ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କାର୍ ଋଣ ସୁଧ ହାର ୦.୩୦% ହ୍ରାସ ପାଇ ବାର୍ଷିକ ୭.୬୦% ହୋଇଛି

Spread the love

ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏହାର କାର୍ ଋଣ ସୁଧ ହାରରେ ତତ୍କାଳ ୦.୩୦ ପ୍ରତିଶତ ହ୍ରାସ କରାଯାଇଛି। ବ୍ୟାଙ୍କର ଫ୍ଲୋଟିଂ ସୁଧ ହାର ଏବେ ବାର୍ଷିକ ୭.୯୦ ପ୍ରତିଶତରୁ ୦.୩୦ ପ୍ରତିଶତ ହ୍ରାସ ପାଇ ୭.୬୦ ପ୍ରତିଶତ ହୋଇଛି। ବ୍ୟାଙ୍କ ପକ୍ଷରୁ ବରୋଦା କାର୍ ଋଣ ଉପରେ ବାର୍ଷିକ ୮.୫୦ ପ୍ରତିଶତରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ଫିକ୍ସଡ୍ ସୁଧ ହାର ମଧ୍ୟ ପ୍ରଦାନ କରାଯାଇଛି।
ନୂଆ ବାର୍ଷିକ ୭.୬୦ ପ୍ରତିଶତ ସୁଧ ହାର ନୂଆ କାର୍ କ୍ରୟ ଉପରେ ଲଗୁ ହେବ ଏବଂ ତାହା ଋଣଗ୍ରହୀତାଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ସହ ଲିଙ୍କ୍ ହୋଇରହିବ।
ସୁଧ ହାରରେ ହ୍ରାସ ସହିତ ବ୍ୟାଙ୍କ ପକ୍ଷରୁ ବ୍ୟକ୍ତିଗତ ଋଣଗ୍ରହୀତାଙ୍କୁ ଫ୍ଲୋଟିଂ କାର୍ ଋଣ ଉପରେ ଶୂନ ପ୍ରିପେମେଂଟ୍‌/ ଆଂଶିକ ପେମେଂଟ୍ ଶୁଳ୍କ ସୁବିଧା ପ୍ରଦାନ କରାଯାଉଛି। ବରୋଦା କାର୍ ଋଣର ଉଭୟ ଫିକ୍ସଡ୍ ଓ ଫ୍ଲୋଟିଂ ହାରକୁ ଦୈନିକ ହ୍ରାସ ପାଉଥିବା ବାଲାନ୍ସ ପଦ୍ଧତିରେ ହିସାବ କରାଯାଉଛି ଯାହା ଦ୍ୱାରା ତାହା ଗ୍ରାହକମାନଙ୍କ ପାଇଁ ଆହୁରି ସୁଲଭ ହୋଇପାରିବ। ଗ୍ରାହକମାନେ ୮୪ ମାସର ବର୍ଦ୍ଧିତ ଦେୟ ଅବଧିରୁ ଉପକୃତ ହୋଇପାରିବେ ଯାହା ସେମାନଙ୍କୁ ଉନ୍ନତ ଆର୍ଥିକ ନମନୀୟତା ପ୍ରଦାନ କରିବ।
ଏ ସମ୍ପର୍କରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ଭି ମୂଦାଲିଆର କହିଛନ୍ତି ଯେ, “କାର୍ ଋଣ ସୁଧ ହାରରେ ହ୍ରାସ ବ୍ୟାଙ୍କ ଅଫ୍ ବରୋଦାକୁ ବଜାରରେ ସବୁଠୁ ପ୍ରତିଦ୍ୱନ୍ଦ୍ୱୀ ବ୍ୟାଙ୍କରେ ପରିଣତ କରିଛି ଏବଂ ଗ୍ରାହକମାନଙ୍କୁ ସୁଲଭ ଓ ସେମାନଙ୍କ ପାଖରେ ଋଣ ପହଂଚାଇବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଗ୍ରାହକ-କୈନ୍ଦ୍ରୀକ, ଡିଜିଟାଲ ସକ୍ଷମ ଫାଇନାନ୍ସ ସମାଧାନ ସହିତ ସାରା ଦେଶରେ କାର୍ ଗ୍ରାହକଙ୍କ ବଢ଼ୁଥିବା ଅଭିଳାଷକୁ ସମର୍ଥନ କରିବା ପାଇଁ ବ୍ୟାଙ୍କ ପ୍ରତିବଦ୍ଧ ରହିଛି।”
ବ୍ୟାଙ୍କ ଅଫ୍ ବରୋଦାର କାର୍ ଋଣକୁ ଗ୍ରାହକମାନେ ବ୍ୟାଙ୍କର ଡିଜିଟାଲ୍ ଋଣ ପ୍ଲାଟଫର୍ମ ଯାହାକି ବ୍ୟାଙ୍କର ୱେବସାଇଟ୍‌, ବିଓବି ୱାର୍ଲଡ ଆପରେ କିମ୍ବା ସାରା ଦେଶରେ ଥିବା ବ୍ୟାଙ୍କର ଶାଖା ପରିଦର୍ଶନ କରି ହାସଲ କରିପାରିବେ।
ବ୍ୟାଙ୍କ ବରୋଦା କାର୍ ଋଣ ମୁଖ୍ୟାଂଶ
– କାର୍ ଋଣ ଉପରେ ଫ୍ଲୋଟିଂ ସୁଧ ହାର ବାର୍ଷିକ ୭.୬୦%ରୁ ଆରମ୍ଭ
– କାର୍ ଋଣ ଉପରେ ଫିକ୍ସଡ୍ ସୁଧ ହାର ବାର୍ଷିକ ୮.୫୦%ରୁ ଆରମ୍ଭ
– ବ୍ୟକ୍ତିଗତ ଗ୍ରାହକଙ୍କ ପାଇଁ ଫ୍ଲୋଟିଂ ସୁଧ ଉପରେ କୌଣସି ଆଗୁଆ ପେମେଂଟ୍ କିମ୍ବା ଆଂଶିକ ପେମେଂଟ୍ ଚାର୍ଜ ନାହିଁ
– ଦୈନିକ ହ୍ରାସ ପାଉଥିବା ବାଲାନ୍ସ ଉପରେ ସୁଧ ହିସାବ
– ୮୪ ମାସ ପର୍ଯ୍ୟନ୍ତର ନମନୀୟ ପେମେଂଟ୍ ଅବଧି
– ମାତ୍ର କିଛି ସୋପାନରେ ବରୋଦା ଡିଜିଟାଲ କାର୍ ଋଣ ଶୀଘ୍ର ମଞ୍ଜୁର ହୋଇପାରିବ


Spread the love

Leave A Reply

Your email address will not be published.