ଆକ୍ସିସ୍ ବ୍ୟାଙ୍କ ହେଲା ଟେସଲାର ପସନ୍ଦଯୋଗ୍ୟ ଫାଇନାନ୍ସର

Spread the love

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଟେସଲାର ପସନ୍ଦଯୋଗ୍ୟ ଫାଇନାନ୍ସ ପ୍ରଦାନକାରୀରେ ହୋଇଛି। ଟେସଲାର ଗ୍ରାହକମାନଙ୍କୁ ବ୍ୟାଙ୍କ ସ୍ୱତନ୍ତ୍ର ଫାଇନାନ୍ସ ସମାଧାନ ଓ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଏହି ସହଯୋଗିତା ଭାରତରେ ଇଲେକ୍ଟ୍ରିକ ଯାନ ଚଳାଚଳ ବଢ଼ାଇବା ପାଇଁ ଆକ୍ସିସ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ନୂଆ ଓ ଗ୍ରାହକ କୈନ୍ଦ୍ରୀକ ଫାଇନାନ୍ସ ସମାଧାନ ପ୍ରଦାନ କରି ସ୍ଥାୟୀ ଗମନାଗମନ କ୍ଷେତ୍ରରେ ହେଉଥିବା ପରିବର୍ତନକୁ ସମର୍ଥନ କରୁଛି।
ଏହି ସହଯୋଗିତାକୁ ବ୍ୟାଙ୍କ ସାରା ଭାରତରେ କାର୍ଯ୍ୟକାରୀ କରିବ। ଫଳରେ ପ୍ରମୁଖ ମେଟ୍ରୋ ସହର ଓ ନୂଆ ଇଭି ହବଗୁଡ଼ିକରେ ଗ୍ରାହକମାନଙ୍କୁ ଟେସଲାର ବିଶ୍ୱସ୍ତରୀୟ ମାଲିକାନା ଅନୁଭୂତି ସହିତ ସୁବିଧାଜନକ ତଥା ଡିଜିଟାଲ ସକ୍ଷମ ଫାଇନାନ୍ସିଂ ବିକଳ୍ପ ମିଳିପାରିବ। ଏହି ଅଫରର ଲକ୍ଷ୍ୟ ହେଉଛି ଟେସଲା କ୍ରୟ ପ୍ରକ୍ରିୟାକୁ ସହଜ କରିବା ଓ ଗ୍ରାହକମାନଙ୍କ ପାଇଁ ସୁବିଧାଜନକ ଅନବୋର୍ଡିଂକୁ ସୁନିଶ୍ଚିତ କରିବା।
ଆକ୍ସିସ ବ୍ୟାଙ୍କ ପ୍ରିମିୟମ ଇଭି ଗ୍ରାହକଙ୍କୁ ସ୍ୱତନ୍ତ୍ର ଗାଡ଼ି ଋଣ ପ୍ରଦାନ କରିବ। ଏଥିରେ ଗ୍ରାହକଙ୍କ ଆୟ ଅନୁଯାୟୀ ତାଙ୍କୁ ସୁହାଇବା ଭଳି ଋଣ ପରିଶୋଧ ଯୋଜନା, ୧୦ ବର୍ଷ ପର୍ଯ୍ୟନ୍ତ ପରିଶୋଧ ଅବଧି ଓ ଦ୍ରୁତ ମଞ୍ଜୁରି ସହିତ ସମ୍ପୂର୍ଣ୍ଣ ଡିଜିଟାଲ ଉପାୟରେ ସାମିଲ ହେବାର ସୁବିଧା ରହିଛି।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁନିଶ ଶାରଦା କହିଛନ୍ତି ଯେ, “ଭାରତରେ ଇଲେକ୍ଟ୍ରିକ ଯାନ ଗମନାଗମନ ବୃଦ୍ଧି ପାଉଥିବାବେଳେ ଆକ୍ସିସ ବ୍ୟାଙ୍କ ଏହି ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ଟେସଲା ସହିତ ସହଯୋଗିତା ସ୍ଥାପନ କରି ଗର୍ବିତ। ଏହି ସହଯୋଗିତା ମାଧ୍ୟମରେ ଆମେ ବିଶ୍ୱସ୍ତରୀୟ ଇଲେକ୍ଟ୍ରିକ ଯାନଗୁଡ଼ିକୁ ଅଭିନବ, ସ୍ୱତନ୍ତ୍ର ଫାଇନାନ୍ସିଂ ସମାଧାନ ଏବଂ ନିରବଚ୍ଛିନ୍ନ ଗ୍ରାହକ ସେବା ସହିତ ଯୋଡୁଛୁ। ଏହା ଗ୍ରାହକମାନଙ୍କ ପାଇଁ ସୁବିଧା କିମ୍ବା ନମନୀୟତା ସହିତ ବୁଝାମଣା ନ କରି ସ୍ଥାୟୀ ଗମନାଗମନକୁ ଆପଣେଇବା ସହଜ କରିବ। ଏହି ପଦକ୍ଷେପ ଆମର ଦାୟିତ୍ୱସମ୍ପନ୍ନ ବ୍ୟାଙ୍କିଙ୍ଗ୍ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସମାଧାନ ଉପରେ ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି।”


Spread the love

Leave A Reply

Your email address will not be published.