ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ

Spread the love

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ଗୋଟିଏ ବର୍ଷ ପୂର୍ବରୁ ସମାନ ସମୟରେ ୨୬,୨୫୬ କୋଟି ଟଙ୍କା ଥିଲା। ନିୟମିତ ପ୍ରିମିୟମରେ କମ୍ପାନି ୧୫ ପ୍ରତିଶତର ବୃଦ୍ଧି ହାସଲ କରିଛି।
ସୁରକ୍ଷା ଉପରେ ସ୍ପଷ୍ଟ ଗୁରୁତ୍ୱ ସହ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏସବିଆଇ ଲାଇଫ୍‌ର ସୁରକ୍ଷାରେ ନୂଆ ବ୍ୟବସାୟ ପ୍ରିମିୟମ୍ ୩,୪୧୧ କୋଟି ଟଙ୍କା ହୋଇଛି। ଏଥିରେ କମ୍ପାନି ୨୨ ପ୍ରତିଶତ ବୃଦ୍ଧି ହାସଲ କରିଛି। ସୁରକ୍ଷ।। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିିମିୟମ ୬୫୧ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ୧୪ ପ୍ରତିଶତ ବୃଦ୍ଧି ପାଇ ୨୨,୫୪୫ କୋଟି ଟଙ୍କା ହୋଇଛି। ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତୀ ଲାଭ ୧୬୬୫ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ। କମ୍ପାନିର ସୋଲଭେନ୍ସି ରେସିଓ ୧.୯୧ ରହିଛି ଯାହା ବୈଧାନିକ ଆବଶ୍ୟକତା ୧.୫୦ଠାରୁ ଅଧିକ।
ଏସ୍‌ବିଆଇ ଲାଇଫ୍‌ର ଏୟୁଏମ୍ ପରିମାଣ ୧୬ ପ୍ରତିଶତ ବୃଦ୍ଧି ସହ ୫,୧୧,୭୦୮ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷ ଏହି ସମୟରେ ୪,୪୧,୬୭୮ କୋଟି ଟଙ୍କା ଥିଲା। କମ୍ପାନିର ଋଣ: ଇକ୍ୱିଟି ଅନୁପାତ ୫୯:୪୧ ରହିଛି ଏବଂ ୯୪.୯୭ ପ୍ରତିଶତ ଡେବ୍‌ଟ ନିବେଶକୁ ଏଏଏ ଓ ସୋଭରେନ୍ ଉପକରଣରେ ନିବେଶ କରାଯାଇଛି।
କମ୍ପାନିର ୩,୫୩,୫୦୬ ତାଲିମପ୍ରାପ୍ତ ବୀମା ପେସାଦାରଙ୍କ ଏକ ନେଟୱର୍କ ଥିବା ବେଳେ ସାରା ଦେଶରେ ଏହାର ୧୧୭୬ କାର୍ଯ୍ୟାଳୟ ରହିଛି। କମ୍ପାନିର ଦୃଢ଼ ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର, ପଏଂଟ୍ ଅଫ୍ ସେଲ୍ ପର୍ସନ, ବୀମା ମାର୍କେଟିଂ ସଂସ୍ଥା, ୱେବ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟ ମାଧ୍ୟମ ରହିଛି।
ଘରୋଇ ବଜାରରେ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ଓ ବ୍ୟକ୍ତିଗତ ରେଟେଡ୍ ପ୍ରିମିୟମରେ କମ୍ପାନିର ବଜାର ଅଂଶ ଯଥାକ୍ରମେ ୨୮.୧% ଓ ୨୫.୬% ରହିଛି। ବାର୍ଷିକ ପ୍ରିମିୟମ ଇକ୍ୱିଭାଲେଂଟ୍ ୧୬% ବୃଦ୍ଧି ପାଇ ୧୮,୫୧୯ କୋଟି ଟଙ୍କା ରହିଛି। ମୋଟ ନୂଆ ବ୍ୟବସାୟ ୬୮.୮% ବୃଦ୍ଧି ପାଇ ୧୦,୮୩,୩୬୦ କୋଟି ଟଙ୍କା ରହିଛି। ନୂଆ ବ୍ୟବସାୟ ମୂଲ୍ୟ ୧୭ ପ୍ରତିଶତ ବୃଦ୍ଧି ପାଇ ୫,୦୪୨ କୋଟି ଟଙ୍କା ରହିଛି। ଭାରତୀୟ ଏମ୍ବେଡେଡ୍ ମୂଲ୍ୟ ୧୮% ବୃଦ୍ଧି ପାଇ ୮୦,୧୨୯ କୋଟି ଟଙ୍କା ହୋଇଛି।


Spread the love

Leave A Reply

Your email address will not be published.