ଚେନ୍ନାଇ : ରେନଲ୍ଟ ଇଣ୍ଡିଆ, ଯାହାକି ରେନଲ୍ଟ ଗ୍ରୁପର ଏକ ସମ୍ପୂର୍ଣ୍ଣ ନିଜସ୍ୱ ପ୍ରତିଷ୍ଠାନ, ଏହାର ଭାରତ-କୈନ୍ଦ୍ରିକ ରୂପାନ୍ତରୀକରଣ ରଣନୀତି ରେନଲ୍ଟ ପୁନଃ-ବିଚାର ସହିତ ଚେନ୍ନାଇଠାରେ ରେନଲ୍ଟ ଡ଼ିଜାଇନ କେନ୍ଦ୍ରର ଉଦ୍ଘାଟନ କରିଛି ।
ଚେନ୍ନାଇ ଠାରେ ଆଜି ଉଦ୍ଘାଟିତ ଏହି ନୂତନ ରେନଲ୍ଟ ଡ଼ିଜାଇନ କେନ୍ଦ୍ର ରୂପାନ୍ତରୀକରଣ ଏବଂ ଡ଼ିଜାଇନ ଇନ ଇିଆ ଭଳି ରେନଲ୍ଟର ଉଚ୍ଚାଭିଳାଷାକୁ ତ୍ୱରାନ୍ୱିତ କରିବା ସହିତ ମେକ୍ ଇନ ଇିଆର ମୂଳଦୁଆକୁ ଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱର୍ପୂ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇପାରିବ । ଉତ୍କୃଷ୍ଟତାର ଏକ ହବ୍ ଭାବରେ ଏହା ମଧ୍ୟ ଆଶା ରଖିଛି ଏହାର କାର୍ଯ୍ୟ ଧାରାକୁ ଆଗେଇ ନେବା ପାଇଁ ବିଶେଷ ଭାବରେ ଆରଏନଟିବିସିଆଇ (ରେନଲ୍ଟ ନିଶାନ୍ ଟେକ୍ନୋଲଜି ଏବଂ ବିଜିନେସ ସେଣ୍ଟର ଇଣ୍ଡିଆ)ର ସାନିଧ୍ୟ ଲାଭ କରିବା ପାଇଁ ।
“ଭାରତ ସବୁଠାରୁ ଉଚ୍ଚମାନର ଅନନ୍ୟ ଏବଂ ଆଞ୍ଚଳିକ ପରିଚାଳକ ଅଟେ । ଏକ ଉତ୍ସର୍ଗୀକୃତ ଡ଼ିଜାଇନଯୁକ୍ତ ଷ୍ଟୁଡ଼ିଓର ଆବଶ୍ୟକତା ରହିଛି ଏବଂ ଏହାର ମନୋଭାବକୁ ବୁଝିବା ସହିତ ଏହାର ଆବଶ୍ୟକତାକୁ କର୍ଣ୍ଣପାତ କରି ତଥା ଏହାର ଦୃଢ଼ତାକୁ ନେଇ ଏହାକୁ ପ୍ରସ୍ତୁତ କରିବା ପାଇଁ । ଚେନ୍ନାଇ ଠାରେ ଅବସ୍ଥାପିତ ରେନଲ୍ଟ ଡ଼ିଜାଇନ କେନ୍ଦ୍ର ଯେଉଁ ଦିଗ ପ୍ରତି ଗୁରୁତ୍ୱାରୋପ କରିଛି ସେଗୁଡ଼ିକ ମଧ୍ୟରେ ରହିଛି ମଡ଼େଲ ଗୁଡ଼ିକର ବିକାଶ ଏବଂ ଭାରତୀୟ ବଜାରରେ ଜ୍ଞାନକୌଶଳର ପ୍ରସଙ୍ଗ ତଥା ଏଥିସହିତ ରେନଲ୍ଟ ଗୋଷ୍ଠୀର ବିଶ୍ୱସ୍ତରୀୟ ପ୍ରକଳ୍ପ ଉପରେ ଅଧିକ ଦୃଷ୍ଟି ଆକର୍ଷଣ । ଆଞ୍ଚଳିକ ବୁଦ୍ଧିମତା ଏବଂ ଏହାର ବର୍ହିବିଭାଗର ଉଦ୍ଦେଶ୍ୟ ସାଧନ ଦ୍ୱାରା, କେନ୍ଦ୍ର ରେନଲ୍ଟର ଭବିଷ୍ୟତ ମୋବିଲିଟି ସମାଧାନ ଦିଗରେ ଏହାର ଗଠନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଆରଏନଟିବିସିଆଇ ଭଳି ଉତ୍କୃଷ୍ଟ ହବ୍ର ଛାତି ଉପରେ ଏହାର ରଣନୀତିର ଅବସ୍ଥିତି ଉଶ୍ୟେ ସାଧନକୁ ନେଇ ତଥା ଦ୍ରୁତଶୀଳ ସମନ୍ୱିତର ଅତି ନିକଟର ସହଭାଗୀତାର ସକ୍ଷମତାକୁ ନେଇ ଆମର ଡ଼ିଜାଇନକୁ ଯାନ୍ତ୍ରିକୀ ଏବଂ ନବୀକରଣୀୟ ଧାରା ମଧ୍ୟରେ ଅତି ସୁନ୍ଦର ଭାବରେ ଉତ୍କୃଷ୍ଟ ତାଳମେଳ ସହିତ ପ୍ରୟୋଗ କରାଯାଇଛି ମତବ୍ୟକ୍ତ କରି କହିଛନ୍ତି, ଲରେନ୍ସ ଭାନ ଡ଼େନ ଆକର, ପ୍ରମୁଖ ଡ଼ିଜାଇନ ଅଧିକାରୀ, ରେନଲ୍ଟ ଗ୍ରୁପ ।
ଫରାସୀ କାରପ୍ରସ୍ତୁତକାରୀ ନିଶ୍ଚିତ କରିଛନ୍ତି ଯେ ୨୦୨୫ ମସିହା ରେନଲ୍ଟ ପାଇଁ ଭାରତରେ ଏକ ପରିବର୍ତ୍ତିତ ସ୍ୱରକୁ ଚିହ୍ନିତ କରିବା ସହିତ କମ୍ପାନୀୟର ପରବର୍ତ୍ତି ଏକ ବିରାଟ ଲମ୍ଫ ପ୍ରଦାନକୁ ନେଇ ସମଗ୍ର ବିଶ୍ୱରେ ରହିଥିବା ତୃତୀୟ ସର୍ବବୃହତ୍ ଅଟୋମୋବାଇଲ ବଜାରରେ ନିଜର ଉଚ୍ଚାଭିଳାଷୀତାକୁ ସମ୍ପନ୍ନ କରିପାରିବ । ରେନଲ୍ଟ ପୁନଃ-ବିଚାର ର ଏହି ରଣନୀତି ରେନଲ୍ଟର ନବୀକରଣ ତଥା ଦୃଢ଼ ବଚନବଦ୍ଧତାର ପ୍ରତିନିଧିତ୍ୱ କରିବା ସହିତ ଦେଶରେ ଏହି ଫରାସୀ କାରପ୍ରସ୍ତୁତିକାରୀଙ୍କ ନୂତନ ଯାତ୍ରାକୁ ଆହୁରି ଅଧିକ ସଙ୍ଗୀତମୟ ତଥା ଏଥିପ୍ରତି ସମସ୍ତଙ୍କୁ ଆକୃଷ୍ଟ କରିପାରିବ ।
ଏଭଳି ଏକ ରଣନୀତି ଉଭୟ ଗ୍ରାହକ ଏବଂ ଷ୍ଟେକ୍ହୋଲଡ଼ର ମାନଙ୍କ ପାଇଁ ଆମନ୍ତ୍ରଣ ହେବା ସହିତ ବ୍ରାକୁ ଏହାର ସତେଜଭରା ସ୍ପର୍ଶ ଦ୍ୱାରା ସେହି ଦିଗଗୁଡ଼ିକୁ ପୁନଃ ଆବିଷ୍କାର କରିଛି ଯାହା ମଧ୍ୟରେ ରହିଛି ନବୀନତମ ଡ଼ିଜାଇନର ମୂଳକୁ ମଜବୁତ କରିବା, ଆଧୁନିକତମ ଜ୍ଞାନକୌଶଳର ବୃଦ୍ଧି ତଥା ଏହାକୁ ଗଭୀର ଭାବରେ ଆଞ୍ଚଳିକ ସ୍ତର ମଧ୍ୟରେ ଦୃଷ୍ଟିଆକର୍ଷଣକାରୀ କରିବା ।
“ଭାରତରେ ‘ରେନଲ୍ଟ ପୁନଃ-ବିଚାର’ ରଣନୀତିର ଶୁଭାରମ୍ଭ ରେନଲ୍ଟ ପାଇଁ ଏଭଳି ଏକ ନୂତନ ଯୁଗର ପ୍ରତିଷ୍ଠା କରିପାରିଛି । ସବୁଠାରୁ ଅଧିକ ୟୁରୋପୀଆନ କାରପ୍ରସ୍ତୁତିକାରୀର ଭାରତୀୟ ଭାବରେ, ବୃହତ୍ ଆରଆଣ୍ଡଡ଼ି କେନ୍ଦ୍ରର ଗାରିମା ବୃଦ୍ଧି, ଏକ ଉତ୍ପାଦନକାରୀ ୟୁନିଟ୍, ଏହାର ଯୋଗ୍ୟତା ଚେନର ଅତ୍ୟଧିକ ଆଂଚଳିକୀକରଣ ଏବଂ ବର୍ତ୍ତମାନ ଏକ ସବୁଠାରୁ ବୃହତର ଡ଼ିଜାଇନ କେନ୍ଦ୍ର ଭାବରେ ଏହାକୁ ଗଢ଼ି ତୋଳିବାରେ ଆମେ ଗର୍ବ ଅନୁଭବ କରୁଛୁ । ରେନଲ୍ଟ ଆନ୍ତର୍ଜାତୀୟ ଗେମପ୍ଲାନ ୨୦୨୭ ନିୟୋଜନ କରିବା ଦିଗରେ ଚେନ୍ନାଇ ଠାରେ ଉଦ୍ଘାଟିତ ଏହି ନୂତନ ଡ଼ିଜାଇନ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।
ଆମର ବ୍ରାଣ୍ଡର ପୁନଃ-ସଂଜ୍ଞାକରଣ, ଉତ୍ପାଦନ ସ୍ଥିତି ମଜବୁତ କରିବା ଏବଂ ଦେଶରେ ଗ୍ରାହକ ଅଭିଜ୍ଞତାକୁ ସେମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ନେଇ ସେମାନଙ୍କର ଆଶା ପୂରଣ କରିବା ଇତ୍ୟାଦି ପାଇଁ ଆମେ ବଚନବଦ୍ଧ, ତେଣୁ ନିକଟରେ ଆମେ ଏକ ବିଶ୍ୱସ୍ତରୀୟ ଡ଼େବୁଟର ମୁକସାକ୍ଷୀ ରହିଛୁ ଯାହା ମଧ୍ୟରେ ରହିଛି ଚେନ୍ନାଇ, ଭାରତ ଠାରେ ଏକ ନୂତନ ‘ଆର ଷ୍ଟୋର’ର ପ୍ରତିଷ୍ଠା” ମତବ୍ୟକ୍ତ କରି କହିଛନ୍ତି, ଭେଙ୍କଟରାମ ମାମିଲାପାଲ୍ଲେ, କଣ୍ଟ୍ରି ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ, ରେନଲ୍ଟ ଇଣ୍ଡିଆ ଅପରେସନ ।
ଭାରତରେ ଏହି କାରପ୍ରସ୍ତୁତକାରୀ ଏହାର ୯୦% ପର୍ଯ୍ୟନ୍ତ ଆଞ୍ଚଳିକତାର ବଚନବଦ୍ଧତାକୁ ଦୃଢ଼ିଭୂତ କରି ମିଳିତ ଆନୁକୂଲ୍ୟରେ ଏକ ଉତ୍ପାଦନକାରୀ ପ୍ଲାଣ୍ଟ ଆରଏନଏଆଇପିଏଲ ମାଧ୍ୟମରେ ୧୦୦%ର ପ୍ରକଳ୍ପ କାମ ନିଜ ହାତକୁ ନେଇ ଏହାକୁ କାର୍ଯ୍ୟକାରୀ କରିବାର ଘୋଷଣା କରିଛନ୍ତି ।
ଡ଼ିଜାଇନ କେନ୍ଦ୍ରର ଅନାବରଣ ତଥା ରେନଲ୍ଟ ପୁନଃ-ବିଚାରର ରଣନୀତିଗୁଡ଼ିକ ଆନ୍ତର୍ଜାତୀୟ ଗେମପ୍ଲାନର କାର୍ଯ୍ୟକାରୀତା ଦିଗରେ ଅନେକ କିଛି ପ୍ରତିଫଳିତ କରିବା ସହିତ ଭାରତରେ ଏହାର ଦୃଷ୍ଟିଆକର୍ଷଣକୁ ଅଧିକ ବୃଦ୍ଧି କରିଛି । ଏଭଳି ଏକ ପ୍ରଯୁଜ୍ୟକାରୀ ପଦକ୍ଷେପ ଯାହାକି ରେନଲ୍ଟ ଗ୍ରୁପର ନିଜ ଘରୋଇ ମାଟିରେ ନିଜର ଦୃଢ଼ ଦକ୍ଷତାକୁ ନେଇ ଏହାର ଉଚ୍ଚାଭିଳାଷୀତାକୁ ପ୍ରସାରିତ କରିବା ଦିଗରେ ବ୍ୟବସ୍ଥିତ ପଥ ପରିଷ୍କାର କରିବ ଏଥିରେ କୌଣସି ଦ୍ୱିବିଧା ନାହିଁ । ୨୦୨୪ ମସିହାରେ ରେନଲ୍ଟ ସର୍ବୋଚ୍ଚ ଏପର୍ଯ୍ୟନ୍ତର କାର୍ଯ୍ୟକାରୀ ଲାଭାଂଶ ୪.୩ ବିଲିୟନ ପାଉର ସଫଳତା ପ୍ରାପ୍ତ କରିଥିବା ବେଳେ ଏହା ରାଜସ୍ୱର ୭.୬% ରହିଛି ଏବଂ ୫୬.୨ ବିଲିୟନ ପାଉର ଅଭିବୃଦ୍ଧି ଏଥିରୁ ଦୃଶ୍ୟମାନ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୭.୪% ଅଧିକ ଅଟେ ।
ଚେନ୍ନାଇ ଠାରେ ରେନଲ୍ଟ ଗ୍ରୁପର ଏକ ସର୍ବବୃହତ୍ ଆରଆଡ଼ି କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ଯାହାକି ବିଶ୍ୱସ୍ତରୀୟ ଅଟେ ଯେଉଁଠାରେ ପାଖାପାଖି ୧୦,୦୦ରୁ ଅଧିକ ଶକ୍ତିଶାଳୀ ଇଞ୍ଜିନିୟର ନିଯୁକ୍ତି ପାଇଛନ୍ତି । ଏହି ଇଞ୍ଜିନିୟମାନେ ସ୍ଥାନୀୟ ପ୍ରକଳ୍ପକୁ ସମର୍ଥନ କରିବା ସହିତ ବିଶ୍ୱସ୍ତରୀୟ ଅନେକଗୁଡ଼ିଏ ରଣନୀତିକୁ ଏଠାରେ ଗୁରୁତ୍ୱର୍ପୂ ଭାବରେ କାର୍ଯ୍ୟକାରୀ କରାଇପାରିଛନ୍ତି । ରେନଲ୍ଟ ମେଡ଼-ଇନ- ଇିଆ ଏହି ଦର୍ଶନକୁ ଆବୋରି ନେଇ ଏହାର ସମସ୍ତ ଯାନର ଅଂଶବିଶେଷର ଉକୁ ଏଠାରୁ ନେଇ ଯାନ ଉତ୍ପାଦନ ଦିଗରେ ବିଶ୍ୱସ୍ତରୀୟ ମାନ୍ୟତା ଆଣିପାରିଛି । ଏଠାରେ ରହିଥିବା ଏକ ବିରାଟକାୟ ତଥା ସର୍ମ୍ପୂ କାର୍ଯ୍ୟକାରୀତା କମ୍ପାନୀର ଭାରତୀୟ ବଜାରରେ ଏହାର ଅଭିବୃଦ୍ଧିକୁ ଆଲୋକପାତ କରିପାରିଛି । ଭାରତରେ ରେନଲ୍ଟ ୨୦୦୫ ମସିହାରୁ ଏହାର ଉପସ୍ଥିତି ଜାହିର କରିବା ସହିତ ମୁମ୍ବାଇଠାରେ ଏହାର ପ୍ରାରମ୍ଭିକ କାର୍ଯ୍ୟଧାରା ଆରମ୍ଭ କରିଛି ।

ନବୀନକରଣ ଏବଂ ବଜାର-ବିଶେଷତ୍ୱକାରୀ ଡ଼ିଜାଇନକୁ ନେଇ ଏକ ଉତ୍କୃଷ୍ଟ ଜ୍ଞାନକୌଶଳ ଉପଲବ୍ଧକାରୀ
ଚେନ୍ନାଇ ଠାରେ ଅବସ୍ଥାପିତ ରେନଲ୍ଟ ଡ଼ିଜାଇନ କେନ୍ଦ୍ର ବର୍ତ୍ତମାନ ୧,୫୦୦ଏମବ୍ଧ କୁ ପ୍ରସାରିତ ହେବା ସହିତ ନୂତନ ଆଧୁନିକ ଜ୍ଞାନକୌଶଳରେ ଏହାର ସମସ୍ତ ସାଜସଜା ଏକ ଅଲଟ୍ରା-ଆଧୁନିକ ପରିବେଶ ଯାହାକି ନବୀକରଣ ଏବଂ ସୃଜନଶୀତଳା ଦିଗରେ ଆଧୁନିକତାର ଛାପ ଛାଡ଼ିଛି ଏହାକୁ ଆଣିପାରିଛି । ଭାରତର ରେନଲ୍ଟ ଡ଼ିଜାଇନ କେନ୍ଦ୍ର ରେନଲ୍ଟର ସବୁଠାରୁ ଅଧିକ ଅତ୍ୟାଧୁନିକ ଜ୍ଞାନକୌଣଳ ଡ଼ିଜାଇନର ଅବସ୍ଥିତି ଅଟେ ଯେଉଁଠାରେ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରଦର୍ଶନୀସ୍ଥଳି ଯାହାକି ୩ଡ଼ି ମଡ଼େଲ ପାଇଁ ମୂଲ୍ୟାୟନ କରିପାରିଛି ଏହା ଭଚ୍ୟୁଆଲ ଭାବରେ ଏକ ନୂତନ ଅଭିଜ୍ଞତା ଆଣିବା ସହିତ ଆଗାମୀ ପିଢ଼ି ପାଇଁ ଏକ ଦୃଶ୍ୟମାନ ଷ୍ଟୁଡ଼ିଅ ସହିତ ଅତ୍ୟାଧୁନିକ ସଫ୍ଟୱେୟାର ଏବଂ ଡ଼ିଜିଟାଲ ଉପକରଣ ଏବଂ ଏକ ସମ୍ମିଳିତ ସୃଜନିଶୀଳତାର ଜୋନ ଭାବରେ ଯଥାକ୍ରମେ ଉନ୍ନତବୁଦ୍ଧିମତାରମସ୍ତିଷ୍କ, ସହ-ସୃଷ୍ଟିକାରୀତା ଏବଂ ଏକ ଆନନ୍ଦ ପରିବେଶର ଟିମୱାର୍କକୁ ନେଇ ଦେଶ ଏବଂ ବିିଦେଶରେ ସମସ୍ତଙ୍କୁ ଚକିତ କରିପାରିଛି । ଏଠାରେ ରହିଥିବା ଏକ ବିରାଟକାୟ ୮.୫ ମି. ୍ ୨.୪ମି. (୨ ୍ ୧୬/୯ ଫର୍ମାଟ) ଉଚ୍ଚମାନର ଦକ୍ଷତା ପ୍ରଦାନକାରୀ ଏଲଇଡ଼ି ୱାଲର ଡ଼ିସପ୍ଲେ ସମ୍ପୂର୍ଣ୍ଣ ଭାବରେ ଏକ ଉଚ୍ଚ ପ୍ରଭାବଶାଳୀ, ସ୍ୱଚ୍ଛ ଉପସ୍ଥାପନା ଯାହାକି ଉଭୟ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରକଳ୍ପ ଗୁଡ଼ିକ ଉପରେ ଦୃଷ୍ଟି ଆକର୍ଷଣ କରିପାରିଛି । ଏଠାରେ ୟୁରୋପୀୟ ଏବଂ ଭାରତୀୟ ଡ଼ିଜାଇନର ସୁସଙ୍ଗତା- ମିଶ୍ରଣକାରୀତା ଦେଖିବାକୁ ମିଳିଛି ।
ଏହି ଡ଼ିଜାଇନ କେନ୍ଦ୍ରର ଦର୍ଶନକୁ ଏହା ଯେଉଁ ଦିଗରେ ସଂଜ୍ଞାକରଣ କରିଛି ତଥା ଏକ ପ୍ରେରଣାଦାୟକ ଅର୍ଥପୂର୍ଣ୍ଣ କାର୍ଯ୍ୟସ୍ଥଳୀ ସୃଷ୍ଟି କରିଛି ସେଗୁଡ଼ିକ ହେଲା – କୌଶଳର ମିଳନ, ହାଲୁକା ମିଶ୍ରଣ, ଆଧୁନିକ ୟୁରୋପୀଆନ ସ୍ଥାପତ୍ୟ ସହିତ ଭାରତୀୟ ସାଂସ୍କୃତିକ ପ୍ରଭାବର ପୃଥକୀକରଣ ଇତ୍ୟାଦି ।
ରେନଲ୍ଟ ପୁନଃ-ବିଚାର ଭାରତରେ ରେନଲ୍ଟର ଏକ ଦୃôଢ଼ ଭବିଷ୍ୟତର ପ୍ରତୀକ
ଭାରତରେ ରେନଲ୍ଟ ଡ଼ିଜାଇ କେନ୍ଦ୍ରର ଉଦ୍ଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ରେନଲ୍ଟ ପୁନଃ-ବିଚାରର ଭାବନାକୁ ପ୍ରତୀୟମାନ କରିବା ସହିତ ଉଚ୍ଚମାନର ଜ୍ଞାନକୌଶଳର ବିଷୟବସ୍ତୁକୁ ଉପସ୍ଥାପିତ କରିବା ସହିତ ଭାରତରେ ରେନଲ୍ଟର ରୂପାନ୍ତରୀକରଣ ରଣନୀତି ସହିତ ଏହାର ସ୍ଥାପତ୍ୟର ଗଠନକୁ ଉଜ୍ଜିବୀତ କରିବାର ବଚନବଦ୍ଧତାକୁ ପୁନଃ ସଂଜ୍ଞାକରଣ କରିଛି ।
“ରେନଲ୍ଟ ପୁନଃ-ବିଚାର ସ୍ଥାପତ୍ୟ ଠାରୁ ମଧ୍ୟ ଅଧିକ ଅଟେ ଯାହାକି ଭାରତରେ ରେନଲ୍ଟର ଦୂରଦୃଷ୍ଟିତାକୁ ଆହୁରି ଅଧିକ ଦୃଢ଼ ଭାବରେ ପ୍ରତୀପାଦିତ କରିପାରିଛି । ଏହା ନବୀକରଣ ତଥା ଭାରତରେ କାର ଡ଼ିଜାଇନ କରିବାରେ ରହିଥିବା ବଚନବଦ୍ଧତାକୁ ଏକ ପ୍ରତୀକ ଭାବରେ ନେବା ସହିତ ଭାରତ ପାଇଁ ଏକ ନୂତନ ଯୁଗ ଆଣିପାରିଛି । ଏଭଳି ଏକ କଳାକୃତି ଦେଶର ଶକ୍ତିକୁ ଗତିଶୀଳ ଭାବରେ ଧରି ରଖିବା ସହିତ ଭବିଷ୍ୟତର ଗଠନ ପ୍ରଣାଳୀକୁ ଏବଂ ସର୍ବୋପରି ରେନଲ୍ଟର ଉଚ୍ଚାଭିଳାଷୀତାକୁ ଏକ ଉନ୍ମାଦନାଭରା ଜୟଯାତ୍ରାର ଅଂଶବିଶେଷ ଭାବରେ ରୂପ ଦେଇପାରିଛି” ମତ ଦେଇ କହିଛନ୍ତି, ଲରେନ୍ସ ଭାନ ଡ଼େନ ଆକର, ପ୍ରମୁଖ ଡ଼ିଜାଇନ ଅଧିକାରୀ, ରେନଲ୍ଟ ଗ୍ରୁପ ।
ରେନଲ୍ଟ ପୁନଃ-ବିଚାର ଭାସ୍କର୍ଯ୍ୟର ପ୍ରମୁଖ ବିଶେଷତ୍ୱ:
ଭାରତରେ ରେନଲ୍ଟ ପୁନଃ-ବିଚାର ଭାସ୍କର୍ଯ୍ୟ ଯେଉଁ ବିଶେଷ ଧାରାକୁ ଉପସ୍ଥାପିତ କରିଛି ସେଥିମଧ୍ୟରେ ରହିଛି ପ୍ରତୀକାତ୍ମକ ରୂପାନ୍ତରୀକରଣର, ନବୀକରଣ ତଥା ରେନଲ୍ଟ ଡ଼ିଜାଇନ ଭାଷାର ପରିବର୍ତ୍ତନକାରୀତା । ଗ୍ଲିଚ ସୌନ୍ଦର୍ଯ୍ୟକାରୀତା ତଥା କଳା ପ୍ରକ୍ରିୟା ଦ୍ୱାରା ଅଧିକ ଭାବରେ ପ୍ରଭାବିତ ହୋଇ ଏହା ନିରବଚ୍ଛିନ୍ନ ଅଗ୍ରଗତିକୁ ପ୍ରତିଫଳିତ କରିବା ସହିତ ସେହି ପରିବେଶକୁ ଦୃଷ୍ଟିକୁ ଆଣିଛି ଯାହା ମଧ୍ୟରେ ରହିଛି, ଅସମ୍ପୂର୍ଣ୍ଣ ପରିଚାଳନାର ସୃଜନଶୀଳତା ତଥା ଖଣ୍ଡବିଖଣ୍ଡିତ ହୋଇ ରହିଥିବା ବିଭିନ୍ନ କୃତିର ଉଦାସୀନତାର ବିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ।