ଆବଟ୍ ଓ ୱାଇଆର୍‌ଜିକେୟାର ପକ୍ଷରୁ ଭାରତରେ ଇନୋଭେଟିଭ ଆଉଟ୍‌ରିଚ ସେଂଟର ଉଦ୍‌ଘାଟିତ

Spread the love

ଭୁବନେଶ୍ୱର: ଆବଟ ଏବଂ ଏକ ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ୱାୟାର୍‌ଜିକେୟାର ପକ୍ଷରୁ ଏଚ୍‌ଆଇଭିର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂତନ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଏଚ୍‌ଆଇଭି କିମ୍ବା ଅନ୍ୟାନ୍ୟ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକରେ ସଂକ୍ରମିତ ହୋଇଥିବା କିମ୍ବା ଏଥିପ୍ରତି ଅତ୍ୟଧିକ ସମ୍ବେଦନଶୀଳ ଥିବା ଲୋକମାନଙ୍କ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୧ ବର୍ଷରେ ଉକ୍ତ ସହରଗୁଡିକରେ ୨୫୦୦ରୁ ଅଧିକ ଲୋକଙ୍କ ଜୀବନକୁ ପରିବର୍ତନ କରିବା ପାଇଁ ଲକ୍ଷ୍ୟ ରଖିଛି । ୱାଇଆର୍‌ଜିକେୟାର ୨୦୧୨ରେ ଦିଲ୍ଲୀରେ ଏଚ୍‌ଆଇଭି ପ୍ରତି ସମ୍ବେଦନଶୀଳ ଥିବା ଲୋକ, ବିଶେଷ କରି ପିଡବ୍ଲ୍ୟୁଆଇଡି (ଇଞ୍ଜେକ୍ସନ ମାଧ୍ୟମରେ ଡ୍ରଗ୍ସ ନେଉଥିବା ଲୋକ)ଙ୍କ ପାଇଁ ସହଯୋଗ ପ୍ରଦାନ କରିବା ଆରମ୍ଭ କରିଥିଲା, କାରଣ ଏଭଳି ଲୋକମାନଙ୍କ ମଧ୍ୟରେ ଏଚ୍‌ଆଇଭି, ହେପାଟାଇଟିସ୍ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗଗୁଡିକର ସଂଚାରଣ ଅଧିକ ରହିଥାଏ । ଏହି ଅଣଲାଭକାରୀ ସଂସ୍ଥା ଏଚ୍‌ଆଇଭି ଚିକିତ୍ସା ଜାରି ରଖିବାର ସୁବିଧା ନଥିବା ଲୋକମାନଙ୍କୁ ସହଯୋଗ କରିବା ପାଇଁ ୨୦୧୪ରେ ଆବଟ ସହ ସହଭାଗିତା କରିଥିଲା । ଦିଲ୍ଲୀର ଯମୁନା ନଗରରେ “ଦ ବ୍ଲୁ ସେଡ୍‌” ନାମକ ପ୍ରଥମ ସେଂଟର୍ ରହିଛି, ଯମୁନା ନଗର ହେଉଛି ଏହାର ବିଶାଳ ଜନସଂଖ୍ୟା ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ପାଇଁ ଏକ ହଟ୍‌ସ୍ପଟ୍ । ଏହି ନୂତନ ସେଂଟର୍ ଏଚ୍‌ଆଇଭି ଏବଂ ଅନ୍ୟାନ୍ୟ ଜଣାଶୁଣା କିମ୍ବା ନୂତନ ସଂକ୍ରାମକ ରୋଗଗୁଡିକରେ ପୀଡିତ କିମ୍ବା ଏଥିପ୍ରତି ସମ୍ବେଦନଶୀଳ ଲୋକମାନଙ୍କୁ ସାମଗ୍ରିକ ସହଯୋଗ ଦେବା ପାଇଁ ପରୀକ୍ଷଣ, ଚିକିତ୍ସା, ପରାମର୍ଶ ଓ ଅନ୍ୟାନ୍ୟ ସହଯୋଗ ସେବା ପ୍ରଦାନ କରିବ ।

ଏହି ଫ୍ୟାସିଲିଟିରେ ଅନ୍‌-ସାଇଟ୍ ଟେଷ୍ଟିଙ୍ଗ ପାଇଁ ଏକ ଲାବୋରେଟୋରୀ ରହିଛି ଯାହା ସଂକ୍ରମଣକୁ ଉତମ ଭାବେ ଟ୍ରାକ୍ କରିବାରେ ସାହାଯ୍ୟ କରିବା ପାଇଁ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକର ଚିହ୍ନଟ କରିବା ପାଇଁ ସକ୍ଷମ ହେବ । ଲୋକମାନେ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହ ପରାମର୍ଶ କରିପାରିବେ, ସାମାଜିକ ସେବା ଓ ନିୟମିତ ଆହାର ପାଇପାରିବେ ଓ ଗାଧୋଇବା ପାଇଁ ସ୍ୱଚ୍ଛ ସୁବିଧାଗୁଡିକୁ ଉପଯୋଗ କରିପାରିବେ । ପରୀକ୍ଷଣ ବ୍ୟତୀତ ଏହି ଫ୍ୟାସିଲିଟି ସରକାରଙ୍କ ଦ୍ୱାରା ପରିଚାଳିତ ଓଏସ୍‌ଟି (ଓପିଓଇଡ୍ ସବ୍‌ଷ୍ଟିଚ୍ୟୁଶନ ଥେରାପି) ଓ ଏଆର୍‌ଟି (ଆଂଟିରିଟ୍ରୋଭାଇରାଲ ଥେରାପି) ପାଇଁ ସଂଯୋଗ ପ୍ରଦାନ କରିବାରେ ସହଯୋଗ କରିବ ଏବଂ ଆବଶ୍ୟକ ପଡିଲେ ଟ୍ୟୁବରକ୍ୟୁଲୋସିସ୍‌ର ଚିକିତ୍ସା ମଧ୍ୟ ପ୍ରଦାନ କରିବ । ବର୍ତମାନ ୬୦୦ରୁ ଅଧିକ ଲୋକ ଏହି କ୍ଲିନିକରେ ପଞ୍ଜୀକରଣ କରାଇଛନ୍ତି ଏବଂ ଏହି ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ୱାଇଆର୍‌ଜିକେୟାର ଏଚ୍‌ଆଇଭି ଓ ଅନ୍ୟାନ୍ୟ ଯୌନ ସଂକ୍ରମଣ ରୋଗଗୁଡିକ ପ୍ରତି ସମ୍ବେଦନଶୀଳ ଥିବା ଯୁବପିଢିଙ୍କୁ ସେବା ପ୍ରଦାନ କରିବା ପାଇଁ ନିକଟରେ ମିଜୋରାମର ଆଇଜଲଠାରେ ଏକ କିଶୋର ସେଂଟର ଖୋଲିଛି । ଆବୋଟ୍ ପାନ୍‌ଡେମିକ ଡିଫେନ୍ସ କୋଆଲିଶନର ସହଯୋଗ ମାଧ୍ୟମରେ ପରୀକ୍ଷଣ ବ୍ୟତୀତ ଏହି ସେଂଟର୍ ଚିକିତ୍ସା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା , କାଉନ୍ସଲିଂ, ମାନସିକ ସ୍ୱାସ୍ଥ୍ୟ ସେବା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ପାଇଁ ପହଂଚ ପ୍ରଦାନ କରୁଛି । ୧୬୦୦ରୁ ଅଧିକ ଯୁବପିଢି ଏଠାରେ ପଞ୍ଜୀକରଣ କରାଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି ।

 


Spread the love

Leave A Reply

Your email address will not be published.