ମାତ୍ର ୧୯% ବ୍ୟବସାୟୀକ ନେତୃବର୍ଗ ଭୂ-ରାଜନୈତିକ ବିପଦ ଅନୁଶୀଳନ କରିଛନ୍ତି: ଟାଟା ଏଆଇଜି-ଡନ୍ ଆଣ୍ଡ୍ ବ୍ରାଡ୍ସିଟ୍ ରିପୋର୍ଟ
ଭୁବନେଶ୍ୱର/କଟକ: ମଧ୍ୟପ୍ରାଚ୍ୟରେ ଘଟୁଥିବା ଭୂ-ରାଜନୈତିକ ଘଟଣା ଦ୍ୱାରା ବିଶ୍ୱ ଯୋଗାଣ ଶୃଙ୍ଖଳାର ସମ୍ବେଦନଶୀଳତା ଓ ବ୍ୟବସାୟ ପରିଚାଳନାର ସମ୍ବେଦନଶୀଳତା ସାମ୍ନାକୁ ଆସିଛି। ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଓ ଡନ୍ ଆଣ୍ଡ୍ ବ୍ରାଡ୍ସିଟ୍ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ହରାଇଜନ୍ ୱାଚ୍ ଇମର୍ଜିଂ ରିସ୍କ ରିପୋର୍ଟ ଅନୁସାରେ ୬୩ ପ୍ରତିଶତ ବ୍ୟବସାୟ ଆଶା କରୁଛନ୍ତି ଯେ, ଅନ୍ତର୍ଜାତୀୟ ସଙ୍କଟ ସେମାନଙ୍କ ବ୍ୟବସାୟ ପରିଚାଳନାକୁ ପ୍ରଭାବିତ କରିବ ଓ ୧୯ ପ୍ରତିଶତ ନେତୃବର୍ଗ ନିୟମିତ ଭାବେ ଭୂ-ରାଜନୈତିକ ବିପଦ ଆକଳନ କରୁଛନ୍ତି।
ଦ୍ରୁତ ଗତିରେ ବଦଳୁଥିବା ଭୂରାଜନୈତିକ ସ୍ଥିତି ଦ୍ୱାରା କିଭଳି ସାରା ବିଶ୍ୱର ବ୍ୟବସାୟ ପାଇଁ ପରିଚାଳନା ଓ ଆର୍ଥିକ ଅନିଶ୍ଚିତତା ସୃଷ୍ଟି କରିଥାଏ ତାହା ଉପରେ ଏହି ଅଧ୍ୟାୟ ଆଲୋକପାତ କରୁଛି ଏବଂ ଏହା ବିପଦକୁ ନେଇ ଦୃଢ଼ ପ୍ରସ୍ତୁତିର ଆବଶ୍ୟକତାକୁ ଜଣାଉଛି। ଅନ୍ତର୍ଜାତୀୟ ସ୍ତରରେ ଯୋଗାଣ ଶୃଙ୍ଖଳ ବିସ୍ତାର କରିଥିବା ଭାରତୀୟ ବ୍ୟବସାୟ ପାଇଁ ହର୍ମୁଜ ପ୍ରଣାଳୀ ଓ ଲୋହିତ ସାଗର ଭଳି ପ୍ରମୁଖ ସମୁଦ୍ରପଥରେ ଉତ୍ତେଜନା ଦ୍ୱାରା ମାଲ ପରିବହନ ଖର୍ଚ୍ଚ ବଢ଼ିଥିବା ବେଳେ ଜାହାଜ ଚଳାଚଳ ବିଳମ୍ବିତ ହୋଇଛି ଓ ଇନପୁଟ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି।
ଆଇଟି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର, ରସାୟନ ଓ ଫାର୍ମାସ୍ୟୁଟିକାଲ୍, ଅଟୋ ଓ ଆନୁଷଙ୍ଗିକ, ଆର୍ଥିକ ସେବା ଭଳି ୨୫ଟି କ୍ଷେତ୍ରର ୩୦୦ ଭାରତୀୟ ବ୍ୟବସାୟୀକ ନେତୃତ୍ୱଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା।
ଯୋଗାଣ ଶୃଙ୍ଖଳ ବିଭ୍ରାଟ ହେଉଛି ଏକ ପ୍ରମୁଖ ସମସ୍ୟା। ସର୍ଭେର ୬୦ ପ୍ରତିଶତ ନେତୃବର୍ଗ କହିଥିଲେ ଯେ, ଏହା ଲିଜିଷ୍ଟିକ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଆର୍ଥିକ ଅସ୍ଥିରତା ହେଉଛି ଏକ ପ୍ରମୁଖ ବିପଦ କ୍ଷେତ୍ର ଯେଉଁଠାରେ ୪୮ ପ୍ରତିଶତ ବ୍ୟବସାୟ ଆର୍ଥିକ ଅବନତି, ଉଚ୍ଚ ସୁଧ ହାର ଓ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ ରହିଛନ୍ତି। ଭୂ-ରାଜନୈତିକ ସଙ୍କଟ, ପ୍ରଯୁକ୍ତି ବିଭ୍ରାଟ, ଆଇନଗତ ଆହ୍ୱାନ ଓ ନିୟାମକ ପରିବର୍ତ୍ତନ ପାଇଁ ବିପଦ ଅଧିକ ଜଟିଳ ହେବାରେ ଲାଗିଛି। ଏହି ବ୍ୟବସାୟମାନଙ୍କ ପାଇଁ ଯୋଗାଣକାରୀ ବିବିଧତା, ଭୂ-ରାଜନୈତିକ ଦୃଷ୍ଟିକୋଣ ଯୋଜନା ଓ ବୀମା ବିପଦ ସ୍ତାନାନ୍ତରକୁ ପ୍ରତ୍ୟେକ୍ଷ ଭାବେ କାର୍ଯ୍ୟକାରୀ କରିବାକୁ ହେବ।
ଟାଟା ଏଆଇଜି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ର ବାଣିଜ୍ୟିକ ବ୍ୟବସାୟ ବଂଟନର ମୁଖ୍ୟ ଦୀପକ ଶଙ୍କର କହିଛନ୍ତି ଯେ, “ଭୂ-ରାଜନୈତିକ ବିପଦ ଅନୁଶୀଳନ ସମୟରେ ବ୍ୟବସାୟମାନଙ୍କ ମଧ୍ୟରେ ପ୍ରସ୍ତୁତି ମଧ୍ୟରେ ରହିଥିବା ଅନ୍ତର ଉପରେ ହରାଇଜନ ୱାଚ୍ ଇମର୍ଜି ରିସ୍କ ରିପୋର୍ଟ ଆଲୋକପାତ କରୁଛି। ବ୍ୟବସାୟଗୁଡ଼ିକ ବିଶ୍ୱସ୍ତରୀୟ ସଙ୍କଟ ଓ ଅର୍ଥନୈତିକ ଅସ୍ଥିରତାର ବିଭ୍ରାଟକାରୀ ପ୍ରଭାବକୁ ବୁଝିପାରୁଛନ୍ତି ଏବଂ ଅଧିକଙ୍କ ପାଖରେ ଏହି ବିପଦର ମୂଲ୍ୟାଙ୍କନ ଓ ପ୍ରଶମନ କରିବାର ଢ଼ାଂଚାର ଅଭାବ ରହିଛି। ବିଶ୍ୱ ବିପଦ ଦୃଶ୍ୟପଟ୍ଟ ଅଧିକ ଜଟିଳ ହୋଇପଡ଼ିଥିବା ବେଳେ ବ୍ୟବସାୟମାନଙ୍କୁ ପ୍ରତ୍ୟକ୍ଷ ବିପଦ ପରିଚାଳନା ରଣନୀତି ଗ୍ରହଣ କରିବାକୁ ହେବ ଏବଂ ଯୋଗାଣ ଶୃଙ୍ଖଳା ଓ ପରିଚାଳନାରେ ସ୍ଥିରତାକୁ ଦୃଢ଼ କରିବ। ଟାଟା ଏଆଇଜିରେ ଆମର ବିଶ୍ୱାସ ରହିଛି ଯେ ବ୍ୟାପକ ବୀମା ସମାଧାନ ସହିତ ବିପଦ ବୁଦ୍ଧିମତାକୁ ସମନ୍ୱିତ କରିବା ସୃଷ୍ଟ ଅନିଶ୍ଚିତତାକୁ ଅତିକ୍ରମ କରିବା ଏବଂ ଦୀର୍ଘକାଳୀନ ବ୍ୟବସାୟ ସୁରକ୍ଷାକୁ ଜାରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।”