ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ନେଇ ‘ବିଓବି ମହିଳା ସାଫାୟର୍ ସେଭିଂସ୍ ଆକାଉଣ୍ଟ୍’ର ଶୁଭାରମ୍ଭ

Spread the love

-୧୦ ଲକ୍ଷ ଟଙ୍କାର କ୍ୟାନ୍ସର କଭର, ଡାକ୍ତର ପରାମର୍ଶ ଏବଂ ବିଶେଷ ବ୍ୟାଙ୍କିଙ୍ଗ ତଥା ଲାଇଫ୍ ଷ୍ଟାଇଲ୍ ସୁବିଧା ସହିତ ଏହା ଏକ ପ୍ରିମିୟମ ସେଭିଂସ୍ ଆକାଉଣ୍ଟ

ଭୁବନେଶ୍ୱର : ଭାରତର ଆନ୍ତର୍ଜାତୀୟ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ଆଜି ମହିଳାମାନଙ୍କ ପାଇଁ ଏକ ବିଶେଷ ପ୍ରିମିୟମ ସେଭିଂସ୍ ଆକାଉଣ୍ଟ୍ – ‘ବିଓବି ମହିଳା ସାଫାୟର୍ ସେଭିଂସ୍ ଆକାଉଣ୍ଟ୍’ – ର ଶୁଭାରମ୍ଭ କରିଛି । ଏହି ଆକାଉଣ୍ଟରେ ସ୍ୱାସ୍ଥ୍ୟ ସେବା ଓ ସୁସ୍ଥତା ସମ୍ବନ୍ଧୀୟ ବହୁବିଧ ସୁବିଧା ରହିଛି, ଯେଉଁଥିରେ ୧୦ ଲକ୍ଷ ଟଙ୍କାର କ୍ୟାନ୍ସର କେୟାର କଭରେଜ୍ ପ୍ଲାନ୍, ଛଅଜଣ ପରିବାର ସଦସ୍ୟ ପର୍ଯ୍ୟନ୍ତ ମାଗଣା ଅନଲାଇନ୍ ଡାକ୍ତର ପରାମର୍ଶ ଏବଂ ଔଷଧ ଓ ପାଥୋଲୋଜି ପରୀକ୍ଷାରେ ରିହାତି ଅନ୍ତର୍ଭୁକ୍ତ ।
ଏହି ଆକାଉଣ୍ଟ ବ୍ୟାଙ୍କିଙ୍ଗ ଓ ଲାଇଫ୍ ଷ୍ଟାଇଲ୍ ସୁବିଧାରେ ମଧ୍ୟ ସର୍ବୋତ୍ତମ ସୁବିଧା ପ୍ରଦାନ କରେ । ଏହା ସହିତ ବିଓବି ଭୂମି ରୁପେ ସିଲେକ୍ଟ ଡେବିଟ୍ କାର୍ଡ ପ୍ରଦାନ କରାଯାଉଛି, ଯାହା ଦ୍ୱାରା ଦେଶୀୟ ବିମାନବନ୍ଦର ଲାଉଞ୍ଜ୍ ପ୍ରବେଶ, ମାଗଣା ଜିମ୍ ସଦସ୍ୟତା, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ପା/ସାଲୋନ୍ ସେସନ୍ ଏବଂ ଓଟିଟି ସଦସ୍ୟତା ପରି ପ୍ରିମିୟମ ଲାଇଫ୍ ଷ୍ଟାଇଲ୍ ସୁବିଧା ଉପଲବ୍ଧ କରିପାରିବେ ।
ଆକାଉଣ୍ଟ ଧାରୀମାନେ ବିଓବିକାର୍ଡ ଟିଆରା କ୍ରେଡିଟ୍ କାର୍ଡ ଉପରେ ପ୍ରଥମ ବର୍ଷର ଫି’ ଉପରେ ୫୦ ପ୍ରତିଶତ ଛାଡ଼ ମଧ୍ୟ ପାଇପାରିବେ, ଯାହା ରିୱାର୍ଡ ପଏଣ୍ଟ ଆକାରରେ ଦିଆଯିବ ।
ଏହା ସହିତ, ବିଓବି ମହିଳା ସାଫାୟର ସେଭିଂସ୍ ଆକାଉଣ୍ଟ୍ ଧାରୀମାନେ ଲକର୍ ଚାର୍ଜରେ ରିହାତି ଏବଂ ଘର ଋଣ ପ୍ରୋସେସିଂ ଚାର୍ଜରେ ୫୦ ପ୍ରତିଶତ ଛାଡ଼ ସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସେବା ମଧ୍ୟ ଉପଭୋଗ କରିପାରିବେ ।
ଏହି ଅବସରରେ, ଡ଼. ଦେବଦତ୍ତ ଚାନ୍ଦ, ବ୍ୟାଙ୍କ ଅଫ ବରୋଦାର ବ୍ୟବସ୍ଥାପକ ନିଦେ୍ର୍ଦଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଯେ,“‘ବିଓବି ମହିଳା ସାଫାୟର୍ ସେଭିଂସ୍ ଆକାଉଣ୍ଟ୍’ ବ୍ୟାଙ୍କ୍ ଅଫ୍ ବରୋଦାଙ୍କର ମହିଳା-କେନ୍ଦ୍ରିକ ଆର୍ଥôକ ସମାଧାନ ସୃଷ୍ଟି କରିବାର ପ୍ରତିବଦ୍ଧତାକୁ ପ୍ରକାଶ କରେ । ସ୍ୱାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରିମିୟମ ବ୍ୟାଙ୍କିଙ୍ଗ୍ ଓ ଲାଇଫ୍ ଷ୍ଟାଇଲ୍ ସୁବିଧା ସହିତ ଯୋଡ଼ି ଆମର ଉଦେ୍ଦଶ୍ୟ ହେଉଛି ମହିଳାମାନଙ୍କର ପରିବର୍ତ୍ତନଶୀଳ ଆକାଂକ୍ଷାକୁ ପୂରଣ କରିବା ସହ ମହିଳା ଗ୍ରାହକଙ୍କ ସହ ଆମର ସମ୍ପର୍କକୁ ଆହୁରି ସୁଦୃଢ କରିବା ।”
ବିଓବି ମହିଳା ସାଫାୟର ସେଭିଂସ୍ ଆକାଉଣ୍ଟର ମୁଖ୍ୟ ବିଶେଷତା ମଧ୍ୟରେ: ମହିଳାମାନଙ୍କୁ ସେବା ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଆକାଉଣ୍ଟ୍ ମାସିକ ହାରାହାରି ବ୍ୟାଲାନ୍ସ: ୧ ଲକ୍ଷ ଟଙ୍କା ରହିବା ଆବଶ୍ୟକ, ଏଥିରେ ମାଗଣା କ୍ୟାନ୍ସର କେୟାର କଭରେଜ୍: ୧୦ ଲକ୍ଷ ଟଙ୍କା (୧୮ ବର୍ଷ ରୁ ୬୦ ବର୍ଷ ବୟସର ମହିଳାମାନଙ୍କ ପାଇଁ) ରହିଛି । ସେହିପରି ସ୍ୱାସ୍ଥ୍ୟ ଓ ସୁସ୍ଥତା ସୁବିଧା: ୬ ଜଣ ପରିବାର ସଦସ୍ୟ ପର୍ଯ୍ୟନ୍ତ ମାଗଣା ଅନଲାଇନ୍ ଡାକ୍ତର ପରାମର୍ଶ, ଔଷଧରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ପାଥୋଲୋଜି ପରୀକ୍ଷାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଆକାଉଣ୍ଟ ସହ ଉପଲବ୍ଧ ବିଓବି ଭୂମି ରୁପେ ସିଲେକ୍ଟ ଡେବିଟ୍ କାର୍ଡ – ମାଗଣା, ଦେଶୀୟ ବିମାନବନ୍ଦର ଲାଉଞ୍ଜ୍ ପ୍ରବେଶ, ସ୍ୱାସ୍ଥ୍ୟ ପରୀକ୍ଷା, ଜିମ୍ ସଦସ୍ୟତା, ସ୍ପା/ସାଲୋନ୍, ଉବର କୁପନ୍, ଓଟିଟି ସଦସ୍ୟତା ସୁବିଧା ରହିଛି । ବିଓବିକାର୍ଡ ଟିଆରା କ୍ରେଡିଟ୍ କାର୍ଡ: ପ୍ରଥମ ବର୍ଷର ଫି’ରେ ୫୦ ପ୍ରତିଶତ ଛାଡ଼ (ରିୱାର୍ଡ ପଏଣ୍ଟ ଆକାରରେ), ମାଗଣା ସ୍ୱାସ୍ଥ୍ୟ ପ୍ୟାକେଜ୍, ପର୍ସନାଲ୍ ଆକ୍ସିଡେଣ୍ଟ କଭରେଜ୍, ମିନ୍ତ୍ରା, ନାଇକା, ଫ୍ଲିପକାର୍ଟ, ଲାକମେ ଇତ୍ୟାଦିର ଭାଉଚର, ଅସୀମିତ ମାଗଣା ଦେଶୀୟ ବିମାନବନ୍ଦର ଲାଉଞ୍ଜ୍ ପ୍ରବେଶ ପାଇପାରିବେ । ସେହିପରି ଘର ଋଣ: ପ୍ରୋସେସିଂ ଫି’ରେ ୫୦ ପ୍ରତିଶତ ଛାଡ଼ ସହ ଲକର୍ ସୁବିଧା: ଲକର୍ ଚାର୍ଜରେ ୨୦ ପ୍ରତିଶତ ରିହାତି (୫୦୦ଟଙ୍କା ପର୍ଯ୍ୟନ୍ତ) ପାଇପାରିବେ ।


Spread the love

Leave A Reply

Your email address will not be published.