ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଲୁବ୍ରିକ୍ୟାଂଟ ନିର୍ମାତା ସବିତା ଅଏଲ ଟେକ୍ନୋଲୋଜିସ ଲିମିଟେଡ (ଏସଓଟିଏଲ) ପକ୍ଷରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାର୍ମ ଇକ୍ୱିପମେଂଟ ବିଜନେସ (ମହିନ୍ଦ୍ରା ଟ୍ରାକ୍ଟର୍ସ) ସହ ଏକ ବହୁବର୍ଷୀୟ ରାଜିନାମା ସ୍ୱାକ୍ଷର କରାଯାଇଛି। ଏଥି ସହିତ ଦୁଇ ପକ୍ଷ ମଧରେ ଦୁଇ ଦଶନ୍ଧିର ଅଧିକ ସମୟ ଧରି ରହିଥିବା ସହଯୋଗିତା ସମ୍ପ୍ରସାରିତ ହୋଇଛି। ଏସଓଟିଏଲ ଓ ମହିନ୍ଦ୍ରା ଗ୍ରୁପ ମଧ୍ୟରେ ୨୫ରୁ ବର୍ଷରୁ ଅଧିକ ବର୍ଷର ସମ୍ପର୍କ ରହିଛି। ଏହି ରାଜିନାମା ସେଥିରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏହି ସହଯୋଗିତା ଅଧୀନରେ ଏସଓଟିଏଲ ପକ୍ଷରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଉତ୍ପାଦ ଡିଭିଜନ ପାଇଁ ଯୋଗାଣ କରାଯିବ।
ଏହି ସମ୍ପ୍ରସାରିତ ସହଯୋଗିତାରେ ସବିତା ଅଏଲ ଟେକ୍ନୋଲୋଜିସ ଲିମିଟେଡ ପକ୍ଷରୁ ସାରା ଦେଶରେ ଥିବା ମହିନ୍ଦ୍ରାର ଫ୍ରାଂଚାଇଜ ୱାର୍କସପ ଓ ସ୍ପେୟାର ପାର୍ଟସ ବିତରଣ ନେଟୱର୍କକୁ ମହିନ୍ଦ୍ରା ଟ୍ରାକ୍ଟର ଜେନୁଇନ ଇଞ୍ଜିନ ଅଏଲସକୁ ଏମଷ୍ଟାର ବ୍ରାଣ୍ଡ ଅଧୀନରେ ଯୋଗାଣ କରାଯିବ। ମହିନ୍ଦ୍ରା ଟ୍ରାକ୍ଟରକୁ ନିରନ୍ତର ପ୍ରଦର୍ଶନ, ଭରସାଯୋଗ୍ୟ ସେବା ଓ ଇଞ୍ଜିନ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ସହଯୋଗିତାକୁ ପ୍ରସ୍ତୁତ କରାଯାଇଛି।
୨୦୨୬ ଫେବ୍ରୁଆରି ୧୨ରେ ସବିତା ଅଏଲ ଟେକ୍ନୋଲୋଜିସ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ଗୌତମ ଏନ ମେହେରା ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଫାର୍ମ ଟ୍ରାକ୍ଟର ଡିଭିଜନର ବରିଷ୍ଠ ଉପସଭାପତି-ଏସଏସୟୁ ଶ୍ରୀ ଆର ବୀରରାଘବେନ୍ଦ୍ର ରାଜିନାମାରେ ସ୍ୱାକ୍ଷର କରିଥିଲେ।
ଏହି ଅବସରରେ ସବିତା ଅଏଲ ଟେକ୍ନୋଲୋଜିସ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ଗୌତମ ଏନ ମେହେରା କହିଛନ୍ତି ଯେ, “ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଆମର ସହଯୋଗିତା ବିଶ୍ୱାସ, ପ୍ରଦର୍ଶନ ଓ ଗ୍ରାହକଙ୍କୁ ମୂଲ୍ୟ ପ୍ରଦାନ କରିବାର ମିଳିତ ପ୍ରତିବଦ୍ଧତାର ମୁଳଦୁଆ ଉପରେ ଗଢ଼ା ହୋଇଛି। ମହିନ୍ଦ୍ରା ଟ୍ରାକ୍ଟର ପାଇଁ ଆମେ ଉଚ୍ଚ ମାନର ଓ ଭରସାଯୋଗ୍ୟ ଲୁବ୍ରିକ୍ୟାଂଟ ଯୋଗାଇବା ପାଇଁ ଆମ ପ୍ରତିବଦ୍ଧତାକୁ ଦୃଢ଼ କରିଥିବା ବେଳେ ଏହି ପ୍ରମୁଖ ସହଯୋଗିତା ସେ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସହଯୋଗିତାକୁ ସୁଦୃଢ଼ କରିବା ଏବଂ ସାରା ଭାରତର କୃଷି ଦୃଶ୍ୟପଟ୍ଟରେ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବାକୁ ଆମେ ଚାହିଁରହିଛୁ।”
ଏହି ସହଯୋଗିତାରେ ଏସଓଟିଏଲ ପକ୍ଷରୁ ଆଧୁନିକ ଟ୍ରାକ୍ଟର ଇଂଜିନ ପାଇଁ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ପ୍ରଦର୍ଶନକାରୀ ଓ ଅସଲି ଲୁବ୍ରିକ୍ୟାଂଟ ସହିତ ମହିନ୍ଦ୍ରା ଟ୍ରାକ୍ଟରକୁ ସମର୍ଥନ କରିବା ପାଇଁ କମ୍ପାନି ଏହାର ଅତ୍ୟାଧୁନିକ ପରିଚାଳନା ବିଶେଷତା ଓ ଦୃଢ଼ ବିନିର୍ମାଣ ଦକ୍ଷତାକୁ ବ୍ୟବହାର କରିବ। ଇଂଜିନ ସୁରକ୍ଷା ବଢ଼ାଇବା, ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ଏବଂ କୃଷି କ୍ଷେତ୍ରର ଗ୍ରାହକମାନଙ୍କ ପ୍ରଦର୍ଶନକୁ ବଢ଼ାଇବା ଲକ୍ଷ୍ୟ ରଖି ଏହି ସହଯୋଗିତା ପ୍ରସ୍ତୁତ କରାଯାଇଛି।