ଆଇଆଇଟି ଭୁବନେଶ୍ୱରରେ ଉତ୍କଳ ଦିବସ  ଅବସରରେ ଓଡ଼ିଶା ଇତିହାସ ଓ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି

Spread the love

ଭୁବନେଶ୍ୱର, ୧  ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଆ ଏବଂ ଇଂରାଜୀ ସାହିତ୍ୟର ବିଶିଷ୍ଟ ବକ୍ତା ତଥା ସାପ୍ତାହିକ ଖବରକାଗଜ “ଚିର ସାନ୍ଧାନ” ର ସମ୍ପାଦକ ପ୍ରଫେସର ପାର୍ଥସାରଥୀ ଅଜୟ ବାରିକ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ଡିନ୍ (ଛାତ୍ର ବ୍ୟାପାର) ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ନିଜର ଅଧ୍ୟକ୍ଷୀୟ ବକ୍ତବ୍ୟରେ ପ୍ରଫେସର କରମଲକର ଭାଷଣରେ ଓଡିଶାରେ ରହିବାର ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସେ କହିଛନ୍ତି: “ଆଇଆଇଟି ଭୁବନେଶ୍ୱର ଓଡ଼ିଶାର ଶିକ୍ଷା କ୍ଷେତ୍ରର ରୂପାନ୍ତର ଦିଗରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି ଏବଂ ରାଜ୍ୟର ବୈଷୟିକ ଶିକ୍ଷା ଦୃଷ୍ଟିକୋଣର ପୁନଃନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇଛି। ସମ୍ପ୍ରତି, ଇନଷ୍ଟିଚ୍ୟୁଟ୍ ଉଚ୍ଚାଭିଳାଷୀ ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ ଇନିସିଏଟିଭର ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶାର ୧୦୦ତମ ବର୍ଷ ପୂର୍ତ୍ତି ସୁଦ୍ଧା ୧୦୦ କୋଟି ତାଙ୍କ ମୂଲ୍ୟ ବିଶିଷ୍ଟ ୧୦୦ଟି ଷ୍ଟାର୍ଟ-ଅପର ପ୍ରତିଷ୍ଠା। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇଆଇଟି ଭୁବନେଶ୍ୱର ମଧ୍ୟ ପ୍ରାଚୀନ ଜ୍ଞାନ ସମ୍ବଳ ଉପରେ ଗବେଷଣା ଉପରେ ଧ୍ୟାନ ଦେଉଛି ଏବଂ ବୈଜ୍ଞାନିକ  କୌଶଳ ଓ ପ୍ରାଚୀନ ଓଡିଶାର ଇଞ୍ଜିନିୟରିଂ ଚମତ୍କାର ପଛରେ ଥିବା ରହସ୍ୟ ଉନ୍ମୋଚନ ଦିଗରେ କାର୍ଯ୍ୟ କରୁଛି।
ଏହି ଅବସରରେ ପ୍ରତିଷ୍ଠାନର ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ଓଡ଼ିଶାର ସମୃଦ୍ଧ ଉତ୍ତରାଧିକାରୀ ତଥା ଐତିହ୍ୟର ମହାନତା ବଖାଣିଥିଲେ। ଭାଷା ଉପରେ ଆଧାରିତ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଓଡ଼ିଶା ପ୍ରତିଷ୍ଠା କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଅନ୍ୟମାନଙ୍କ ପରି ମହାନ ନେତାଙ୍କ ଭୂମିକା ସେ ସ୍ମରଣ କରିଥିଲେ। ସେ ଏହି ଉତ୍ସବର ମୁଖ୍ୟ ଅତିଥିଙ୍କ ପରିଚୟ ମଧ୍ୟ ପ୍ରଦାନ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ପ୍ରଫେସର ବାରିକ ଆଇଆଇଟି ଭୁବନେଶ୍ୱରଙ୍କୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ଐତିହ୍ୟକୁ ବଞ୍ଚାଇ ରଖିବାର ପ୍ରୟାସ କରୁଥିବାରୁ ପ୍ରଶଂସା କରିଥିଲେ। ବିଭିନ୍ନ ସାହିତ୍ୟିକ ସନ୍ଦର୍ଭ ଏବଂ କବିତା ସମ୍ବନ୍ଧୀୟ ସୂଚନା ମାଧ୍ୟମରେ ସେ ବିଭିନ୍ନ ଓଡିଆ ନେତାଙ୍କ ଅବଦାନକୁ ମନେ ପକାଇଥିଲେ, ଯେଉଁମାନେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବା ଦିଗରେ ଉଦ୍ୟମ କରିଥିଲେ। ସେ ପ୍ରାଚୀନ କାଳରୁ ରାଜ୍ୟର ମହାନ ସାହିତ୍ୟିକମାନଙ୍କ ଦ୍ୱାରା ବୃଦ୍ଧି ଏବଂ ସମୃଦ୍ଧ ହୋଇଥିବା ଓଡ଼ିଆ ଭାଷା ଏବଂ ସାହିତ୍ୟର ଇତିହାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ ଭାରତର ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷାର ମହାନତା  ଏବଂ ଓଡ଼ିଶାର ସମୃଦ୍ଧ କଳା ଓ ପରମ୍ପରା ବିଷୟରେ ମଧ୍ୟ କହିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡକ୍ଟର ରେମ୍ୟା  ନୀଲାନଚେରୀ, ଏକ ଭରତ ଶ୍ରେଷ୍ଠ ଭାରତ (ଇବିଏସବି)ର ସଂଯୋଜକ  ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଭୁବନେଶ୍ୱରର ଇବିଏସବି ଟିମ୍ ସଂଯୋଜନା କରିଥିଲେ।
ଏହି ଅବସରରେ, ଓଡ଼ିଶା ଉପରେ ଏକ କ୍ୱିଜ୍ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍କଳର କଳା ଓ ଐତିହ୍ୟର ପ୍ରଦର୍ଶନ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ଏହି ଉତ୍ସବକୁ ପାଳନ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠାନର କେନ୍ଦ୍ରୀୟ ପାଠାଗାର ପକ୍ଷରୁ ଓଡିଶା ସମ୍ପର୍କିତ ବିଭିନ୍ନ ପୁସ୍ତକର  ଏକ ସ୍ୱତନ୍ତ୍ର ପ୍ରଦର୍ଶନ କରିଛି। ଇତିହାସ, କଳା, ସଂସ୍କୃତି, ଭାଷା, ଏବଂ ସାହିତ୍ୟ  ସମେତ ବିଭିନ୍ନ ବିଷୟ ଉପରେ ସମ୍ବଳିତ ଏହି ସ୍ୱତନ୍ତ୍ର ପୁସ୍ତକ ସଂଗ୍ରହ ୧ ଏପ୍ରିଲରୁ ୩ ଏପ୍ରିଲ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ।

ଏହାପୂର୍ବରୁ, ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟାରେ ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ) ପକ୍ଷରୁ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ ଏବଂ ହସ୍ତତନ୍ତ ସାମଗ୍ରୀର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀରେ ପୋଡ ପିଠା, ଆରିଶା ପିଠା, ରସାବଳୀ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଇତ୍ୟାଦି ତଥା ପଟ୍ଟଚିତ୍ର ଉତ୍ପାଦ, ପିପିଲି ଚାନ୍ଦୁଆ, ସାବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ, ପାରମ୍ପରିକ କଳାରେ ସମୃଦ୍ଧ ବିଭିନ୍ନ ଘର ସାଜସଜ୍ଜା ସାମଗ୍ରୀ ଏବଂ ଅଳଙ୍କାର ଆଦି ପ୍ରଦର୍ଶିତ ଏବଂ ବିକ୍ରୟ ହୋଇଥିଲା।  ୟୁବିଏ ଅଧୀନରେ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଥିବା ନିକଟବର୍ତ୍ତୀ ଗ୍ରାମଗୁଡିକର ସ୍ୱୟଂ ସହାୟକ ଗୋଷ୍ଠୀ, ଆଇଆଇଟି ଭୁବନେଶ୍ୱର ଅଧିନସ୍ଥ ଷ୍ଟାର୍ଟ ଅପ୍ ଏବଂ କଳିଙ୍ଗ ସ୍ୱରାଜ ଫାଉଣ୍ଡେସନ୍ (ମହିଳା ୱିଙ୍ଗ୍) ର ମହିଳା ଉଦ୍ୟୋଗୀମାନଙ୍କ ସମେତ ୧୪ ଟି ସଂଗଠନ  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ହସ୍ତତନ୍ତ ଉତ୍ପାଦ ଏବଂ ରନ୍ଧନ ସାମଗ୍ରୀ ପ୍ରଦର୍ଶନ କରିଥିଲେ।  ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ଏବଂ ପ୍ରତିଷ୍ଠାନର ଆଖପାଖ ବାସିନ୍ଦାଙ୍କ ସମେତ ପ୍ରାୟ ୭୦୦ ବ୍ୟକ୍ତି ଏହି ପ୍ରଦର୍ଶନୀ-ତଥା-ବିକ୍ରୟ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ। ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମାଲକର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରଦର୍ଶନୀରେ ଉପସ୍ଥାପିତ ହୋଇଥିବା ଶ୍ରେଷ୍ଠ ତିନୋଟି ଷ୍ଟଲ୍ ଏବଂ ଶ୍ରେଷ୍ଠ ତିନୋଟି ଖାଦ୍ୟକୁ ପୁରସ୍କାର ବିତରଣ କରିଥିଲେ। ୟୁବିଏ ଦଳର ସ୍ୱେଚ୍ଛାସେବୀମାନଙ୍କ ସହ ୟୁବିଏର ସଂଯୋଜିକା ଡକ୍ଟର ସୀମା ବାହିନୀପତି ଏବଂ ଡକ୍ଟର ମଧୁସ୍ମିତା ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


Spread the love

Leave A Reply

Your email address will not be published.