ଭୁବନେଶ୍ୱର: ଦୈନନ୍ଦିନ ଜୀବନର ଅଧିକାଂଶ କାର୍ଯ୍ୟକଳାପ ଅନଲାଇନ୍ ହେଉଥିବା ସହିତ ସାଇବର୍ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆହୁରି ଜଟିଳ ହେଉଛି। ଅପରାଧିମାନେ ସୋସିଆଲ୍ ଇଞ୍ଜିନିୟରିଂ, ତଥ୍ୟର ଅପବ୍ୟବହାର ଏବଂ ବ୍ୟକ୍ତିଗତ ଲକ୍ଷ୍ୟବନ୍ଦୀ କୌଶଳ ମାଧ୍ୟମରେ ଲୋକମାନଙ୍କୁ ଠକୁଛନ୍ତି।
ଭାରତର ଡିଜିଟାଲ୍ ପରିବେଶ ଦ୍ରୁତ ଗତିରେ ବିସ୍ତାର ହେଉଛି, ଯାହାର ପ୍ରମୁଖ କାରଣ ହେଉଛି ବ୍ୟାପକ ସ୍ମାର୍ଟଫୋନ୍ ବ୍ୟବହାର ଏବଂ ଡିଜିଟାଲ୍ ସେବାର ବୃଦ୍ଧିଶୀଳ ଗ୍ରହଣ। ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଅନୁଯାୟୀ, କେବଳ ଡିସେମ୍ବର ୨୦୨୫ ମାସରେ ୨୭.୯୭ ଟ୍ରିଲିୟନ୍ ଟଙ୍କା ମୂଲ୍ୟର ୨୧.୬୩ ବିଲିୟନ୍ ଡିଜିଟାଲ୍ କାରବାର ହୋଇଥିଲା। ଏହା ଭାରତକୁ ଏକ ଅଧିକ ସଂଯୁକ୍ତ ଓ ଡିଜିଟାଲ୍ ଭିତ୍ତିକ ଅର୍ଥନୀତି ଦିଗରେ ଆଗକୁ ବଢ଼ାଉଛି।
ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (ଏନସିଆରପି) ଏବଂ ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସିଏଫସିଏଫଆରଏମଏସ) ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତର ସାଇବର୍ ଠକେଇ କ୍ଷତି ୭,୪୬୫.୧୮ କୋଟି ଟଙ୍କା ଥିଲା, ଯାହା ୨୦୨୪ ମସିହାରେ ୨୨,୮୪୫.୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ଏକ ବର୍ଷରେ ୨୦୬ ପ୍ରତିଶତ ବୃଦ୍ଧିକୁ ଦର୍ଶାଏ ଏବଂ ସାଇବର୍ ଅପରାଧର ଦ୍ରୁତ ବୃଦ୍ଧିକୁ ସ୍ପଷ୍ଟ କରେ।
ଏସ୍ବିଆଇ ଜେନେରାଲ ଇନସ୍ୟୁରାନ୍ସ ଡାଟା ସୁରକ୍ଷାର ଗୁରୁତ୍ୱକୁ ପାଥେୟ କରି ଡିଜିଟାଲ୍ ଉପଯୋଗ ମୂଳରେ ତଥ୍ୟ ସୁରକ୍ଷା ଥିବା ଆବଶ୍ୟକତା ଉପରେ ଜୋର ଦେଉଛି। ଡିଜିଟାଲ୍ ନିର୍ଭରଶୀଳତା ବୃଦ୍ଧି ପାଇବା ସହିତ ସାଇବର୍ ବୀମା ଆର୍ôଥକ କଭର୍ ସହିତ ବ୍ୟାପକ ସହାୟତା ପ୍ରଦାନ କରି ବ୍ୟକ୍ତି ଓ ପରିବାରକୁ ଆତ୍ମବିଶ୍ୱାସର ସହିତ ମୁକାବିଲା କରିବାରେ ସାହାଯ୍ୟ କରୁଛି।
ସାଇବର୍ ବୀମା କାହିଁକି ଆବଶ୍ୟକ – ପ୍ରମୁଖ କାରଣଗୁଡ଼ିକ
ପରିଚୟ ହାନୀରୁ ସୁରକ୍ଷା: ବ୍ୟକ୍ତିଗତ ସୂଚନାର ଅନଧିକୃତ ବ୍ୟବହାର କିମ୍ବା ଠକେଇ କାରବାରରୁ ସୃଷ୍ଟ ଆର୍ôଥକ କ୍ଷତିକୁ କଭର୍ କରେ। ଆଇନଗତ ସହାୟତା ମାଧ୍ୟମରେ ଡିଜିଟାଲ୍ ପରିଚୟ ପୁନରୁଦ୍ଧାରରେ ସହଯୋଗ କରେ।
ଆର୍ôଥକ କ୍ଷତିରୁ ସୁରକ୍ଷା: ବ୍ୟାଙ୍କ ଖାତା, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଓ ଡିଜିଟାଲ୍ ୱାଲେଟ୍ରେ ଅନଧିକୃତ ପ୍ରବେଶରୁ ହୋଇଥିବା କ୍ଷତିକୁ ଭରଣା କରେ ଏବଂ ସାଇବର୍ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ ଖର୍ଚ୍ଚକୁ ମଧ୍ୟ ପ୍ରତିପୂରଣ କରେ।
ପ୍ରଯୁକ୍ତି ବିଶେଷଜ୍ଞ ଓ ତଥ୍ୟ ପୁନରୁଦ୍ଧାର ସହାୟତା: ସାଇବର୍ ଆକ୍ରମଣର ତଦନ୍ତ, ତଥ୍ୟ ପୁନଃପ୍ରାପ୍ତ କରିବା ପାଇଁ ପ୍ରକ୍ରିୟାକରଣ ଏବଂ ପ୍ରଭାବିତ ଡିଭାଇସଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ବିଶେଷଜ୍ଞ ନିୟୋଜନର ଖର୍ଚ୍ଚ ଭରଣା କରିଥାଏ।
ମାନସିକ ପରାମର୍ଶ ସହାୟତା: ସାଇବର୍ ଠକେଇ ଓ ତଥ୍ୟ ଉଲ୍ଲଂଘନରୁ ସୃଷ୍ଟ ଚାପ ଓ ମାନସିକ ଆଘାତ ପାଇଁ ପେଶାଦାର ପରାମର୍ଶ ଓ ଚିକିତ୍ସା ଖର୍ଚ୍ଚ ଭରଣା କରିଥାଏ।
ଆୟ କ୍ଷତି ପ୍ରତିପୂରଣ: ମାନହାନୀ କିମ୍ବା ସାଇବର୍ ଆକ୍ରମଣରୁ ହରାଇଥିବା ଆୟ ପାଇଁ କ୍ଷତିପୂରଣ ପ୍ରଦାନ କରି ଆର୍ôଥକ ସ୍ଥିରତାକୁ ରକ୍ଷା କରେ।
ପରିବାର ଅନ୍ୟ ସଦସ୍ୟଙ୍କୁ କଭରେଜ: ପଲିସିଧାରକଙ୍କ ପତି/ପତ୍ନୀ ଓ ନିର୍ଭରଶୀଳ ସନ୍ତାନମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରି ସମଗ୍ର ପରିବାରକୁ ସାଇବର୍ ବିପଦରୁ ସୁରକ୍ଷିତ ରଖେ।
ଏସ୍ବିଆଇ ଜେନେରାଲ ଇନସ୍ୟୁରାନ୍ସର ସାଇବର୍ ବୀମା ପ୍ରଡକ୍ଟ ପୁନଃଭରଣାର ପ୍ରତ୍ୟେକ ପର୍ଯ୍ୟାୟରେ ସମଗ୍ର ସହାୟତା ପ୍ରଦାନ କରେ। ଏସ୍ବିଆଇ ଜେନେରାଲର ସାଇବର୍ ଭଲ୍ଟ୍ଏଜ୍ ପଲିସି ତଥ୍ୟ ଉଲ୍ଲଂଘନ, ଡିଜିଟାଲ୍ ଠକେଇ ଓ ସାଇବର୍ ଚୋରି ସହିତ ବିଭିନ୍ନ ପ୍ରକାରର ସାଇବର୍ ବିପଦରୁ ବ୍ୟାପକ ସୁରକ୍ଷା ପ୍ରଦାନ କରେ।
ଆଜିର ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଥିବା ଏହି ପଲିସି ପଲିସିଧାରକ ଓ ତାଙ୍କ ପରିବାରକୁ ଆର୍ôଥକ ସୁରକ୍ଷା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ।
ଏସ୍ବିଆଇ ଜେନେରାଲ ଇନସ୍ୟୁରାନ୍ସର ସାଇବର୍ ଭଲ୍ଟ୍ଏଜ୍ ସହିତ, ବ୍ୟକ୍ତି ଓ ପରିବାର ସୁରକ୍ଷା, ସ୍ଥିରତା ଓ ମାନସିକ ଶାନ୍ତି ସହିତ ଡିଜିଟାଲ୍ ଦୁନିଆରେ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିପାରିବେ।