Axis Bank ପକ୍ଷରୁ ନିଯୁକ୍ତି-ତାଲିମ-ମୂତୟନ କାର୍ଯ୍ୟକ୍ରମ ପାଇଁ Adda Education ସହିତ ସହଯୋଗିତା

Spread the love

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ(Axis Bank )ପକ୍ଷରୁ ଏହାର ବାଣିଜ୍ୟିକ ବ୍ୟାଙ୍କିଂ ଗ୍ରୁପ୍ (CBG) ପାଇଁ ରିଲେସନ୍‌ସିପ୍ ପ୍ରବନ୍ଧକ (RM)ମାନଙ୍କର ଏକ ନିର୍ଦ୍ଦିଷ୍ଟ କ୍ୟାଡର୍ ଗଠନ କରିବା ପାଇଁ ଏକ ଢ଼ାଂଚାଗତ ନିଯୁକ୍ତି-ତାଲିମ-ମୂତୟନ କାର୍ଯ୍ୟକ୍ରମ ନିମନ୍ତେ ଆଡ୍ଡା ଏଜୁକେସନ(Adda Education) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଅଭିଯାନ ଜରିଆରେ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଅଗ୍ରାଧିକାର କ୍ଷେତ୍ର ତଥା ଦ୍ରୁତ ଗତିରେ ବଢ଼ୁଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME) ଶାଖାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ପାରମ୍ପରିକ ଶିଳ୍ପ ମଡେଲ୍‌ଠାରୁ ଭିନ୍ନ ହୋଇଥିବା ବେଳେ ଏସ୍‌ଏମ୍‌ଇ କ୍ଲାଏଂଟ୍‌ମାନଙ୍କ ଆବଶ୍ୟକତା ପାଇଁ ଭିନ୍ନ କୌଶଳ ସହ ଆର୍‌ଏମ୍‌ମାନଙ୍କୁ ସଶକ୍ତ କରିବ। କେନ୍ଦ୍ର ବଜେଟ୍ ୨୦୨୬ରେ କୌଶଳ ବିକାଶ ଓ ସେବା କ୍ଷେତ୍ର ନିୟୋଜନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ନିଯୁକ୍ତି-ତାଲିମ-ନିୟୋଜନ ମଡେଲ୍ ନୂଆ ଆର୍‌ଏମ୍‌ମାନେ ପ୍ରଥମ ଦିନରୁ କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ପ୍ରସ୍ତୁତ ଥିବାକୁ ନିଶ୍ଚିତ କରିବ, ଫଳରେ ନିଯୁକ୍ତି ଓ ବାସ୍ତବ ଦୁନିଆ ପ୍ରସ୍ତୁତିରେ ରହିଥିବା ଅନ୍ତର ଦୂର ହୋଇପାରିବ।

Also Read : Airtel Payments Bank ପକ୍ଷରୁ ଏନଏଫସି-ବେସଡ ବାଲାନ୍ସ ଅପଡେଟ ଫିଚରର ଶୁଭାରମ୍ଭ


ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ତଥା ଭୂମିକା ଆଧାରିତ ପାଠ୍ୟକ୍ରମକୁ ବାଣିଜ୍ୟିକ ବ୍ୟାଙ୍କିଂ ଆର୍‌ଏମ୍‌ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ବାସ୍ତବ ଦୁନିଆ ଉଦାହରଣ ଓ ଗ୍ରାହକ ଯୋଗାଯୋଗ ସ୍ଥିତିରେ ଅଭ୍ୟାସ ଆଧାରିତ ପାଠପଢ଼ା। ଉତ୍ପାଦ, ପ୍ରକ୍ରିୟା ଓ ନିୟାମକ ଦୃଷ୍ଟିରୁ ଢ଼ାଂଚା। ଆକ୍ସିସ ବ୍ୟାଙ୍କର ସିବିଜି ଭୂମିକା ସହ ସମନ୍ୱିତ ମୂତୟନ ପାଇଁ ପ୍ରସ୍ତୁତ ତାଲିମ ପ୍ରଦାନ କରାଯିବ।

ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମାନବ ସମ୍ବଳ ମୁଖ୍ୟ ରାଜକମଳ ଭେମପତି କହିଛନ୍ତି ଯେ, “ଭାରତର ଅଭିବୃଦ୍ଧିରେ ସେବା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବଢ଼ୁଥିବା ବେଳେ ଏସଏମଇ ଭଳି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ ଓ ଭବିଷ୍ୟତକୁ ସାମ୍ନା କରିବାକୁ ସକ୍ଷମ ପ୍ରତିଭାମାନଙ୍କ ଆବଶ୍ୟକତା ବଢ଼ିଯାଇଛି। ନିଯୁକ୍ତି-ତାଲିମ-ମୂତୟନ କାର୍ଯ୍ୟକ୍ରମ ଆମକୁ ଆମ ବାଣିଜ୍ୟିକ ବ୍ୟାଙ୍କିଂ ବ୍ୟବସାୟ ପାଇଁ ଉଚ୍ଚ ମାନର, ମୂତୟନ ପାଇଁ ପ୍ରସ୍ତୁତ ପ୍ରତିଭାମାନଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବା ସହ ଆମ ଲୋକମାନଙ୍କ ଅର୍ଥପୂର୍ଣ୍ଣ କ୍ୟାରିୟର ଅଭିବୃଦ୍ଧିକୁ ସମର୍ଥନ କରିବ।”

Also Read : BHIM Payments Appରେ UPI Circle ସ୍ୱୀକୃତିପ୍ରାପ୍ତ ୟୁପିଆଇ ପେମେଂଟକୁ ସହଜ ଓ ସୁରକ୍ଷିତ କରିଛି


ଆଡ୍ଡା ଏଜୁକେସନର ସିଇଓ, (ଦକ୍ଷତା ଓ ଉଚ୍ଚ ଶିକ୍ଷା) ବିମଳଜିତ ଭାସିନ କହିଛନ୍ତି ଯେ, “ଜଟିଳ ତଥା ଗ୍ରାହକଙ୍କୁ ସାମ୍ନା କରିବାକୁ ଥିବା ଭୂମିକା ପାଇଁ ଉଚ୍ଚ ମାନର ପ୍ରତିଭାବାନ କର୍ମଚାରୀଙ୍କ ଦଳ ଗଠନ କରିବା ନିନ୍ତେ କ୍ୟାରିୟର ୨୪୭ ଉପରେ ଆକ୍ସିସ ବ୍ୟାଙ୍କର ରହିଥିବା ଭରସାକୁ ସିବିଜି ରିଲେସନସିପ ମ୍ୟାନେଜର ପ୍ରୋଗ୍ରାମ ପ୍ରତିଫଳିତ କରୁଛି। ଏହି ସହଯୋଗିତା ବାଣିଜ୍ୟିକ ବ୍ରଶଙ୍କିରେ ଆମ ସହଯୋଗିତାର ସ୍ୱାଭାବିକ ସମ୍ପ୍ରସାରଣକୁ ଦର୍ଶାଉଥିବା ବେଳେ ଏହା ରିଲେସନସିପ ମ୍ୟାନେଜର ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରୁଛି ଯେଉଁମାନେ ବାସ୍ତବ ଦୁନିଆ ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଏବଂ ଏହା ବ୍ୟାଙ୍କ ଗ୍ରାହକ କୈନ୍ଦ୍ରୀକ ଅଭିବୃଦ୍ଧି କାହାଣୀ ପ୍ରତି ସମନ୍ୱିତ ରହିଛି।’’


Spread the love

Leave A Reply

Your email address will not be published.