ମହିନ୍ଦ୍ରା ପକ୍ଷରୁ ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନର ଶୁଭାରମ୍ଭ, ପ୍ରାରମ୍ଭିକ ମୂଲ୍ୟ ୨୯.୩୫ ଲକ୍ଷ ଟଙ୍କା

Spread the love

ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଏହାର ପ୍ରମୁଖ ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍ୟୁଭି ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନକୁ ଉନ୍ମୋଚନ କରାଯାଇଛି। ବିଳାସକୁ ପସନ୍ଦ କରିବା ସହ ତାହା ଅନୁଭବ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ ସିନେଲ୍ୟୁକ୍ସ ହେଉଛି କାରିଗରୀ, ପ୍ରଯୁକ୍ତି ବିଦ୍ୟା ଓ ଥିଏଟରର ଏକ ଚମତ୍କାର ସମିଶ୍ରଣ।
୨୦୨୪ରେ ବିଶ୍ୱସ୍ତରୀୟ ଉନ୍ମୋଚନ ପରଠାରୁ ଏକ୍ସଇଭି ୯ଇ ଭାରତରେ ବିଳାସପୂର୍ଣ୍ଣ ଏସ୍ୟୁଭିକୁ ନେଇ ଗ୍ରାହକଙ୍କ ରହିଥିବା ଆଶାକୁ ବହୁତ ବଢ଼ାଇ ଦେଇଛି। ଏହା ଭାରତର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଇଲେକ୍ଟ୍ରିକ୍ ଏସ୍ୟୁଭି। ଏହାକୁ ଆଇସିଓଟିୱାଇ ୨୦୨୬ରେ ସମ୍ମାନଜନକ ଗ୍ରିନ୍ କାର୍ ଅଫ୍ ଦି ଇୟର୍ ପୁରସ୍କାର ମିଳିଥିଲା। ସେଲିବ୍ରିଟିଠାରୁ ଆରମ୍ଭ କରି କ୍ରୀଡ଼ାବିତ ଓ ବିଜନେସ୍ ଲିଡର୍ ଆଦି ଏହାକୁ ପସନ୍ଦ କରୁଛନ୍ତି।
ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନ୍ରେ ନୂଆ ବାହ୍ୟ ରଙ୍ଗ ସାଟିନ୍ ବ୍ଲାକ୍ କିମ୍ବା ସାଟିନ୍ ହ୍ୱାଇଟ୍ ରଙ୍ଗକୁ ଚେଷ୍ଟ ନଟ୍ ବ୍ରାଉନ୍ କିମ୍ବା ନକ୍ଟର୍ନ ବ୍ଲାକ୍ ରଙ୍ଗରେ ସମିଶ୍ରଣ କରାଯାଇଛି। ଭିତର ପାର୍ଶ୍ୱ ମଧ୍ୟ ଚମଡ଼ାରେ ପ୍ରସ୍ତୁତ ହୋଇଛି। ପ୍ରତିଟି ଆଧାର, ରୂପରେଖ ଓ ବିବରଣୀକୁ କ୍ୟାବିନ୍ ଭିତର ଅନଭୂତିକୁ ବଢ଼ାଇବକୁ ପ୍ରସ୍ତୁତ କରାଯାଇଛି ଯାହା ଏକ ପ୍ରାଇଭେଟ୍ ଲାଉଞ୍ଜର ଅନୁଭବ ପ୍ରଦାନ କରୁଛି।
ଏକ୍ସଇଭି ୯ଇ ସିନେଲ୍ୟୁକ୍ସର କେନ୍ଦ୍ର ସ୍ଥଳରେ ରହିଛି ଏକ ବାସ୍ତବ ସିନେମା ଭଳି ଅନୁଭବ। ଏକ ଟ୍ରିପଲ ଏଚ୍ଡି ଡିସ୍ପେ୍ଲ ଓ ୧୬ ସ୍ପିକର ହର୍ମାନ କର୍ଡନ ଅଡିଓ ସିଷ୍ଟମ୍ ସହିତ ଡଲ୍ୱି ଆଟ୍ମସ୍ ସରାଉଣ୍ଡ୍ ଗ୍ରାହକମାନଙ୍କୁ ଷ୍ଟୁଡିଓ ମାନର ଅନୁଭୂତି ପ୍ରଦାନ କରୁଛି। ଇନଫିନିଟି ରୁଫ୍ ଓ ଆମ୍ବିଏଟ୍ ଆଲୋକ ନିଜ ମନୋଭାବ, ମୁହୂର୍ତ ଓ ମନୋଦଶା ଅନୁସାରେ ଚୟନ କରିବା ପାଇଁ ୧୬ ନିୟୁତରୁ ଅଧିକ ପ୍ରକାରର ରଙ୍ଗ ପ୍ରଦାନ କରୁଛି।
ଟପ୍ ଅଫ୍ ଦି ଲାଇନ୍ ପ୍ୟାକ୍ ଥ୍ରି ଭାରିଆଂଟ୍ରେ ପ୍ରସ୍ତୁତ ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନରେ ୭୯ କେଡବ୍ଲ୍ୟୁଏଚ ବ୍ୟାଟେରି ରହିଛି ଯାହା ୫୦୦ କିମିରୁ ଅଧିକ ବାସ୍ତବ ରେଂଜ ପ୍ରଦାନ କରୁଛି। ରାଜପଥରେ ଲମ୍ବା ଭ୍ରମଣ ହେଉ କିମ୍ବା ସହରରେ ରାତିରେ ବୁଲିବା ପାଇଁ ଏକ୍ସଇଭି ୯ଡ଼ ସିନେଲ୍ୟୁକ୍ସ ପ୍ରତିଟି ଯାତାକୁ ବିଚାରବନ୍ତ ଓ ଶାନ୍ତ ଭାବେ ସମାପନ କରିବ।
ସ୍ୱତନ୍ତ୍ର ଫିନିସ୍ ବ୍ୟତୀତ ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନ୍ରେ ଷ୍ଟ୍ରେଟ୍‌ଆହେଡ୍ ଭିଜନଏକ୍ସ ଏଆର୍ ହେଡ୍ସ-ଅପ୍ ଡିସ୍ପେ୍ଲ, ଆଇ-ଡେଂଟିଟ ଡ୍ରାଇଭର ଓ ଅକୁପାଂଟ ମନିଟର, ଅଟୋ ପାର୍କ ଆସିଷ୍ଟ, ସିକ୍ୟୁର ୩୬୦ ଭଳି ସୁବିଧା ରହିଛି। ଏତିରେ କ୍ୟାମ୍ପ, କିପ ଆଣ୍ଡ ପପଲ ଏଚଭିଏସି ମୋଡ, କଷ୍ଟମ ଡ୍ରାଇଭ ମୋଡ,ଡିଜିଟାଲ କି, ସିକ୍ୟୁର ୩୬୦ ପ୍ରୋ ଆଦି ସୁବିଧା ମଧ୍ୟ ରହିଛି।


Spread the love

Leave A Reply

Your email address will not be published.