ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ “ଗ୍ରାସରୁଟ୍ସ ଏଣ୍ଡ୍ ଫ୍ରୁଗାଲ୍ ଇନୋଭେସନ୍ ଇନ୍ ଏମର୍ଜିଙ୍ଗ ଇକୋନମିକ୍ସ (ଜିଏଫଆଇ–୨୦୨୬)” ଶିର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

Spread the love

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ତାହାର ଭୁବନେଶ୍ୱର କ୍ୟାମ୍ପସରେ ୧୨ ରୁ ୧୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ “ଗ୍ରାସରୁଟ୍ସ ଏଣ୍ଡ୍ ଫ୍ରୁଗାଲ୍ ଇନୋଭେସନ୍ ଇନ୍ ଏମର୍ଜିଙ୍ଗ ଇକୋନମିକ୍ସ (ଜିଏଫଆଇ–୨୦୨୬)” ଶିର୍ଷକ ଅଧାରିତ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମ୍ମିଳନୀରେ ଭାରତ ସହିତ ବିଭିନ୍ନ ଦେଶର ଶିକ୍ଷାବିତ୍, ନୀତିନିର୍ଦ୍ଧାରକ, ଉଦ୍ୟୋଗୀ, ନବଉନ୍ମେଷକ ଓ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ବମାନେ ଅଂଶଗ୍ରହଣ କରି ନୂତନ ଉଦ୍ଭାବନ ଓ ସ୍ବଳ୍ପବ୍ୟୟ ଯୁକ୍ତ ନବଉନ୍ମେଷ କିପରି ଅର୍ଥନୀତିକୁ ବଳ ଯୋଗାଇ ବିକାଶକୁ ଗତି ଦେଇପାରିବ, ସେହି ଦିଗରେ ଆଲୋଚ଼ନା କରିଥିଲେ।

ଏହି ସମ୍ମିଳନୀଟି ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ବିଜିୟୁର ଇନୋଭେସନ୍ ଓ ଇନକ୍ୟୁବେସନ୍ କେନ୍ଦ୍ର ବି–ହାଇଭ୍ (ବିର୍ଲା ହବ ଫର୍ ଇନୋଭେସନ୍, ଭେନଚ୍ୟରିଂ ଏଣ୍ଡ୍ ଏଣ୍ଟରପ୍ରିନିୟରସିପ୍) ଦ୍ୱାରା ଆୟୋଜିତ ହୋଇଛି। ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଆମେରିକାର ସିରାକ୍ୟୁଜ ୟୁନିଭର୍ସିଟିର ହ୍ୱିଟମ୍ୟାନ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଅଧୀନର ଆର୍ଲ ଭି. ସ୍ନାଇଡର୍ ଇନୋଭେସନ୍ ମ୍ୟାନେଜମେଣ୍ଟ ସେଣ୍ଟର ଏବଂ ନେପାଳର ସୁରଖେତ୍‌ ସ୍ଥିତ ମିଡ୍–ୱେଷ୍ଟ ୟୁନିଭର୍ସିଟି ରହିଛି।

ଉଦ୍ଘାଟନୀ ସମାରୋହରେ ସହାୟକ ପ୍ରଫେସର (ମାର୍କେଟିଂ ଓ ଏଣ୍ଟରପ୍ରିନିୟରସିପ୍) ଡ଼. ସୁଭେନ୍ଦୁ କୁମାର ପ୍ରତିହାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ନେପାଳର ମିଡ୍–ୱେଷ୍ଟ ୟୁନିଭର୍ସିଟିର କୁଳପତି ପ୍ରଫେସର ଧ୍ରୁବ କୁମାର ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଆଇଆଇଏମ୍ ଅହମ୍ମାଦାବାଦର ମାର୍କେଟିଂ ପ୍ରଫେସର ଆନନ୍ଦ କୁମାର ଜୈସୱାଲ ମୁଖ୍ୟବକ୍ତା ଭାବେ ଉଦବୋଧନ ରଖିଥିଲେ। ସିରାକ୍ୟୁଜ ୟୁନିଭର୍ସିଟିର ପ୍ରଫେସର ଏସ୍. ପି. ରାଜ ଏବଂ ସ୍କାନେକ୍ସଟ୍ ସାଇଣ୍ଟିଫିକ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ରର ସଂସ୍ଥାପକ ଓ ସିଇଓ ଶ୍ରୀ ରଜତ ବର୍ଦ୍ଧନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ ୟୁନିଭର୍ସିଟିର ନବସୃଜନାତ୍ମକ ଗବେଷଣା ଓ ଉଦ୍ୟମିତା ପରିବେଶ ସୃଷ୍ଟି କରିବା ପ୍ରତି ବିଜିୟୁର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, “ଭାରତୀୟ ସଂସ୍କୃତିରେ ଅବାହମାନ କାଳରୁ ନବୋନ୍ମେଷର ଏକ ସମୃଦ୍ଧ ପରମ୍ପରା ରହିଆସିଛି, ଯାହା ଆଜି ମଧ୍ୟ ସ୍ଥାନୀୟ ଓ ବିଶ୍ୱ ପରିପ୍ରେକ୍ଷିତରେ ବିକାଶର ପଥକୁ ପ୍ରଶସ୍ଥ କରୁଛି।”

ପ୍ରଫେସର ଆନନ୍ଦ କୁମାର ଜୈସୱାଲ ତାଙ୍କ ଭାଷଣରେ କହିଥିଲେ ଯେ, “ସ୍ଥାନୀୟ ଉଦ୍ଭାବନ ଓ ନବଉନ୍ମେଷକୁ ପ୍ରୋତ୍ସାହିତ କରି ସେଗୁଡ଼ିକୁ ବିଶ୍ୱସ୍ତରରେ ବିସ୍ତାର କରିବା ଅତ୍ୟନ୍ତ ଆବଶ୍ୟକ। ସ୍ବଳ୍ପବ୍ୟୟ ଯୁକ୍ତ ନବଉନ୍ମେଷ ଭାରତକୁ ଏକ ପ୍ରତିସ୍ପର୍ଧୀ ବିଶ୍ୱ ଅର୍ଥନୀତି ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ନେବ।”

ଉଦ୍ଘାଟନୀ ଅଧିବେଶନର ଏକ ମୁଖ୍ୟ ଆକର୍ଷଣ ଥିଲା ବିଜିୟୁ ଓ ନେପାଳର ମିଡ୍–ୱେଷ୍ଟ ୟୁନିଭର୍ସିଟି ମଧ୍ୟରେ ସମ୍ମତିପତ୍ର (ଏମଓୟୁ) ସ୍ୱାକ୍ଷର, ଯାହା ଶିକ୍ଷା, ଗବେଷଣା, ନବଉନ୍ମେଷ ଓ ଉଦ୍ୟମିତାର ବିକାଶ ଦିଗରେ ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ଶକ୍ତିଶାଳୀ କରିବ।

ଅଧିବେଶନକୁକୁ ସମ୍ବୋଧିତ କରି, ନେପାଳର ମିଡ୍-ୱେଷ୍ଟ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ଧ୍ରୁବ କୁମାର ଗୌତମ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଯେ, “ଜ୍ଞାନ ଆରହଣକୁ ଅଭ୍ୟାସଗତ କରିବା ଏବଂ ତାହାକୁ ନବଉନ୍ମେଷ ମାଧ୍ୟମରେ ସାମାଜିକ ପରିବର୍ତ୍ତନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ପାଇଁ ଚେଷ୍ଟିତ ରହିବା।”

ପ୍ରଥମ ଦିବସ ଉଦ୍ଘାଟନୀ ଉତ୍ସବ ପରେ ଆୟୋଜିତ ଆଲୋଚନା ଚକ୍ରରେ ମଞ୍ଚ ଆଲୋଚନା ଓ ସମାନ୍ତରାଳ ପ୍ରଯୁକ୍ତି ଅଧିବେଶନ ଆୟୋଜିତ ହେଉଥିଲା, ଯେଉଁଥିରେ ତୃଳମୂଳ ସ୍ତରର ବିକାଶ ଓ ସ୍ବଳ୍ପବ୍ୟୟ ଯୁକ୍ତ ନବଉନ୍ମେଷ ଏବଂ ଜଳବାୟୁ ଉନ୍ମକ୍ତ କୃଷି ଅର୍ଥନୀତି ବିଷୟଗୁଡ଼ିକ ଉପରେ ଅଲୋଚନା କରାଯାଇଛି।

“ତୃଳମୂଳ ସ୍ତରରେ ବିକାଶ ଓ ସ୍ବଳ୍ପବ୍ୟୟ ଯୁକ୍ତ ନବଉନ୍ମେଷ” ବିଷୟରେ ପ୍ରଥମ ପ୍ୟାନେଲ୍ ଆଲୋଚ଼ନାରେ ଶ୍ରୀ ରଜତ ବର୍ଦ୍ଧନ, ଶ୍ରୀ ରାଜୀବ ୱାରିଅର (ୱାଧୱାନୀ ଫାଉଣ୍ଡେସନ), ପ୍ରଫେସର ଆନନ୍ଦ କୁମାର ଜୈସୱାଲ, ଏବଂ ଡ଼. ବିଜୟ କୁମାର ସାହୁ (ଏନଆରଡ଼ିସି, ଭୁବନେଶ୍ୱର) ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନଟି ଡ଼. ସନ୍ତୋଷ ମହାନ୍ତି, ନିର୍ଦ୍ଦେଶକ, ଭିକେ-ଏଆଇସିୟମ ଦ୍ୱାରା ସଂଚାଳିତ ହୋଇଥିଲା।

ଦ୍ୱିତୀୟ ପ୍ୟାନେଲ୍ ଆଲୋଚନା “ଜଳବାୟୁ ଉନ୍ମକ୍ତ କୃଷି ଅର୍ଥନୀତି” ବିଷୟରେ ଶ୍ରୀ ଜଗଦାନନ୍ଦ, ସିୱାଇଏସଡ଼ି ର ସହ–ସଂସ୍ଥାପକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ୱାସନ ଓ ପ୍ରଧାନ ପରି ସଂଗଠନର ବିଶେଷଜ୍ଞମାନେ କୃଷି ଓ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ସୃଷ୍ଟିର ସମ୍ଭାବନା ବିଷୟରେ ତାଙ୍କ ଅନୁଭବକୁ ପ୍ରକାଶ କରିଥିଲେ।

ସମ୍ମିଳନୀରେ କେମ୍ବ୍ରିଜ୍ ୟୁନିଭର୍ସିଟି (ୟୁକେ)ର ଜଜ୍ ବିଜିନେସ୍ ସ୍କୁଲ୍ ର ପ୍ରଫେସର ଜୟଦୀପ ପ୍ରଭୁ, ଏବଂ ଲୋୟୋଲା ମେରିମାଉଣ୍ଟ ୟୁନିଭର୍ସିଟି (ଆମେରିକା)ର ପ୍ରଫେସର ମଧୁବାଲନ ବିଶ୍ୱନାଥନ ସମ୍ମିଳନୀରେ ଯୋଗଦେଇ ମତ ପ୍ରତିପାଦନ କରିଥିଲେ।

ଜିଏଫଆଇ–୨୦୨୬ ର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ଆଇଡିଆ-ଟୁ-ଇମ୍ପାକ୍ଟ ବୁଟକ୍ୟାମ୍ପ ଓ ନବଉନ୍ମେଷକ ପ୍ରଦର୍ଶନୀ, ଯାହା ଛାତ୍ରଛାତ୍ରୀ ଓ ଷ୍ଟାର୍ଟଅପ୍‌ମାନଙ୍କ ମଧ୍ୟରେ ଉଦ୍ୟମିତା ଚେତନାକୁ ପ୍ରୋତ୍ସାହିତ କରୁଛି। ୱାଧୱାନୀ ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଏହି ପ୍ରକଳ୍ପରେ ସୃଜନାତ୍ମକ ଚିନ୍ତନ, ସମସ୍ୟା ଚିହ୍ନଟ ଓ ନୂତନ ସମାଧାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ବୁଟକ୍ୟାମ୍ପ ଓ ପିଚ୍ ଡେକ୍ ଚ୍ୟାଲେଞ୍ଜରେ ମୋଟ ୮୩ଟି ଉଦ୍ୟମି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ଯାହାକୁ ଶିକ୍ଷାବିତ୍, ଉନ୍ମେଷକ ଓ ଶିଳ୍ପ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ବମାନେ ମୂଲ୍ୟାୟନ କରିଥିଲେ। ସେହିପରି ୨୦ଟି ଷ୍ଟାର୍ଟଅପ୍ ଓ ଦୁଇଜଣ ତୃଣମୂଳ ସ୍ତରର ନବଉନ୍ମେଷକମାନେ ନିଜର ଉଦ୍ଭାବନକୁ ପ୍ରଦର୍ଶିତ କରିଥିଲେ, ଯେଉଁଥିରେ ଲାଇଭ୍ ପ୍ରୋଟୋଟାଇପ୍ ମଧ୍ୟ ଉପସ୍ଥାପିତ ହୋଇଥିଲା।


Spread the love

Leave A Reply

Your email address will not be published.