତ, ଯାହା ଅଫ- ରୋଡ୍ ଓ ବିକଟ ପାଣିପାଗ ପରିସ୍ଥିତି ପାଇଁ ପରୀକ୍ଷିତ ଏବଂ ୫-ଷ୍ଟାର ସୁରକ୍ଷା ମାନଦଣ୍ଡକୁ ଧ୍ୟାନରେ ରଖି ଇଞ୍ଜିନିୟର୍ କରାଯାଇଛି। ଏହି ପ୍ଲାଟଫର୍ମ ଗୁଗୁଲ ଅଟୋମୋଟିଭ୍ ସିଷ୍ଟମ୍ ସହ ସମନ୍ୱୟ ରଖୁଥିବା ଏବଂ ବିଭିନ୍ନ ପାୱାରଟ୍ରେନ୍ ବିକଳ୍ପକୁ ସମର୍ଥନ କରେ। ନୂଆ ଡସ୍ଟର ଟର୍ବୋ ଟିସିଇ ୧୬୦ ଇଞ୍ଜିନ୍ ସହ ୧୬୩ ପିଏସ୍ ଶକ୍ତି ଏବଂ ୨୮୦ ଏନଏମ୍ ଟର୍କ ଉତ୍ପାଦନ କରି ସେଗମେଣ୍ଟରେ ସର୍ବୋତ୍ତମ ପରଫର୍ମାନ୍ସ ପ୍ରଦାନ କରେ। ଟର୍ବୋ ଟିସିଇ ୧୦୦ ଇଞ୍ଜିନ୍ ସୁଲଭତା ଏବଂ ସ୍ମାର୍ଟ ଡ୍ରାଇଭିଂ ପାଇଁ ଡିଜାଇନ୍ କରାଯାଇଛି। ହାଇବ୍ରିଡ୍ ଇ-ଟେକ୍ ୧୬୦ ଭେରିଏଣ୍ଟ ୧.୮ ଲିଟର ଇଞ୍ଜିନ୍ ଏବଂ ୧.୪ କିଲୋୱାଟ-ଘଣ୍ଟା ବ୍ୟାଟେରି ସହ ସହର ଡ୍ରାଇଭିଂରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଇଭି ମୋଡ୍ ସୁବିଧା ଦେଇ ସେଗମେଣ୍ଟରେ ସର୍ବୋତ୍ତମ ଏଫିସିଏନ୍ସି ସୁନିଶ୍ଚିତ କରେ। ଟର୍ବୋ ଟିସିଇ ୧୬୦ ଇଞ୍ଜିନ୍ ସହ ୬-ସ୍ପିଡ୍ ୱେଟ୍‌- କ୍ଲଚ୍ ଡିସିଟି ଉପଲବ୍ଧ ଯାହା ଭାରତୀୟ ଡ୍ରାଇଭିଂ ପରିସ୍ଥିତି ପାଇଁ ସଠିକ୍ ବେଗ ଏବଂ ସ୍ମୁଥ ଗିୟର୍ ଶିଫ୍ଟ ପ୍ରଦାନ କରେ । ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିଶନ୍ ଡ୍ରାଇଭରଙ୍କୁ ସଠିକ୍ ନିୟନ୍ତ୍ରଣ ଏବଂ ଆତ୍ମବିଶ୍ୱାସ ଦେଇଥାଏ। ରେନାଲ୍ଟ ଗ୍ରୁପ୍ ଇଣ୍ଡିଆର ସିଇଓ ଷ୍ଟିଫେନ୍ ଡେବ୍ଲେଇସ୍ କହିଛନ୍ତି,“ନୂଆ ରେନୋ ଡସ୍ଟର ହେଉଛି ଭାରତରେ ରେନୋଲ୍ଟ ର ନୂଆ ପ୍ରଡକ୍ଟ ଯୁଗର ଆରମ୍ଭ। ଉନ୍ନତ ହାଇବ୍ରିଡ୍ ପ୍ରଯୁକ୍ତି, ଶ୍ରେଷ୍ଠ ସୁରକ୍ଷା ଏବଂ ରେନୋଲ୍ଟ ଫରଏଭର୍ ପ୍ରୋଗ୍ରାମ୍ ମାଧ୍ୟମରେ ଉନ୍ନତ ମାଲିକାନା ଅନୁଭବ ସହ ରେନୋଲ୍ଟ ପ୍ରତ୍ୟାବର୍ତ୍ତନ କରିଛି।” ନୂଆ ରେନୋ ଡସ୍ଟରକୁ ରେନୋଲ୍ଟ ଫରଏଭର ପ୍ରୋଗ୍ରାମ୍ ଅଧୀନରେ ୭ ବର୍ଷର ୱାରେଣ୍ଟି ସହ ପ୍ରଦାନ କରାଯିବ, ଯାହା ଗ୍ରାହକଙ୍କୁ ଦୀର୍ଘକାଳୀନ ବିଶ୍ୱାସ ଏବଂ ଉତ୍ତମ ଅନଭୁତି ପ୍ରଦାନ କରିବ। ଦୃଢ଼, ବୋଲ୍ଡ ଏବଂ ଆଧୁନିକ ବାହ୍ୟ ଡିଜାଇନ୍‌ ନୂତନ ରେନୋ ଡସ୍ଟର ଏହାର ଆଇକନିକ୍ ପରିଚୟକୁ ଏକ ବୋଲ୍ଡ ଓ ଶକ୍ତିଶାଳୀ ଡିଜାଇନ୍ ସହ ପ୍ରତ୍ୟାବର୍ତ୍ତନ କରିଛି। ଏହା ନିଜର ଦୀର୍ଘଦିନର ଖ୍ୟାତିସମ୍ପନ୍ନ ପରିଚୟକୁ ଅତୁଟ ରଖି, ଏକ ଆଧୁନିକ ଏସୟୁଭି ଭାବରେ ଆଦ୍ଦୃତ ହୋଇପାରିଛି। ଦୃଢ ନିର୍ମାଣ ଶୈଳୀ ଥିବା ଏହି ଗାଡ଼ି, ଶକ୍ତିଶାଳୀ ପ୍ରୋପୋର୍ସନ୍ ଏବଂ ଉଦ୍ଦେଶ୍ୟମୂଳକ ଡିଜାଇନ୍ ଡିଟେଲ୍‌ସ୍ ମାଧ୍ୟମରେ କାର୍ଯ୍ୟକ୍ଷମତା ଓ ଷ୍ଟାଇଲ୍‌ର ସମନ୍ୱୟ ପ୍ରଦର୍ଶନ କରେ। ରେନୋଲ୍ଟ ଗ୍ରୁପ୍ ର ଚିଫ୍ ଡିଜାଇନ ଅଫିସର ଲରେନ୍ସ ଭାନ୍ ଡେନ୍ ଆକର୍ କହିଛନ୍ତି, “ନୂତନ ରେନୋ ଡସ୍ଟର ଏକ ଆଇକନ୍‌ର ପ୍ରତ୍ୟାବର୍ତ୍ତନ, ଏହା କେବଳ ଏକ ବୋଲ୍ଡ ଓ ଅଥେଣ୍ଟିକ୍ ଏସୟୁଭି ନୁହେଁ, ବରଂ ଆମର ଡିଜାଇନ୍ ପ୍ରୟାସର ଏକ ଶକ୍ତିଶାଳୀ ପ୍ରତିବିମ୍ବ। ଭାରତ ଓ ଫ୍ରାନ୍ସର ଆମ ଡିଜାଇନ୍ ଟିମ୍‌ମାନଙ୍କର ସମନ୍ୱିତ ପ୍ରୟାସରେ ପ୍ରତ୍ୟେକ ଆତ୍ମବିଶ୍ୱାସୀ ଲାଇନ୍ ଏବଂ ଆଧୁନିକ, ଶିଳ୍ପିତ ଡିଟେଲ୍ ଗଢ଼ାଯାଇଛି, ଯାହା ଭାରତର ଆକାଂକ୍ଷାକୁ ପ୍ରତିଫଳିତ କରି ଡସ୍ଟରର ବିଶେଷ ପରିଚୟ ସହ ଗଭୀର ସମ୍ପର୍କ ସୃଷ୍ଟି କରୁଛି।” ୨୧୨ ଏମ୍‌ଏମ୍ ଗ୍ରାଉଣ୍ଡ କ୍ଲିଅରେନ୍ସ, ସେଗମେଣ୍ଟରେ ସର୍ବଶ୍ରେଷ୍ଠ ୨୬.୯ ଡିଗ୍ରୀ ଆପ୍ରୋଚ୍ ଏବଂ ୩୪.୭ ଡିଗ୍ରୀ ଡିପାର୍ଚର୍ ଆଙ୍ଗଲ୍ ସହ, ନୂତନ ରେନୋ ଡସ୍ଟର କଠିନ ଏବଂ ଦୁର୍ଗମ ପଥକୁ ନିଶ୍ଚିନ୍ତ ଭାବରେ ମୁକାବିଲା କରିବାକୁ ସକ୍ଷମ। ଟ୍ରାପିଜ଼ଏଡାଲ୍ ଗ୍ରିଲ୍‌, ରେନୋଲ୍ଟ ର ଗ୍ଲୋବାଲ୍ ଲାଇଟ୍ ସିଗ୍ନେଚର୍ ସହିତ ଫୁଲ୍ ଏଲଇଡ଼ି ହେଡ୍ ଲ୍ୟାମ୍ପ୍ ଏବଂ ଏଲଇଡ଼ି ଟେଲ ଲ୍ୟାମ୍ପ୍ ଗାଡ଼ିର ସଠିକ୍ ଇଞ୍ଜିନିୟରିଂ ଏବଂ ଦୃଢ଼ ଉପସ୍ଥିତିକୁ ସୁନିଶ୍ଚିତ କରେ। ପଛ ଭାଗରେ ଥିବା ହରିଜୋଣ୍ଟାଲ୍ ଏଲଇଡ଼ି ଲାଇଟ୍ ବାର୍ ଗାଡ଼ିର ପ୍ରସ୍ତତା ଓ ଦୃଢ଼ ଷ୍ଟାନ୍ସ୍‌କୁ ଅଧିକ ସ୍ପଷ୍ଟ କରେ। ହଳଦିଆ ଏସକେଣ୍ଟ ସହିତ ଉଦ୍ଧାରିତ ‘ଡସ୍ଟର’ ଚିହ୍ନ ଏହାର ଗୁଣାତ୍ମକତା ଓ ପରିଚୟର ଏକ ଆତ୍ମବିଶ୍ୱାସୀ ସିଗ୍ନେଚର୍ ଭାବେ ଦୃଶ୍ୟମାନ ହୁଏ। ଗାଡ଼ିଟି ଶକ୍ତିଶାଳୀ ହ୍ୱିଲ୍ ଆର୍ଚ୍‌, ଡୋର୍ ସାଇଡ୍ ପ୍ରୋଟେକ୍ସନ୍ ଏବଂ ଡାୟମଣ୍ଡ-କଟ୍ ୧୮-ଇଞ୍ଚ ଆଲୟ୍ ହ୍ୱିଲ୍ ସହ ସଜ୍ଜିତ। ଡାଇମେନ୍ସନ୍ ଦୃଷ୍ଟିରୁ, ନୂତନ ଡସ୍ଟର ର ଲମ୍ବ ୪,୩୪୬ ଏମ୍‌ଏମ୍‌, ପ୍ରସ୍ଥ ୧,୮୧୫ ଏମ୍‌ଏମ୍‌, ଉଚ୍ଚତା ୧,୭୦୩ ଏମ୍‌ଏମ୍ ଏବଂ ହ୍ୱିଲ୍ୱେସ୍ ୨,୬୫୭ ଏମ୍‌ଏମ୍‌, ଯାହା ସହର ରାସ୍ତାରେ ସୁଗମ ଚଳାଚଳ ଏବଂ ସହର ବାହାରେ ଦୃଢ଼ ଆତ୍ମବିଶ୍ୱାସ ନିଶ୍ଚିତ କରେ। ନୂତନ ରେନୋ ଡସ୍ଟର ଏକ ଆକର୍ଷଣୀୟ ମାଉନଟେନ୍ ଜେଡ୍ ଗ୍ରୀନ୍ ରଙ୍ଗରେ ଉପଲବ୍ଧ, ଯାହା ହିମାଳୟ ଜଙ୍ଗଲରୁ ପ୍ରେରିତ ଏକ ଏକ୍ସକ୍ଲୁସିଭ୍ ଶେଡ୍‌। ମିଷ୍ଟ୍ରି ବ୍ଲାକ୍ ରୁଫ୍ ଓ ସ୍ପଏଲର୍ ସହିତ ଦୁଇ-ରଙ୍ଗର ଫିନିସ୍ ଏହାକୁ ଅଧିକ ସଫିଷ୍ଟିକେଟେଡ୍ ଏବଂ ପ୍ରିମିୟମ୍ ଆଭା ପ୍ରଦାନ କରେ। ନୂତନ ରେନୋ ଡସ୍ଟର କେବଳ ଏକ ଡିଜାଇନ୍ ଷ୍ଟେଟମେଣ୍ଟ ନୁହେଁ; ବରଂ ଏହା ଏକ ଆଧୁନିକ ଏସୟୁଭି—ଯାହା ଦୃଢ଼, କ୍ଷମତାଶୀଳ ଏବଂ ପ୍ରତ୍ୟେକ ଯାତ୍ରାରେ ଆତ୍ମବିଶ୍ୱାସ ଦେବା ପାଇଁ ନିର୍ମିତ। ଇଣ୍ଟିରିଅର୍ ଡିଜାଇନ୍‌: ଫାଇଟ-ର୍ଜେଟ୍ ପ୍ରେରିତ, ଚାଳକ-କେନ୍ଦ୍ରିକ କ୍ୟାବିନ୍‌ ନୂତନ ରେନୋ ଡସ୍ଟର ଭିତରକୁ ପ୍ରବେଶ କଲେ ଆପଣ ଏକ ଫାଇଟ-ଜେଟ୍ ପ୍ରେରିତ କ୍ୟାବିନ୍‌ର ଅନୁଭୂତି ପାଇବେ, ଯାହାକୁ ଚାଳକ-କେନ୍ଦ୍ରିକ ଅଭିଜ୍ଞତା ପାଇଁ ସୂକ୍ଷ୍ମ ଭାବରେ ଡିଜାଇନ୍ କରାଯାଇଛି। ଟ୍ୟାକଟାଇଲ୍ ସ୍ୱିଚ୍‌ଗୁଡ଼ିକ ସହଜ ଏବଂ ସ୍ୱାଭାବିକ ନିୟନ୍ତ୍ରଣ ପାଇଁ ସଠିକ୍ ସ୍ଥାନିତ କରାଯାଇଛି ଏବଂ ଉଚ୍ଚ କେନ୍ଦ୍ରୀୟ କନସୋଲ୍‌ରେ ଥିବା ଇଲେକ୍ଟ୍ରୋନିକ୍ ଶିଫ୍ଟର୍ ଡ୍ରାଇଭିଂକୁ ସହଜ ଓ ସଠିକ୍ କରେ। ଏହା ଏକ ଏମିତି କକପିଟ୍ ଯାହା ଡ୍ରାଇର୍ଭକୁ ନିୟନ୍ତ୍ରଣ ଓ ସଂଯୋଗର ଅନୁଭୂତି ଦିଏ। ସେଗମେଣ୍ଟରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରୁଥିବା ସିଟ୍‌ଗୁଡ଼ିକ ସ୍କଲ୍ପଟେଡ୍ କୁସନ୍ ଓ ବ୍ୟାକରେଷ୍ଟ ସହ ଆସେ, ଯାହାରେ ରେନୋଲ୍ଟ ଲୋଜଞ୍ଜ୍‌ରୁ ପ୍ରେରିତ ଆଇକନିକ୍ ହଳଦିଆ ଷ୍ଟିଚିଂ ଏବଂ ପର୍ଫୋରେସନ୍ ଦେଖିବାକୁ ମିଳେ। ରେନୋଲ୍ଟ ଫରଏଭର କାର୍ଯ୍ୟକ୍ରମ ସହିତ ଭରସା ଏବଂ ନିଶ୍ଚିନ୍ତତା ନୂଆ ରେନୋ ଡସ୍ଟର , ରେନୋଲ୍ଟ ଫରଏଭର୍ କାର୍ଯ୍ୟକ୍ରମ ଅଧୀନରେ ସର୍ବାଧିକ ୭ ବର୍ଷ କିମ୍ବା ୧,୫୦,୦୦୦ କି.ମି. ପର୍ଯ୍ୟନ୍ତ ୱାରେଣ୍ଟି ସହିତ ଆସୁଛି। ଏହା ରେନୋଲ୍ଟ ର ଭରସା, ଗୁଣମାନ ଏବଂ ଭାରତ ପ୍ରତି ଦୀର୍ଘମ୍ୟାଦୀ ପ୍ରତିବଦ୍ଧତାର ପ୍ରତୀକ, ଯାହାକୁ ଦେଶବ୍ୟାପୀ ବିସ୍ତୃତ ବିକ୍ରୟ ଓ ସେବା ନେଟୱର୍କ ପ୍ରଦାନ କରିଥାଏ। ଚେନ୍ନାଇରେ ବିଶ୍ୱସ୍ତରୀୟ ଉତ୍ପାଦନ, ଶକ୍ତିଶାଳୀ ପ୍ରୋଡକ୍ଟ ପୋର୍ଟଫୋଲିଓ ସହିତ, ରେନୋଲ୍ଟ ଭରସାଯୋଗ୍ୟ ଗତିଶୀଳତା ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ। ବିଶ୍ୱସ୍ତରୀୟ ମାନଦଣ୍ଡକୁ ସ୍ଥାନୀୟ ଭରସା ସହିତ ମିଶାଇ ଗ୍ରାହକଙ୍କ ଯାତ୍ରାର ସହଯାତ୍ରୀ ହେବା -ରେନୋଲ୍ଟ ଫରଏଭର ଆମ ପ୍ରତିଜ୍ଞାକୁ ପ୍ରତିଫଳିତ କରେ । ଉପଲବ୍ଧତା, ଡିଲିଭରି ଏବଂ ପ୍ରି-ବୁକିଂ ଗ୍ରାହକମାନେ ୨୧,୦୦୦ ଟଙ୍କା ମୂଲ୍ୟର ଆର-ପାସ କ୍ରୟ କରି ନୂଆ ରେନୋ ଡସ୍ଟର ପାଇଁ ପ୍ରି-ବୁକିଂ କରିପାରିବେ। ଆର-ପାସ ଧାରକମାନେ ପାଇବେ—
  • ବିଶେଷ ମୂଲ୍ୟ
  • ଡିଲିଭରି ପ୍ରାଥମିକତା
  • ମାଗଣା “ଗେଙ୍ଗ ଅଫ୍ ଡସ୍ଟର” ମର୍ଚ୍ଚାଣ୍ଡାଇଜ୍‌
  • ନୂଆ ରେନୋ ଡସ୍ଟର କିପରି ତିଆରି ହେଉଛି, ସେଥିରେ ଦେଖିବାର ସୁଯୋଗ ନୂଆ ରେନୋ ଡସ୍ଟରର ମୂଲ୍ୟ ମାର୍ଚ୍ଚ ମାସର ମଧ୍ୟଭାଗରେ ଘୋଷଣା ହେବ ଏବଂ ଗ୍ରାହକ ଡିଲିଭରି ଏପ୍ରିଲ ୨୦୨୬ ରୁ ଆରମ୍ଭ ହେବ। ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଇ-ଟେକ୍ ୧୬୦ ଭେରିଅଣ୍ଟର ଡିଲିଭରି ଦୀପାବଳି ୨୦୨୬ ସମୟରେ ଆରମ୍ଭ ହେବ।

Spread the love

Leave A Reply

Your email address will not be published.