ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

Spread the love

 

ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି (ଔଉଝ) ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (ଗଞଗଐ) ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସୁବିଧା ଉନ୍ନତ କରିବା ଲକ୍ଷ୍ୟରେ ସାଧାରଣ ତନ୍ତ୍ର ଦିବସ ଅବସରରେ ଏକ ବ୍ୟାପକ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ସୋମବାର ଏହି ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ (ଗଉଝଟ) କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଉଊଗଙ) ଡାକ୍ତର ସଞ୍ଜୟ କୁମାର ମହାପାତ୍ର, ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଊଐଐ) ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପରେ ଗଞଗଐ ର ମେଡିକାଲ ଅଙ୍କୋଲୋଜି ଟିମର ମେଡିକାଲ ଅଫିସର ଡାକ୍ତର ପ୍ରାଚୀ ସିଂ ସ୍କ୍ରିନିଂ ପଦ୍ଧତିର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡାକ୍ତର ରଞ୍ଜନ କୁମାର ସାମଲ, ଶ୍ରୀ ବିନାୟକ ପାଣିଗ୍ରାହୀ (ହସ୍ପିଟାଲ ମ୍ୟାନେଜର), ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିନିଧି ଏବଂ ଗଞଗଐ ମୋବାଇଲ କର୍କଟ ସ୍କ୍ରିନିଂ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

ଜାନୁଆରୀ ୨୦୨୬ ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି କର୍କଟ ଚିକିତ୍ସାରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିବା। ଏହା ଲୋକଙ୍କ ମଧ୍ୟରେ ସଚେତନତା ଏବଂ ସ୍କ୍ରିନିଂ ଠାରୁ ଆରମ୍ଭ କରି ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସୁବିଧା ସହିତ ସଂଯୋଗ ପର୍ଯ୍ୟନ୍ତ ବ୍ୟାପକ ସେବା ଯୋଗାଇବ। ଏହି କାର୍ଯ୍ୟକ୍ରମ ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟ ଉପରେ ଧ୍ୟାନ ଦେବ, ଯାହା ପ୍ରାଥମିକ ଚିହ୍ନଟ ଏବଂ ସମୟୋଚିତ ହସ୍ତକ୍ଷେପକୁ ସକ୍ଷମ କରିବାକୁ ମଧ୍ୟ ଏହା ଲକ୍ଷ୍ୟ ରଖିଛି।

ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ ମାସିକ ସ୍କ୍ରିନିଂ ଶିବିର ସହିତ ସଚେତନତା ଅଧିବେଶନ କରିବ, ଯାହା କର୍କଟ ପ୍ରତିରୋଧ, ପ୍ରାଥମିକ ସତର୍କତା ଚିହ୍ନ ଏବଂ ନିୟମିତ ସ୍କ୍ରିନିଂର ଗୁରୁତ୍ୱ ଉପରେ ସଚେତନତା ସୁନିଶ୍ଚିତ କରିବା ପାଇଁ, ଏହି କାର୍ଯ୍ୟକ୍ରମ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରେ। ଗଞଗଐ ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ଆଶା କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦେଇ ଗ୍ରାମୀଣ ସ୍କ୍ରିନିଂ ଏବଂ ରେଫରାଲ୍ ବ୍ୟବସ୍ଥାକୁ ମଜବୁତ କରିବେ। ଅଧିକ ଯତ୍ନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଗଞଗଐ କୁ ରେଫର କରାଯିବ ଏବଂ ଚିକିତ୍ସା ପଥ ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ହାସଲକରିବାରେ ସହାୟତା କରାଯିବ।

ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗ୍ରାମୀଣ ସମ୍ପ୍ରଦାୟ ପାଇଁ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଏବଂ ପ୍ରାଥମିକ କର୍କଟ ଚିହ୍ନଟରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।


Spread the love

Leave A Reply

Your email address will not be published.