ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ବନାନ (ସ୍ପେଲିଂ) ପ୍ରତିଯୋଗିତା ଏସବିଆଇ ଲାଇଫ ସ୍ପେଲ ବି(SBI Life Spell Bee Season 15)ର ଗ୍ରାଣ୍ଡ ଫିନାଲେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମିର୍ଚି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ୧୫ତମ ସଂସ୍କରଣ ସମାପନ ହୋଇଛି। ମୁମ୍ବାଇର ପୱାଇ ଅଂଚଳର ବମ୍ବେ ସ୍କଟିସ ସ୍କୁଲର ୧୧ ବର୍ଷୀୟ ଛାତ୍ର ଅଭିକ ଅଗ୍ରୱାଲ ‘ଭାରତର ସ୍ପେଲ ମାଷ୍ଟର’ ମୁକୁଟ ହାସଲ କରିଛନ୍ତି। ଏହି ସମ୍ମାନଜନକ ଜାତୀୟ ପ୍ରତିଯୋଗିତାରେ ଦେଶର ୩୦୦ ସ୍କୁଲରୁ ୧.୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
SBI Life Spell Bee Season 15 ଗ୍ରାଣ୍ଡ ଫିନାଲେକୁ ଟେଲିଭିଜନ ଉପସ୍ଥାପିକା, ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର ଶ୍ରୀମତୀ ମନ୍ଦିରା ବେଦୀ ପରିଚାଳନା କରିଥିଲେ। ଏଥିରେ ବନାନ ସଠିକତା, ଶବ୍ଦାବଳି ଓ ଉପସ୍ଥିତ ବୁଦ୍ଧିକୁ ନେଇ ଅନେକ ପ୍ରତିଯୋଗିତାପୂର୍ଣ୍ଣ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଲକ୍ଷେ୍ନ୍øର ଦି ମିଲେନିୟମ ସ୍କୁଲର ୧୩ ବର୍ଷୀୟ ଛାତ୍ର କୁଷାଗ୍ର ପାଣ୍ଡେ ପ୍ରଥମ ରନର୍ସ-ଅପ ହୋଇଥିବା ବେଳେ ଜୟପୁରର ପ୍ରତାପ ନଗରରେ ଥିବା ଭାରତୀୟ ବିଦ୍ୟା ଭବନର ୧୩ ବର୍ଷୀୟ ଜାସ୍ମିନ ଜୋୱାଲ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ।

ଜାତୀୟ ବିଜେତା ଅଭିକ ଅଗ୍ରୱାଲଙ୍କୁ ୧,୦୦,୦୦୦ ଟଙ୍କାର ନଗଦ ରାଶି ପୁରସ୍କାର ଦିଆଯାଇଥିବା ବେଳେ ହଂକଂର ଡିଜନିଲ୍ୟାଣ୍ଡକୁ ଯିବା ପାଇଁ ତାଙ୍କର ସବୁ ଖର୍ଚ୍ଚକୁ ବହନ କରାଯିବ। ଚଳିତ ସଂସ୍କରଣର ବିଷୟବସ୍ତୁ ଥିଲା ‘ବି ସ୍ପେଲିଓନେୟାର’ ଯାହା ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ଜ୍ଞାନ ଓ ଭାଷା ଦକ୍ଷତାକୁ ଦୀର୍ଘକାଳୀନ ମୂଲ୍ୟ ଭାବେ ଉପସ୍ଥାପନ କରିଥିଲା। ଛାତ୍ରଛାତ୍ରୀଙ୍କ ମନରେ ବିଶ୍ୱାସ ଗଢ଼ିବା, ଭାବ ପ୍ରକାଶରେ ସ୍ପଷ୍ଟତା ଓ ଗୁରୁତ୍ୱପୂର୍ଣ୍ଣ ଭାବନାରେ ବନାନ ଓ ଶବ୍ଦାବଳିର ଭୂମିକାକୁ ତାହା ଦର୍ଶାଇଥିଲା। ଏହି ଅଭିଯାନ ଜରିଆରେ ଏସବିଆଇ ଲାଇଫ ଏକ ଢ଼ାଂଚାଗତ ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ଶ୍ରେଣୀ ଗୃହ ବାହେଲରେ ଶିକ୍ଷାଦାନକୁ ଉତ୍ସାହିତ କରୁଥିବା ବେଳେ ଆମ ଭବିଷ୍ୟତର ଲିଡରମାନଙ୍କ ସାମଗ୍ରିକ ବିକାଶକୁ ସମର୍ଥନ କରୁଛି।
ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ର ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, ‘ଜ୍ଞାନ ଓ ପ୍ରତିଭାକୁ ବଢ଼ାଉଥିବା ନୂଆ ଶବ୍ଦ ବିଷୟରେ ଅବଗତ କରି ଓ ଶବ୍ଦାବଦଳୀକୁସମୃଦ୍ଧ କରି ଆମ ଭବିଷ୍ୟତର ଲିଡରମାନଙ୍କ ପାଇଁ ବୌଦ୍ଧିକ ସଂପତି ସୃଷ୍ଟି କରିବାରେ ଆମ ଉଦ୍ୟମକୁଏସବିଆଇ ଲାଇଫ ସ୍ପେଲ ବିର ବିଷୟବସ୍ତୁ ‘ବି ସ୍ପେଲିଓନେୟାର’ ପ୍ରତିଫଳିତ କରୁଛି। ଭାଷାର ଏହି ବଢ଼ୁଥିବା ସମୃଦ୍ଧତା ବିଶ୍ୱାସ ଓ ସ୍ପଷ୍ଟତା ବଢ଼ାଉଥିବା ବେଳେ ଯୁବ ସ୍ପେଲିଓନେୟାରମାନଙ୍କୁ ଦେଶ ଓ ନିଜ ପାଇଁ ଏକ ଉତମ ଭବିଷ୍ୟତ ଗଢ଼ିବା ଲାଗି ସେମାନଙ୍କ ଭାବନା ଓ ଲକ୍ଷ୍ୟ ପରିପ୍ରକାଶ କରିବାରେ ସଶକ୍ତ କରୁଛି। ଏସବିଆଇ ଲାଇଫରେ ଆମେ ପ୍ରଗତିର ଭାବକୁ ‘ନିଜ ପାଇଁ ନିଜର ଲୋକମାନଙ୍କ ପାଇଁ’ ଭାବେ ବର୍ଣ୍ଣନା କରୁଛୁ।
ଏସବିଆଇ ଲାଇଫ ସ୍ପେଲ ବି ଭଳି ପ୍ଲାଟଫର୍ମ ଆଗ୍ରହ, ପ୍ରତିଯୋଗିତା ଓ ବିଶ୍ୱାସ ଭଳି ଗୁଣ ଜରିଆରେ ଯୁବ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ୁଛି ଯାହା ଏକ ବିଶ୍ୱାସନୀୟ ଦେଶ ଗଢ଼ିବା ଲାଗି ମୁଳଦୁଆ ଅଟେ। ଏସବିଆଇ ଲାଇଫ ସ୍ପେଲ ବିର ୧୫ତମ ସଂସ୍କରଣରେ ଦେଶବ୍ୟାପୀ ଉତ୍ସାହଜନକ ଅଂଶଗ୍ରହଣକୁ ନେଇ ଆମେ କୃତଜ୍ଞ ଏବଂ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରଦର୍ଶନ ଆମ ଭବିଷ୍ୟତ ଲିଡରମାନଙ୍କ ସମ୍ଭାବନାର ଝଲକ ଦେଖାଉଛି।’’
Also Read: ଏସବିଆଇ ଲାଇଫ୍ ପକ୍ଷରୁ ‘ଏସବିଆଇ ଲାଇଫ୍ – ସ୍ମାର୍ଟ ପ୍ଲାଟିନା ଆଡଭାଣ୍ଟେଜ୍’ର ଶୁଭାରମ୍ଭ
ଏସବିଆଇ ଲାଇଫ ସ୍ପେଲ ବି ସିଜନ ୧୫ର ‘ସ୍ପେଲ ମାଷ୍ଟର ଅଫ ଇଣ୍ଡିଆ’ ଅଭିକ ଅଗ୍ରୱାଲ କହିଛନ୍ତି ଯେ, ସାରା ଦେଶରୁ ଏତେ ସଂଖ୍ୟାରେ ପିଲାମାନଙ୍କୁ ଭେଟିବା ଉତ୍ସାହଜନକ ଥିଲା ଏବଂ ମୁଁ ଅନେକ ଅଭିଜ୍ଞତା ହାସଲ କରିଛି। ଏହି ସୁଯୋଗ ଓ ପ୍ଲାଟଫର୍ମ ଯୋଗାଇ ଦେଇଥିବାରୁ ଆୟୋଜକଙ୍କ ନିକଟରେ ମୁଁ କୃତଜ୍ଞ।”
ଏଂଟରନେଟମେଂଟ ନେଟୱର୍କ (ଇଣ୍ଡିଆ) ଲିମିଟେଡର ସିଇଓ ଶ୍ରୀ ୟତିସ ମେହରିଶି କହିଛନ୍ତି ଯେ, “ସ୍ପେଲ ବିର ସିଜନ ୧୫ରେ ଦେଶର ଚମତ୍କାର ଯୁବ ବନାନକାରୀମାନଙ୍କୁ ଦେଖିବାକୁ ମିଳିଥିଲା। ନୂଆ ଗେମିଫାଏଡ ଫର୍ମାଟ ଓ ଚମତ୍କାର ଫିନାଲେ ଅନୁଭୂତି ଆମକୁ ଛାତ୍ରଛାତ୍ରୀମାନଙ୍କ ସହ ଅଧିକ ଗଭୀର ଭାବେ ଯୋଡ଼ିହେବାରେ ସହଯୋଗ କରିଥିଲା। ସ୍ପେଲ ବିକୁ ଭାରତର ସର୍ବବୃହତ ବନାନ ଶୁଦ୍ଧି ପ୍ରତିଯୋଗିତାରେ ପରିଣତ କରିବା ଲାଗି ସ୍କୁଲ, ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ନିରନ୍ତର ସମର୍ଥନକୁ ଦେଖି ଆମେ ଉତ୍ସାହିତ। ସ୍ପେଲ ବି ଭଳି ପରୀକ୍ଷାମୂଳକ ଅଭିଯାନ ଜରିଆରେ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବାକୁ ମିର୍ଚି ପ୍ରତିବଦ୍ଧ ରହିଛି।”
ସ୍ପେଲ ବିର ଜାତୀୟ ଗ୍ରାଣ୍ଡ ଫିନାଲେକୁ ଜିଓହଟଷ୍ଟାର, ନିକେଲୋଡିଅନର ସିମୁଲକାଷ୍ଟ, ନିକ ଏଚଡି+ ଓ ସୋନିକରେ ପ୍ରସାରଣ କରାଯିବ।
Also Read: ଏନବିବିଏଲ୍ ଭାରତ କନେକ୍ଟ ମାଧ୍ୟମରେ ସରଳୀକୃତ ଇଭ-ୱାଲେଟ୍ ରିଚାର୍ଜ ସହିତ ଗମନାଗମନ କ୍ଷେତ୍ରକୁ ସୁଦୃଢ଼ କରୁଛି