Shadowfax Technologies Limited IPO: ସ୍ୟାଡୋଫ୍ୟାକ୍ସ ଟେକ୍ନୋଲୋଜିସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୬ ଜାନୁଆରି ୨୦ରେ ମଙ୍ଗଳବାର ଖୋଲିବ
ଭୁବନେଶ୍ୱର: ସ୍ୟାଡୋଫ୍ୟାକ୍ସ ଟେକ୍ନୋଲୋଜିସ୍ ଲିମିଟେଡ(Shadowfax Technologies Limited (The “Company”)ର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ ଆଇପିଓ(IPO) ୨୦୨୬ ଜାନୁଆରି ୨୦ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ତାହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୬ ଜାନୁଆରି ୧୯ ଗୁରୁବାର ଦିନ ବିଡ୍ ଦାଖଲ କରିପାରିବ । ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୬ ଜାନୁଆରି ୨୨ ଗୁରୁବାର।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୧୮ ଟଙ୍କାରୁ ୧୨୪ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୧୨୦ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ସେଥିରେ ୧୨୦ଟି ଲେଖାଏଁ ସେୟାର ଯୋଡ଼ିପାରିବେ । ଏହି ଅଫରର ଆକାର ୧୯୦୭.୨୭ କୋଟି ଟଙ୍କା ରହିଛି। ସେଥିରୁ ୧୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୯୦୭.୨୭ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE)ରେ ତାଲିକାଭୁକ୍ତ କରାଯିବ। ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍।
Also Read: କ୍ରୋମା ପକ୍ଷରୁ ବ୍ଲକ୍ବଷ୍ଟର୍ ରିପବ୍ଲିକ୍ ଡେ ସେଲ୍ର ଶୁଭାରମ୍ଭ; ଆପଲ୍, ସାସମଙ୍ଗ ଉପରେ ଆକର୍ଷଣୀୟ ଡିଲ
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) SEBI ନିୟମ ଅନୁସାରେ ଏହି ଇସ୍ୟୁର ୭୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କୁ ଆବଂଟନ କରିବାକୁ ରଖାଯିବ । କମ୍ପାନି ପକ୍ଷରୁ ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନାରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ସମାନୁପାତିକ ଭିତିରେ ପ୍ରଦାନ କରାଯାଇପାରିବ । ତାହାର ଏକ ତୃତୀୟାଂଶ ଭାଗ ଘରୋଇ ମ୍ୟୁଚୁଆଲ ଫଣ୍ଡଙ୍କୁ ପ୍ରଦାନ କରାଯିବ। ଇସ୍ୟୁର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକ ଓ ୧୦ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ପାଇଁ ରଖାଯିବ ।