୧୦,୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି ଡିଏସ୍ ଗ୍ରୁପ

Spread the love

ଭୁବନେଶ୍ୱର : ଏକ ଅଗ୍ରଣୀ ଏଫଏମସିଜି କମ୍ପାନୀ ଓ ମଲ୍ଟି-ବିଜ୍‌ନେସ୍ କର୍ପୋରେଶନ ଧର୍ମପାଲ ସତ୍ୟପାଲ ଗ୍ରୁପ (ଡିଏସ୍ ଗ୍ରୁପ) ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଏବଂ ଭାରତର ୧୫ଟି ଶୀର୍ଷ ଏଫଏମସିଜି କମ୍ପାନୀ ତାଲିକାରେ ପ୍ରବେଶ କରିଛି । ଏହି ସଫଳତା ପ୍ରାଥମିକ ଭାବେ ଏଫଆଣ୍ଡବି ସେଗମେଂଟ ମୋଟ ରାଜସ୍ୱରେ ୪୨%ର ଯୋଗଦାନ ଦେଇଛି, ଏହାପରେ ଫ୍ରେଶନର ସେଗମେଂଟର ୩୮%, ହସ୍ପିଟାଲିଟିର ୩% ଯୋଗଦାନ ରହିଛି ଏବଂ ଅବଶିଷ୍ଟ ରାଜସ୍ୱରେ ଅନ୍ୟାନ୍ୟ ବ୍ୟବସାୟଗୁଡିକର ମିଳିତ ଯୋଗଦାନ ରହିଥିବା ବେଳେ ତମାଖୁର ୧୦%ରୁ କମ୍ ଯୋଗଦାନ ରହିଛି । ଏହି ଗ୍ରୁପ ଉତମ ଅଭିବୃଦ୍ଧି ମାଧ୍ୟମରେ ଗତ ୩ ବର୍ଷରେ ୧୬%ର ସିଏଜିଆର ସହ ସ୍ଥିର ଉର୍ଦ୍ଧ୍ୱଗାମୀ ଗତିର ସାକ୍ଷୀ ହୋଇଛି, ଯାହା ଏହାର ବଜାର ନେତୃତ୍ୱ ଓ ସମ୍ପ୍ରସାରଣ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଫୁଡ ଆଣ୍ଡ ବେଭ୍‌ରେଜ (ଏଫଆଣ୍ଡବି) ସେଗ୍‌ମେଂଟ ଗତ ୩ ବର୍ଷ ମଧ୍ୟରେ ୧୯%ର ଏକ ସିଏଜିଆର ପ୍ରଦର୍ଶିତ କରିଛି ।
ମିଳିତ ଭାବେ ସମସ୍ତ ବ୍ୟବସାୟଗୁଡିକ ୧୫୦ରୁ ଅଧିକ ଷ୍ଟକିଷ୍ଟ, ୫୦୦୦ରୁ ଅଧିକ ଡିଷ୍ଟ୍ରିବ୍ୟୁଟର ରହିଛନ୍ତି ଯିଏ ଭାରତବ୍ୟାପୀ ପ୍ରତ୍ୟକ୍ଷ ରୂପେ ୧୫ ଲକ୍ଷରୁ ଅଧିକ ରିଟେଲ ସପ ଓ ପରୋକ୍ଷ ଭାବେ ୩୫ ଲକ୍ଷ ରିଟେଲ ସପ ନିକଟରେ ପହଂଚୁଛନ୍ତି । ପରିବର୍ତିତ ଉପଭୋକ୍ତା କ୍ରୟ ଆଚରଣ ସହିତ ଡିଏସ ଗ୍ରୁପ ଆଧୁନିକ ବ୍ୟବସାୟ, କ୍ୱିକ-କମର୍ସ ସମେତ ଇକମର୍ସ କ୍ଷେତ୍ରରେ ବଦଳୁଥିବା ଟ୍ରେଣ୍ଡଗୁଡିକୁ ଭଲ ଭାବରେ ଅଧ୍ୟୟନ କରିଛି ଓ ନିଜର ଲାଭ ପାଇଁ ଏହା ଉପରେ ପୁଞ୍ଜି ହାସଲ କରିଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଅଟୋମେଶନ ଓ ଅନ୍ୟାନୃ ଭବିଷ୍ୟତ-କେନ୍ଦ୍ରିତ ଟେକ୍ନୋଲୋଜିଗୁଡିକ ଉପରେ ଗୁରୁତ୍ୱ ବଜାୟ ରଖିଛି ।
ଏହି ଅବସରରେ ଡିଏସ ଗ୍ରୁପର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, “୧୦,୦୦୦ କୋଟି ଟଙ୍କା ରାଜସ୍ୱ ଅତିକ୍ରମ କରିବା ଭାରତର ବିକଶିତ ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ଭାବେ ଆମର ପ୍ରମୁଖ ଭୂମିକାକୁ ସୂଚିତ କରୁଛି । ଡିଏସ ଗ୍ରୁପ ଏଫଏମସିଜି କ୍ଷେତ୍ରର ବିସ୍ତାରରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନକାରୀ ରହିଆସିଛି, ଯାହା ଆମର ବିବିଧ ପୋର୍ଟଫୋଲିଓ, ଗୁଣବତା ଓ ଉଦ୍ଭାବନ ଉପରେ ଉତ୍ସର୍ଗୀକୃତ ଧ୍ୟାନ ଏବଂ ଦେଶରେ ଏଫଏମସିଜି କ୍ଷେତ୍ରରେ ଅନ୍ୟତମ ସର୍ବବୃହତ ବିତରଣ ନେଟ୍‌ୱର୍କ ଦ୍ୱାରା ପରିଚାଳିତ ଅଟେ । ଖାଦ୍ୟ ଓ ପାନୀୟ ବର୍ଗ (ଏଫଆଣ୍ଡବି) ଗତ ୩ ବର୍ଷରେ ଏକ ତ୍ୱରାନ୍ୱିତ ଅଭିବୃଦ୍ଧି ହାସଲ କରିଆସୁଛି ଏବଂ ଏହି ସଫଳତା ଭାରତୀୟ ଗ୍ରାହକଙ୍କ ଦ୍ୱାରା ଆମ ଉପରେ ପ୍ରଦର୍ଶିତ ବିଶ୍ୱାସକୁ ପ୍ରତିଫଳନ କରୁଛି । ଆମର କର୍ମଚାରୀ ଓ ସହଯୋଗୀମାନଙ୍କର ସମର୍ପଣ ଆମ ଯାତ୍ରାର ମୂଳଦୁଆ ଅଟେ ଏବଂ ଭାରତର ଏଫଏମସିଜି କ୍ଷେତ୍ରକୁ ଆହୁରି ବିକଶିତ କରିବା ପାଇଁ ଏକ ପ୍ରତିବଦ୍ଧତା ସହିତ ଭବିଷ୍ୟତରେ ଆମେ ଆମର ଶତବାର୍ଷିକୀ ବର୍ଷ ସୁ୍‌ଦ୍ଧା ୨୦,୦୦୦ କୋଟି ଟଙ୍କାର ମାଇଲଷ୍ଟୋନ ହାସଲ କରିବାକୁ ଆଶା ରଖିଛୁ । ଅଭିନବ ଉତ୍ପାଦଗୁଡିକର ଆମର ମଜବୁତ ଶୃଙ୍ଖଳା ଗ୍ରାହକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଏବଂ ‘କ୍ରିଏଟ ହ୍ୱାଟ ଇଜ ୱର୍ଥ କ୍ରିଏଟିଙ୍ଗ’ ସ୍ପିରିଟକୁ ଧାରଣ କରିଥିବା ବିକାଶକୁ ଆଗକୁ ବଢାଇବା ଜାରି ରଖିବ । ଆମେ ଆମର ବିତରଣ ନେଟ୍‌ୱର୍କକୁ ଆହୁରି ବିସ୍ତାର କରିବା ଜାରି ରଖିବୁ, ଏହା ଆମର ଉତ୍ପାଦଗୁଡିକ ଯେପରି ଦେଶର ପ୍ରତ୍ୟେକ କୋଣ ଅନୁକୋଣ ସମେତ ଆନ୍ତର୍ଜାତୀୟ ବଜାରଗୁଡିକରେ ପହଂଚି ପାରିବ ତାହା ନିଶ୍ଚିତ କରିବ, ଯାହା ଭାରତୀୟ ଏଫଏମସିଜି କ୍ଷେତ୍ରର ସାମଗ୍ରିକ ପହଂଚ ଓ ପ୍ରଭାବକୁ ସୁଦୃଢ କରିବ ।

 


Spread the love

Leave A Reply

Your email address will not be published.