ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପଙ୍କଜ ତ୍ରିପାଠୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତ ସହ ନୂଆ ବ୍ରାଣ୍ଡ୍ ଅଭିଯାନର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ବିଶିଷ୍ଟ ଅଭିନେତା ପଙ୍କଜ ତ୍ରିପାଠୀଙ୍‌କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯିବା ସହ ଏହାର ନୂଆ ବ୍ରାଣ୍ଡ୍ ଅଭିଯାନ “ଚୁନିୟେ ଭରୋସା, ଆପ୍‌ନୋ ସା’ ଉନ୍ମୋଚନ କରାଯାଇଛି। ପଙ୍କଜ ନିଜର ବିଶ୍ୱସନୀୟତା ପାଇଁ ଓ ସେହିପରି କମ୍ପାନି ବିଶ୍ୱାସ ଓ ସ୍ୱଚ୍ଛତା ପାଇଁ ପରିଚିତ ଥିବା ବେଳେ ଏହି ସହଯୋଗିତା ଉଭୟ ଗୁଣର ମିଶ୍ରଣ କରିଛି। ପଙ୍କଜଙ୍କ ଅମାୟିକ ବ୍ୟକ୍ତିତ୍ୱ ତାଙ୍କୁ ବ୍ରାଣ୍ଡ୍‌ର ମୂଳ ପ୍ରତିଶ୍ରୁତି “ବିଶ୍ୱାସ”ର ପ୍ରତୀକ ଭାବେ ଉଭା କରିଛି।
ବ୍ରାଣ୍ଡ୍‌ର ନୂଆ ଅଭିଯାନ “ଚୁନିୟେ ଭରୋସା, ଆପ୍‌ନୋ ସା” ଅଭିଯାନ ପରିବାର ସୁରକ୍ଷାର ବିଶ୍ୱସନୀୟ ସାଥୀର ପ୍ରତିଶ୍ରୁତି ଉପରେ ଆଲୋକପାତ କରୁଛି। ଏହି ଅଭିଯାନ ସେହି ସାମାଜିକ ପ୍ରତିଶ୍ରୁତି ଉପରେ ନିର୍ଭରଶୀଳ ଯାହା ଦୃଷ୍ଟି ଅଢୁଆଳରେ ନିରବଭାବେ, ନିତିଦିନିଆ ଆବଶ୍‌ୟକ କରୁଥିବା ଯତ୍ନ ତଥା ଛୋଟ ପଦକ୍ଷେପ ଓ ନିରନ୍ତର ଆଚରଣ ଦ୍ୱାରା ଗଠିତ ଯାହା ଦାୟିତ୍ୱବୋଧ, ସୁରକ୍ଷା ଓ ଅତୁଟ ସମ୍ପର୍କକୁ ପ୍ରତିଫଳିତ କରୁଛି।
ଏହି ବିଜ୍ଞାପନରେ ପଙ୍କଜଙ୍କୁ ପରିବାରର ଦୃଢ଼ ସ୍ତମ୍ଭ ଭାବେ ଦେଖାଯାଇଛି ଯିଏ ନିଜର ଆବଶ୍ୟକତା ସହ ଗଭୀର ଭାବେ ଜଡ଼ିତ ଥିବା ବେଳେ ଚିନ୍ତାଶୀଳ ଓ ନିତିଦିନିଆ ପଦକ୍ଷେପ ଜରିଆରେ ଦାୟିତ୍ୱବୋଧକୁ ପ୍ରକାଶ କରୁଛନ୍ତି। ତାଙ୍କ ଉପସ୍ଥିତି କରୁଣା, ପ୍ରତିବଦ୍ଧତା ଓ ଗୁଣାତ୍ମକ ମାନକୁ ପ୍ରତିଫଳିତ କରୁଛି ଯାହା ଭାରତୀୟ ପରିବାର ସହ ଦୃଢ଼ ଭାବେ ଜଡ଼ିତ।
ଆଜିର ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ସେହି ଦର୍ଶନ ବେଶ ପ୍ରାସଙ୍ଗିକ। ଏକ ଅନିଶ୍ଚିତ ପରିବେଶ, ବଢ଼ୁଥିବା ମେଡିକାଲ୍ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ସଚେତନା ବ୍ୟାପକ ସ୍ୱାସ୍ଥ୍‌୍ୟ ବୀମାକୁ ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ପରିଣତ କରିଛି। ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ସେହି ବର୍ଗକୁ ଉତ୍ପାଦ ନବସୃଜନ, ପ୍ରଯୁକ୍ତି ଓ ସ୍ୱଚ୍ଛ ଦାବି ସମାଧାନ ଜରିଆରେ ଅଧିକ ଅର୍ଥପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରୁଛି।
ଏହି ସହଯୋଗିତା ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “ଭାରତରେ ପରିବାରଗୁଡ଼ିକର ସ୍ୱାସ୍ଥ୍ୟସେବା ଓ ଆର୍ଥିକ ସୁରକ୍ଷାକୁ ଦେଖିବାର ଦୃଷ୍ଟିକୋଣ ବଦଳିଛି। ବର୍ଦ୍ଧିତ ମେଡିକାଲ୍ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ବ୍ୟାପକ ସ୍ୱାସ୍ଥ୍ୟ ବୀମା ବିକଳ୍ପ ବଦରେ ଆବଶ୍ୟକତାରେ ପରିଣତ ହୋଇଛି। “ଚୁନିୟେ ଭରୋସା, ଆପନୋ ସା” ଅଭିଯାନ ଜରିଆରେ ଓ ପଙ୍କଜ ତ୍ରିପାଠୀଙ୍କ ସହ ସହଯୋଗିତାକୁ ନେଇ ଆମେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟ ସୁରକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ବଢ଼ାଇବା ଓ ବୀମାକୁ ସହଜ, ସୁବିଧାରେ ଉପଲବ୍ଧ ଓ ଭାରତୀୟ ପରିବାରର ଉଦୀୟମାନ ଆବଶ୍ୟକତା ଲାଗି ପ୍ରତିକ୍ରିୟାଶୀଳ କରିବା ପାଇଁ ଆମ ପ୍ରତିବଦ୍ଧାତକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ।”
ଏସ୍‌ବିଆଇ ଜେନେରାଲ ଇନସ୍ୟୁରାନ୍ସର ବ୍ରାଣ୍ଡ୍ ଆମ୍ବାସାଡର ଶ୍ରୀ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ, “ସାଧାରଣ ବୀମା କ୍ଷେତ୍ରର ଅନ୍ୟତମ ଦୃଢ଼ ବ୍ରାଣ୍ଡ୍ ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ସହିତ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସହଯୋଗିତା କରିଥିବାରୁ ମୁଁ ରୋମାଂଚିତ। ଏଥିରେ ମୋତେ ଅଧିକ ଆକର୍ଷିତ କରିଥିଲା ତାହା ହେଉଛି ସୁରକ୍ଷା ପ୍ରଦାନ କରିବା ଏବଂ ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ବିଶ୍ୱାସକୁ ନେଇ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା। ଯାହା ମୋତେ ବହୁତ ଭଲ ଲାଗିଥିଲା ତାହା ହେଉଛି ଏହି ଅଭିଜାନର ହୃଦୟସ୍ପର୍ଶୀ ବ୍ୟାଖ୍ୟା “ଚୁନିୟେ ଭରୋସା, ଆପନୋ ସା”-ଏକ ପ୍ରତିଶ୍ରୁତି ଯାହା ଆତ୍ମୟତା, ଗଭୀର ଦାୟିତ୍ୱବୋଧ ଓ ଏକ ପରିବାର ତଥା ଆପଣାପଣର ଅତୁଟ ଭାବ। ଏହି ସିନେମା ଜରିଆରେ କମ୍ପାନି ସ୍ୱାସ୍ଥ୍ୟ ବୀମାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସମ୍ପର୍କରେ ଦେଶବ୍ୟାପୀ ସଚେତନତାକୁ ତ୍ୱରାନ୍ୱିତ କରିଛି ଯାହା ସାରା ଭାରତର ପରିବାରକୁ ଆବଶ୍ୟକତା ସମୟରେ ସୁରକ୍ଷିତ ରହିବାକୁ ସୁନିଶ୍ଚିତ କରୁଛି।”
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମାର୍କେଟିଂ ଓ ସିଏସ୍‌ଆର୍ ମୁଖ୍ୟ ଶ୍ରୀ ରାଥିନ ଲାହିରି କହିଛନ୍ତି ଯେ, “ଆମର ବ୍ରାଣ୍ଡ୍ ଆମ୍ବାସାଡର ହେବା ଓ ଆମ ନୂଆ ବ୍ରାଣ୍ଡ୍ ସିନେମାର ଚେହେରା ହେବା ପାଇଁ ପଙ୍କକ ତ୍ରିପାଠୀଙ୍କୁ ସ୍ୱାଗତ କରି ଆମେ ଉଲ୍ଲସିତ। ଏହି ବିଜ୍ଞାପନ ସାଧାରଣ ଜନତାଙ୍କ ହିରୋପଣର ଭାବକୁ ପାଳନ କରୁଛି ଯେଉଁଠାରେ ସେମାନେ ନିଜ ପରିବାରର ଗୁଣାତ୍ମକ ଜୀବନ ମାନରେ ଉନ୍ନତି ଆଣିବାକୁ ସବୁ କିଛି କରୁଛନ୍ତି ଯାହା ସ୍ୱାସ୍ଥ୍ୟ ବୀମା ଜରିଆରେ ସୁରକ୍ଷା ପ୍ରଦାନ କରିବା ପାଇଁ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କରୁଛି।”


Spread the love

Leave A Reply

Your email address will not be published.