ଉତ୍କଳ ଦିବସରେ ବିଜିୟୁର ୧୦ମ ସ୍ଥାପନା ଦିବସ ପାଳନ

Spread the love

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ତାହାର ୧୦ମ ସ୍ଥାପନା ଦିବସକୁ ଉତ୍କଳ ଦିବସ ସମାନ୍ତରାଳ ଭାବେ ଉତ୍ସାହର ସହ ପାଳନ କରିଛି। ଏହି ଅବସରରେ ଶିକ୍ଷାର ନୂତନ ଧାରା, ପ୍ରଯୁକ୍ତି ଓ ଦକ୍ଷତାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଆଲୋଚନା ହୋଇଥିଲା।

ମୁଖ୍ୟ ଅତିଥି ଭାବେ  ଭାରତ ସରକାରଙ୍କ ପୂର୍ବତନ ପ୍ରଧାନ ସଚିବ (ଆଇଏଏସ, ଅବସରପ୍ରାପ୍ତ) ଡ଼. ପି. କେ. ମିଶ୍ର କହିଥିଲେ ଯେ, “ନୂତନ ପିଢିକୁ ସଠିକ ଦିଗଦର୍ଶନ ଦେବା ଦେଶର ଉନ୍ନତିର ମୂଳ ଆଧାର।”

ଅତିଥି ଭାବେ ଉପସ୍ଥିତ ଅର୍ଜୁନ ମୋହନ, ଏଡ୍‌ଷ୍ଟାର୍ଟସର ଫାଉଣ୍ଡର-ସିଇଓ, ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଓ ନିଯୁକ୍ତିମୂଖୀ କୌଶଳର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସେହିପରି ଅନିଲ କୁମାର ସିହ୍ନା, ଉପଦେଷ୍ଟା, ଜେଏସଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ବିଜିୟୁର ଦ୍ରୁତ ଉନ୍ନତିକୁ ପ୍ରଶଂସା କରିଥିଲେ।

ବିଜିୟୁର କୁଳପତି ପ୍ରଫେସର କୁଲଭୂଷଣ ବଲୁନୀ କହିଥିଲେ ଯେ, ପ୍ରଯୁକ୍ତିନିର୍ଭର ଶିକ୍ଷା ଓ ନବୀନତା ଦ୍ୱାରା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରୁଛି।

କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ଡ଼. ବି. କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ୧୦ ବର୍ଷର ସେବା ପୂରଣ କରିଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ରାଜ୍ୟ ସଙ୍ଗୀତ ଗାୟନ ସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।


Spread the love

Comments are closed.