କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ପ୍ରଦର୍ଶନ କରିବେ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍‌ସ

Spread the love

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀ ପୁରୁଣା ବର୍ଷକୁ ବିଦାୟ ଦେବା ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବଲିଉଡର ବିଶିଷ୍ଠ କଳାକାରମାନଙ୍କ ସଙ୍ଗୀତକୁ ସିଧାସଳଖ ଶୁଣି ଉତ୍ସବର ଖୁସିକୁ ବହୁଗୁଣିତ କରିବାକୁ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି । ତାହାକୁ ସାକାର କରିବା ଲାଗି ୨୦୨୩ ଡିସେମ୍ବର ୨୯ରେ ଆୟୋଜିତ ହେବ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ “କ୍ୱାଞ୍ଜା ସେଲିବ୍ରେସନ ୨୦୨୩’ । ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡର ବିଶିଷ୍ଟ ଗାୟକ ଜାଡେନ୍ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍‌ସ । ଡିଜେ ତୁଷାର ମଧ୍ୟ ଦର୍ଶକଙ୍କ ମନରେ ରୋମାଂଚ ସୃଷ୍ଟି କରିବେ ।

କ୍ୱାଞ୍ଜା ସେଲିବ୍ରେସନ ୨୦୨୩ରେ ଲୋକମାନେ ରଙ୍ଗାରଙ୍ଗ ଓ ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନର ମଜା ନେଇପାରିବେ । ୨୦୨୧ ଓ ୨୨ରେ ମଧ୍ୟ କ୍ୱାଞ୍ଜା ସେଲିବ୍ରେସନ ଆୟୋଜନ କରାଯାଇଥିଲା । ଉଭୟ ସଂସ୍କରଣକୁ ବିପୁଳ ସଫଳତାକୁ ନଜରରେ ରଖି ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରରେ ଆୟୋଜନ କରିବାକୁ ନିଷ୍ପତି ହୋଇଛି । ଏକସଙ୍ଗେ ଚାରି ହଜାରରୁ ଅଧିକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ।

କାର୍ଯ୍ୟକ୍ରମର ଆୟୋଜକ ପ୍ରଣବ ମହିପାଳ, ବତ୍ସଳ ବର୍ଦ୍ଧନ ପଟାଙ୍ଗିଆ, ଅନମୋଲ ଦାଶ ଏବଂ ଆକାଶ କୁମାର ସିଂହ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ସଶକ୍ତ କରିବା ଏବଂ ଭବିଷ୍ୟତକୁ ଏକ ଆକାର ପ୍ରଦାନ କରିବା । ଏଥିରେ ସାଂସ୍କୃତିକ, ବିବିଧତାର ପ୍ରତିଫଳନ ଦେଖିବାକୁ ମିଳିବ । ଆମର ଉଦ୍ଦେଶ୍ୟ ହେଉଛି ଉଦ୍ୟମିତା, କ୍ରୀଡ଼ା, ଶିକ୍ଷା ଓ ସ୍ୱାସ୍ଥ୍ୟର ଯୁବବର୍ଗଙ୍କୁ ସଶକ୍ତ କରିବା ।”

ଯେକୌଣସି ଦେଶର ଯାତ୍ରା ତାହାର ସମାଜର ଯାତ୍ରାରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭାବନା ରହିଛି ସେହି ଭାବନା ଅନୁସାରେ ଆଗକୁ ବଢ଼ି ଯୁବବର୍ଗଙ୍କୁ ଆମେ ଆକର୍ଷିତ କରିବାକୁ ଚାହୁଁଛୁ । ସେଥି ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ହେଉଛି କ୍ୱାଞ୍ଜା ସେଲିବ୍ରେସନ ୨୦୨୩ । ଏହି ପଦକ୍ଷେପ ଜରିଆରେ ଆମେ ଯୁବବର୍ଗଙ୍କୁ ସକ୍ରିୟ ସହଯୋଗିତା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ ।’’


Spread the love

Leave A Reply

Your email address will not be published.