ଦିଲ୍ଲୀପ ବିଲ୍ଡକନ୍ର ଟିକସ ପରବର୍ତୀ ଲାଭ (ପିଏଟି) ୩୯୯% ବୃଦ୍ଧି ସହ ୭୮୯ କୋଟି ଟଙ୍କା, ଅର୍ଡର ବୁକ୍ ୨୯,୩୭୨ କୋଟି ଟଙ୍କା
ଭୁବନେଶ୍ୱର: ଦିଲ୍ଲୀପ ବିଲ୍ଡକନ୍ ଲିମିଟେଡ୍ (ଡିବିଏଲ୍) ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଟିକସ ପରବର୍ତୀ ଲାଭ (ପିଏଟି)ରେ ୩୯୯ ପ୍ରତିଶତ ବୃଦ୍ଧି ହାସଲ କରିଛି। କମ୍ପାନିର ଅର୍ଡର ବୁକ୍ ରେକର୍ଡ ଉଚ୍ଚ ସ୍ତର ୨୯,୩୭୨ କୋଟଇ ଟଙ୍କାରେ ପହଂଚିଛି।
ଦିଲ୍ଲୀପ ବିଲ୍ଡକନ୍ ହେଉଛି ବହୁ ସଂପତି ଭିତିଭୂମି ଡେଭେଲପର ଯାହାର ପିଏଟି ୨୦୨୫-୨୬ର ତୃତୀୟ ତ୍ରୈମାସିକରେ ୭୮୯ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ସେହି ତ୍ରୈମାସିକରେ ୧୫୮ କୋଟି ଟଙ୍କା ଥିଲା। ବାର୍ଷିକ ଭିତିରେ ସେଥିରେ ପାଂଚ ଗୁଣା ବୃଦ୍ଧି ଘଟିଛି। ଡିବିଟିଏଲ୍ରୁ ଇନ୍ଭିଟ୍କୁ ସାତଟି ହାଇବ୍ରିଡ୍ ଆନୁଇଟି ମଡେଲ(ଏଚଏଏମ୍) ଇକ୍ୱିଟି ସୁଧ ହସ୍ତାନ୍ତରରୁ ମିଳିଥିବା ୫୮୫ କୋଟି ଟଙ୍କାର ଆୟ ଦ୍ୱାରା ତ୍ରୈମାସିକ ଫଳାଫଳ ବେଶ୍ ସୁଦୃଢ଼ ହୋଇଛି।
ଏହି ତ୍ରୈମାସିକରେ ଡିବିଏଲ୍ର ଅର୍ଡର ବୁକ୍ ସର୍ବକାଳୀନ ରେକର୍ଡ ସ୍ତର ୨୯,୩୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସଡ଼କ, ଟନେଲ, ଜଳସେଚନ, ମେଟ୍ରୋ ରେଳ, ଜଳ ଓ ଖଣି କ୍ଷେତ୍ରରେ ଅର୍ଡର ବୁକ୍ ବଢ଼ିଛି। କମ୍ପାନି ସଂପତ୍ତି ଭିତ୍ତିକ ଓ ଆନୁଇଟି ଆଧାରିତ ପ୍ଲାଟଫର୍ମ ଆଡ଼କୁ ମୁହାଁଉଥିବା ବେଳେ ଏହି ବିବିଧ ଅର୍ଡର ବୁକ୍ ମଧ୍ୟମକାଳୀନ ଭିତ୍ତିରେ କାର୍ଯ୍ୟକାରୀ ହେବ। ଏହି ତ୍ରୈମାସିକରେ ରାଜସ୍ୱ ୨,୧୩୮ କୋଟି ଟଙ୍କା, ଏବିଟ୍ଡା ୩୮୨ କୋଟଇ ଟଙ୍କା ହୋଇଛି। ଫଳରେ ଏବିଟ୍ଡା ମାର୍ଜିନ ୧୭.୯% ରହିଛି।
ଏହି ଅବସରରେ ଦିଲ୍ଲୀପ ବିଲ୍ଡକନ୍ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ଦିଲ୍ଲୀପ ସୂର୍ଯ୍ୟବଂଶୀ କହିଛନ୍ତି ଯେ, “ବରାଦ ମିଳିବା ଦୃଷ୍ଟିରୁ ଏହି ତ୍ରୈମାସିକ ବେଶ୍ ଉତ୍ସାହଜନକ ରହିଛି। ଆମ ଅର୍ଡର ବୁକ୍ ସର୍ବକାଳୀନ ସର୍ବାଧିକ ସ୍ତରରେ ପହଂଚିଛି। ନିର୍ବାଚନ ଶେଷ ହୋଇଥଇବାରୁ ବରାଦ ପ୍ରଦାନ କରିବାରେ ସ୍ପଷ୍ଟ ସୁଧାର ଘଟିଛି। କେନ୍ଦ୍ର ବଜେଟ୍ରେ ପୁଞ୍ଜି ବ୍ୟୟ ବଢ଼ାଇବା ଉପରେ ସରକାରଙ୍କ ଗୁରୁତ୍ୱକୁ ଆମେ ସ୍ୱାଗତ କରୁଛୁ। ୨୦୨୫-୨୬ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ସହ ୨୦୨୬-୨୭ ପାଇଁ ୧୨.୨୧ ଟ୍ରିଲିୟନ ଟଙ୍କା ପୁଞ୍ଜି ବ୍ୟୟ ପାଇଁ ଆବଂଟନ କରାଯାଇଛି। ଏହା ନୀତି ସମାନ ଧାରାରେ ଅବ୍ୟାହତ ରହିଥିବାକୁ ଦର୍ଶାଉଥିବା ବେଳେ ଭିତିଭୂମି କୈନ୍ଦ୍ରୀକ କମ୍ପାନିଗୁଡ଼ିକ ପାଇଁ ତାହା ସକାରାତ୍ମକ ସାବ୍ୟସ୍ତ ହୋଇଛି।”
୨୦୨୫ ଡିସେମ୍ବର ୩୧ ସୁଦ୍ଧା ଡିବିଏଲ୍ର ନିଟ୍ ଇକ୍ୱିଟିକୁ ଋଣ ଅନୁପାତ ୦.୩୨ ଗୁଣାକୁ ହ୍ରାସ ପାଇଛି ଯାହା ବର୍ଷକ ପୂର୍ବରୁ ୦.୪୦ ଗୁଣା ଥିଲା। ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ୯ ମାସରେ କମ୍ପନିର ପରିଚାଳନାରୁ ରାଜସ୍ୱ ପରିମାଣ ୬୬୮୪ କୋଟି ଟଙ୍କା, ଏବିଟ୍ଡା ୧୩୭୨ କୋଟି ଟଙ୍କା, ପିଏଟି ୧୨୭୫ କୋଟି ଟଙ୍କା ଓ ଏବିଟ୍ଡା ମାର୍ଜିନ ୨୦.୫୪ ପ୍ରତିଶତ ରହିଛି।