ବିସି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରକଳ୍ପ “ଉନ୍ନୟନ” ଅଧୀନରେ ଗ୍ରାମୀଣ ଓଡ଼ିଶାର ସରକାରୀ ବିଦ୍ୟାଳୟର ରୂପାନ୍ତରଣ

Spread the love

 

ଭୁବନେଶ୍ୱର/ଅନୁଗୁଳ: ଭାରତର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ବିସି ଜିନ୍ଦଲ ଗ୍ରୁପର ସିଏସ୍‌ଆର୍ ଶାଖା ବିିସି ଜିନ୍ଦଲ ଫାଉଣ୍ଡେସନ କଣିହାଁ ବ୍ଲକ୍‌ର ୯ଟି ଗ୍ରାମର ୧୩ଟି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନକୁ ସୁଦୃଢ଼ କରିଛି। ଏହାର ପ୍ରମୁଖ ଅଭିଯାନ “ପ୍ରକଳ୍ପ ଉନ୍ନୟନ’ ଜରିଆରେ ଫାଉଣ୍ଡେସନ ଭିତିଭୂମିରେ ଉନ୍ନତି ଆଣି ଓ ଆଧୁନିକ ପ୍ରଯୁକ୍ତିକୁ ସମନ୍ୱିତ କରି ଅନୁଗୁଳ ଜିଲ୍ଲାର ୨୯ଟି ଗ୍ରାମର ୧୬୭୬ ଛାତ୍ରଛାତ୍ରୀଙ୍କୁ ଲାଭ ପହଂଚାଇଥିବା ବେଳେ ୪୦,୦୦୦ ଲୋକଙ୍କ ଜୀବନରେ ପରୋକ୍ଷ ପ୍ରଭାବ ସୃଷ୍ଟି କରିଛି। ପ୍ରକଳ୍ପ ଉନ୍ନୟନ ଅଧୀନରେ ଫାଉଣ୍ଡେସନ ପକ୍ଷରୁ ଗ୍ରାମୀଣ ସରକାରୀ ବିଦ୍ୟାଳୟଗୁଡ଼ିକୁ ସଶକ୍ତ କରାଯାଉଛି।
ବିସି ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱରେ ଫାଉଣ୍ଡେସନ ପିଲାମାନଙ୍କୁ ସଫଳ କ୍ୟାରିୟର ଗଢ଼ିବା ପାଇଁ ଶିକ୍ଷାଦାନର ସ୍ଥାନ ଓ ସୁଯୋଗ ପ୍ରଦାନ କରୁଛି। ବିସି ଜିନ୍ଦଲ ଫାଉଣ୍ଡେସନ ଏହାର କାର୍ଯ୍ୟକ୍ଷେତ୍ର ଆଖପାଖରେ ସ୍ଥାୟୀ ଶିକ୍ଷାଦାନ ବ୍ୟବସ୍ଥା ଗଠନ କରିବା ପାଇଁ ଗତ ତିନି ବର୍ଷରୁ ଅଧିକ ସମୟ ଧରି ନିରନ୍ତର ଭାବେ କାର୍ଯ୍ୟ କରୁଛି। ପ୍ରକଳ୍ପ ଉନ୍ନୟନ ଅନୁଗୁଳ ଜିଲ୍ଲାର ୨୯ଟି ଗ୍ରାମର ୧୩ଟି ସରକାରୀ ବିଦ୍ୟାଳୟ ଓ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ୧୬୭୬ ପିଲାଙ୍କ ଜୀବନକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିପାରିଛି। ୨୫ ଶ୍ରେଣୀଗୃହର ନବୀକରଣ ବିଏଲ୍‌ଏଲ୍‌ଏ ଚିତ୍ରକଳା, ୩୨୦ ଡେସ୍କ ଓ ବେଂଚ୍ ପ୍ରଦାନ, ପାଚେରୀ ଓ ସ୍କୁଲ ଫାଟକ ନିର୍ମାଣ ଜରିଆରେ ଏହି ଅଭିଯାନରେ ବିଦ୍ୟାଳୟ ଭିତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ବ୍ୟତୀତ ଏହି ପ୍ରକଳ୍ପରେ ସ୍ମାର୍ଟ ଶ୍ରେଣୀଗୃହ, କମ୍ପ୍ୟୁଟର ଲାବୋରେଟୋରି, ମିନି ବିଜ୍ଞାନ କେନ୍ଦ୍ର ଓ ପାଠାଗାର ମଧ୍ୟ ସ୍ଥାପନ କରାଯାଉଛି।
ଭିତିଭୂମି ବାହାରେ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଚିଲର ସହ ପାନୀୟ ଜଳ, ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷଘର ନିର୍ମାଣ ଓ ସଂରକ୍ଷଣ ଗୃହ, ହାତ ଧୋଇବା ବ୍ୟବସ୍ଥା ଓ ସାନିଟାରି ପ୍ୟାଡ୍ ପ୍ରଦାନକାରୀ ମେସିନ ସ୍ଥାପନ କରାଯାଇଛି। ଏହି ଅଭିଯାନରେ ଶିକ୍ଷଣୀୟ ଉପକରଣ ପ୍ରଦାନ, ଶିଶୁ ଅନୁକୂଳ ଆସବାବପତ୍ର ଓ ନୂଆ ରୋଷଘର ନିର୍ମାଣ ସହ କଣିହାଁ ଗ୍ରାମ ପଂଚାୟତରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନବୀକରଣ କରାଯାଇଛି।
କଣିହାଁ ବ୍ଲକ୍‌ର ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ଧନ୍ଦାମୂଳକ ଶିକ୍ଷାଗୃହ ଥିବା ଏକ ବହୁତଳ ଉଚ୍ଚ ବିଦ୍ୟାଳୟ ନିର୍ମାଣ କରାଯାଇଛି। ସେହି କ୍ଲାସରୁମ୍‌ରେ ସ୍ମାର୍ଟ ଏଲଇଡି ସ୍କ୍ରିନ୍‌, ଆସବାବପତ୍ର, ଅଗ୍ନି ନିର୍ବାପକ ଯନ୍ତ୍ର ଓ ଶିକ୍ଷଣୀୟ ଚିତ୍ରକଳା ରହିଛି। ସେହି କୋଠାକୁ ୨୦୨୫ ଅଗଷ୍ଟ ୨୭ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ବିସି ଜିନ୍ଦଲର ପ୍ରବକ୍ତା କହିଛନ୍ତି ଯେ, “ସମସ୍ତ ଅଂଶଗ୍ରହଣକାରୀ ଓ ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ଭଳି ଆମ ସାମାଜିକ ପ୍ରଭାବ ଅଭିଯାନଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପ ଉନ୍ନୟନ ହେଉଛି ସେଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯେଉଁଥିରେ ଏହି ଅଂଚଳରେ ଥବା ସରକାରୀ ବିଦ୍ୟାଳୟଗୁଡ଼ିକର ଭିତିଭୂମିର ପୁନରୁଦ୍ଧାର ଓ ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅଭିଯାନ ଜରିଆର ଆମେ ଅଧିକ ଅନୁପସ୍ଥିତି, ଅନୁପଯୁକ୍ତ ବିଦ୍ୟାଳୟ ଭିତିଭୂମି ଭଳି ଆହ୍ୱାନର ମୁକାବିଲା ଜାରି ରଖିବୁ ଏବଂ ଏକ ମୁଳଦୁଆ ଓ ଦୀର୍ଘକାଳୀନ ପ୍ରଭାବ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବୁ।’’
ପ୍ରକଳ୍ପ ଉନ୍ନୟନରେ ଏସଡିଜି-୪ (ଗୁଣାତ୍ମକ ଶିକ୍ଷା), ଏସଡିଜି-୫ (ଲିଙ୍ଗଗତ ସମାନତା) ଓ ଏସଡିଜି-୬ (ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ’ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରାଯାଉଛି।
ଫାଉଣ୍ଡେସନର ପ୍ରବକ୍ତା କହିଛନ୍ତି ଯେ, “ବିସି ଜିନ୍ଦଲ ଗ୍ରୁପରେ ଆମେ ପ୍ରକଳ୍ପ ଉତ୍କର୍ଷକୁ ନିଶ୍ଚିତ କରିବା ପାଇଁ ଆମ ବହୁସ୍ତରୀୟ ପ୍ରକଳ୍ପ ବିଶେଷତାକୁ ବ୍ୟବହାର କରୁଛୁ। ସରକାରୀ ବିଦ୍ୟାଳୟଗୁଡ଼ିକର ନିର୍ମାଣ ମାନ ଓ ଉପକରଣ ମାନକ ନିଶ୍ଚିତ କରିବା ପାଇଁ ଆମ ସିଭିଲ ଇଞ୍ଜିନିୟରମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ସେହିପରି, ଗ୍ରୁପ୍‌ର ବରିଷ୍ଠ କର୍ତୃପକ୍ଷ ଓ ଆଭ୍ୟନ୍ତରୀଣ ଫାଇନାନ୍ସ ଓ ଅଡିଟ୍ ଟିମ୍ କେପିଆଇ ଓ ବଜେଟ୍ ଆବଂଟନ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି ଯାହା ସର୍ବାଧିକ ପ୍ରଭାବକୁ ସୁନିଶ୍ଚିତ କରୁଛି।’’


Spread the love

Leave A Reply

Your email address will not be published.