ଭୁବନେଶ୍ୱରରେ ‘ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬’

Spread the love

 

  • ଫିଟ୍‌ନେସ୍ ଓ ସ୍ଥାୟୀତ୍ୱର ସନ୍ଦେଶ

ଭୁବନେଶ୍ୱର,: ଲକ୍ଷ୍ନୋ, ଚଣ୍ଡୀଗଡ଼, ଭୋପାଳ, ବିଶାଖାପଟ୍ଟନମ, ବେଙ୍ଗାଲୁରୁ, ଗୌହାଟୀ, କୋଲକାତା, ଅହମଦାବାଦ, ଥିରୁଭନନ୍ତପୁରମ, ଜୟପୁର, ପାଟନା, ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦ ପରେ ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬ ଏବେ ଭୁବନେଶ୍ୱରରେ ଆୟୋଜିତ ହୋଇଛି।ଫିଟ୍‌ନେସ୍ ଓ ପରିବେଶ ସୁରକ୍ଷା ସନ୍ଦେଶକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀଏହାର ଅଭିଯାନ ଚାଲିଛି।

ରବିବାର ସକାଳେ ସୋଆ ବିଶ୍ୱବିଦ୍ୟାଳୟର କ୍ରିକେଟ୍ ପଡ଼ିଆରୁ ମାରାଥନ୍ ଆରମ୍ଭ ହୋଇଥିଲା। ସକାଳର ସୁନ୍ଦର ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଫିଟ୍‌ନେସ୍, ସମୁଦାୟିକ ଭାଗିଦାରି ଓ ପରିବେଶ ସଚେତନତାର ଏକ ମହତ୍ୱପୂର୍ଣ୍ଣ ମଞ୍ଚରେ ପରିଣତ ହୋଇଥିଲା। “Run for a Greener India” ବାର୍ତ୍ତା ସହ ଆୟୋଜିତ ଏହି ମାରାଥନ୍ ଭୁବନେଶ୍ୱରରେ ଉତ୍ସାହପୂର୍ଣ୍ଣ ସ୍ୱୀକୃତି ପାଇଥିଲା।

ମାରାଥନ୍‌ରେ ପେଶାଗତ ଧାବକ, ଛାତ୍ରଛାତ୍ରୀ, ପରିବାର ସଦସ୍ୟ, କର୍ପୋରେଟ୍ ଟିମ୍, ଫିଟ୍‌ନେସ୍ ଗ୍ରୁପ୍ ଓ ସୁରକ୍ଷାବାହିନୀ କର୍ମଚାରୀ ସହିତ ୬,୩୦୦ରୁ ଅଧିକ ଧାବକ ଅଂଶଗ୍ରହଣ କରିଥିଲେ। ସମସ୍ତେ ସୁସ୍ଥ ଜୀବନଶୈଳୀ ଓ ପରିବେଶ ସୁରକ୍ଷାର ସନ୍ଦେଶ ନେଇ ଦୌଡ଼ରେ ଭାଗ ନେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଏ.ଡି. ରତ୍ନ ତେଜା, ମୁଖ୍ୟ ମହାପ୍ରବନ୍ଧକ,ଡ଼ା. ବନ୍ଦନା ଅଗ୍ରୱାଲ,ମହାପ୍ରବନ୍ଧକଏନ୍.ଡବ୍ଲୁ -୧ ,ଶ୍ରୀ କୌଶଳ କିଶୋର ସିଂହ,ମହାପ୍ରବନ୍ଧକଏନ୍.ଡବ୍ଲୁ -୨ ଓ ଉପ-ମହାପ୍ରବନ୍ଧକ,ଶ୍ରୀ ସାମଦେନ୍ ଦୋରଜି ଲାମାପତାକା ଦେଖାଇ ମାରାଥନ୍‌ର ଶୁଭାରମ୍ଭ କରିଥିଲେ।

ଏହି ମାରାଥନ୍‌ରେ ପରିବେଶ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଧାବକମାନଙ୍କୁ ଅର୍ଗାନିକ୍ ଟି-ଶର୍ଟ, ପ୍ଲାଣ୍ଟେବଲ୍ ବିବ୍ ଓ ପୁନଃବ୍ୟବହାରଯୋଗ୍ୟ ବ୍ୟାଗ୍ ଦିଆଯାଇଥିଲା। ତଥା ସ୍ୱତନ୍ତ୍ର ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଆବର୍ଜନାର ସଠିକ୍ ବିଭାଜନ ଓ ପରିଚାଳନା କରାଯାଇଥିଲା।

ସକାଳର କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆର୍‌ଜେ ମଧୁ ଓ ଆର୍‌ଜେ ସନି ସଙ୍ଗୀତ ଓ ଉତ୍ସାହଜନକ ଆଲୋଚନା ମାଧ୍ୟମରେ ଧାବକମାନଙ୍କୁ ପ୍ରେରଣା ଦେଇଥିଲେ।

ମାରାଥନ୍‌ଟି ୫ କି.ମି., ୧୦ କି.ମି. ଓ ହାଫ୍ ମାରାଥନ୍ ବର୍ଗରେ ଆୟୋଜିତ ହୋଇଥିଲା ଏବଂ ଏହା ଏମସ୍ପ୍ରମାଣିତ ମାର୍ଗରେ ଦୌଡ଼ାଯାଇଥିଲା। ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ସୁନ୍ଦର ପରିବେଶ ଧାବକମାନଙ୍କୁ ଏକ ସୁଖଦ ଅନୁଭବ ଦେଇଥିଲା।

ଏହି ମାରାଥନ୍‌ ମାଧ୍ୟମରେ ଭୁବନେଶ୍ୱର ସହର ସୁସ୍ଥ ଜୀବନଶୈଳୀ ଓ ସବୁଜ ପରିବେଶ ପାଇଁ ସାମୁହିକ ପ୍ରୟାସର ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି। ଏସ୍‌ବିଆଇ ଗ୍ରୀନ୍ ମାରାଥନ୍ ସିଜନ୍–୬ ଦେଶର ବିଭିନ୍ନ ସହରରେ ଏହି ସଚେତନତା ଅଭିଯାନକୁ ଆଗକୁ ବଢ଼ାଇ ନେଉଛି।


Spread the love

Leave A Reply

Your email address will not be published.