ଭୁବନେଶ୍ୱର: ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ରୂପାନ୍ତରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଫାଇନାନ୍ସ ଯୋଗାଇ ଦେବା ପାଇଁ ଚକ୍ର-ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ବିକଶିତ ଭାରତ ୨୦୪୭ ପ୍ରତି ଏହାର ପ୍ରତିବଦ୍ଧତା ଜଣାଇଛି। ଏହି କେନ୍ଦ୍ର ପରବର୍ତ୍ତୀ ପିଢ଼ି, ପ୍ରଯୁକ୍ତି ଆଧାରିତ ଏବଂ ସ୍ଥାୟିତ୍ୱ ଉପରେ ଧ୍ୟାନ ଦେଉଥିବା ଉଦୀୟମାନ କ୍ଷେତ୍ରଗୁଡ଼ିକୁ ପାଣ୍ଠି ପ୍ରଦାନ କରିବ।
ଏହି ପୁଞ୍ଜି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଦାୟିତ୍ୱବାନ ଭାବେ ପାଣ୍ଠି ପ୍ରଦାନ କରି, ବିପଦ ଆକଳନ ଦକ୍ଷତାକୁ ଦୃଢ଼ କରିବ ଏବଂ ଉଦୀୟମାନ ବ୍ୟବସାୟ ମଡେଲ ଓ ନୀତି ନିୟମ ପ୍ରାଥମିକତା ଅନୁସାରେ ଅଭିନବ ଫାଇନାନ୍ସ ଢ଼ାଂଚାକୁ ସମନ୍ୱିତ କରିବା ଉପରେ ଷ୍ଟେଟ୍ ବ୍ୟାଙ୍କ ଗୁରୁତ୍ୱାରୋପ କରୁଛି।
ଏସବିଆଇ ଅଧ୍ୟକ୍ଷ ଶ୍ରୀ ଚେଲ୍ଲା ଶ୍ରୀନିବାସୁଲୁ ସେଟ୍ଟିଙ୍କ ଉପସ୍ଥିତିରେ ଏହି କେନ୍ଦ୍ରକୁ ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗରାଜୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକମାନେ ଏବଂ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ଓ ବିଶ୍ୱସ୍ତରୀୟ ବ୍ୟାଙ୍କ, ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ, ଆର୍ôଥକ ଅନୁଷ୍ଠାନ, ଶିଳ୍ପ ସଂଘ ଓ ଅନ୍ୟ ପ୍ରମୁଖ ଅଂଶୀଦାରଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଅବସରରେ ଭାରତ ସରକାରଙ୍କ ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗରାଜୁ କହିଛନ୍ତି ଯେ, “ଚକ୍ର-ଉତ୍କର୍ଷ କେନ୍ଦ୍ର ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଚମତ୍କାର ଅଭିଯାନ। ଏହି କେନ୍ଦ୍ରର ଲକ୍ଷ୍ର ହେଉଛି ଜ୍ଞାନ ଆଦାନପ୍ରଦାନ, ପ୍ରକଳ୍ପ ଅନୁଶୀଳନ, ଦକ୍ଷତା ଗଠନ ଓ ପ୍ରମାଣ ଆଧାରିତ ନୀତି ଆଲୋଚନା ଆଦି ସହ ଏକ ସମନ୍ୱିତ ପ୍ଲାଟଫର୍ମରେ ପରିଣତ ହୋଇ ଭାରତର ପ୍ରଗତିକୁ ଅର୍ଥପୂର୍ଣ୍ଣ ଢଙ୍ଗରେ ବିକଶିତ ଭାରତ ୨୦୪୭ ଆଡ଼କୁ ଅଗ୍ରସର କରାଇବା।”
ଏହି କେନ୍ଦ୍ର ଅକ୍ଷୟ ଶକ୍ତି, ଆଡଭାନ୍ସଡ ସେଲ କେମିଷ୍ଟ୍ରି ଆଣ୍ଡ ବ୍ୟାଟେରି ଷ୍ଟୋରେଜ, ଇଲେକ୍ଟ୍ରିକ ଗମନାଗମନ, ଗ୍ରିନ ହାଇଡ୍ରୋଜନ, ସେମିକଣ୍ଡକ୍ଟର, ଡିକାର୍ବନାଇଜେସନ, ସ୍ମାର୍ଟ ଭିତ୍ତିଭୂମି ଓ ଡାଟା ସେଂଟର ଭିତ୍ତିଭୂମି ଭଳି ଆଠଟି ଉଦୀୟମାନ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିବ। ଏହି କ୍ଷେତ୍ରଗୁଡ଼ିକ ଭାରତର ଅର୍ଥନୈତିକ ଭବିଷ୍ୟତକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୩୦ ସୁଦ୍ଧା ଏହି ଆଠଟି ଉଦୀୟମାନ କ୍ଷେତ୍ର ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆବଶ୍ୟକ କରୁଛନ୍ତି। ଏହି କେନ୍ଦ୍ର ସେହି ବିପୁଳ ନିବେଶକୁ ସକ୍ଷମ କରିବ।
ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଚେଲ୍ଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି ଯେ, “ଆଗାମୀ ଦଶନ୍ଧିରେ ଭାରତର ଅଭିବୃଦ୍ଧି ନବସୃଜନ, ସ୍ଥାୟିତ୍ୱ ଓ ଅତ୍ୟାଧୁନିକ ବିନିର୍ମାଣ ଦ୍ୱାରା ପରିଚାଳିତ ହେବ। ଚକ୍ର ସହିତ ଉଦୀୟମାନ କ୍ଷେତ୍ରକୁ ବୁଝିବାରେ ନିଜର ସଂସ୍ଥାଗତ ଦକ୍ଷତାକୁ ଏସବିଆଇ ସୁଦୃଢ଼ କରୁଥିବା ବେଳେ ସ୍ୱତନ୍ତ୍ର ଫାଇନାନ୍ସ ସମାଧାନ ପ୍ରସ୍ତୁତ କରୁଛି ଏବଂ ଭାରତର ବିକାଶ ଯାତ୍ରା ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଥିବା ପ୍ରକଳ୍ପଗୁଡ଼ିକୁ ସକ୍ଷମ କରିବା ପାଇଁ ବ୍ୟବସ୍ଥା ସହ ସହଯୋଗିତା କରୁଛି। ଏହି ଉତ୍କର୍ଷ କେନ୍ଦ୍ର ନୂଆ ପିଢ଼ିର ପ୍ରଯୁକ୍ତି ଓ ଜଳବାୟୁ ଫାଇନାନ୍ସରେ ଏସବିଆଇର ନେତୃତ୍ୱକୁ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ଭାରତର ସମନ୍ୱୟକୁ ବଢ଼ାଉଥିବା ବେଳେ ବିକଶିତ ଭାରତ ୨୦୪୭ ଆଡ଼କୁ ପ୍ରଗତିକୁ ତ୍ୱରାନ୍ୱିତ କରୁଛି।”
ଚକ୍ର ପକ୍ଷରୁ ଶ୍ୱେତପତ୍ର, କ୍ଷେତ୍ର ଭିତ୍ତିକ ରିପୋର୍ଟ, ଜ୍ଞାନ ସିରିଜ, ଶିଳ୍ପ ରାଉଣ୍ଡଟେବୁଲ ଓ ନୀତି ଆଲୋଚନା ଜରିଆରେ କ୍ଲାଏଂଟ, ନିବେଶକ ଓ ନୀତି ନିର୍ଧାରକମାନଙ୍କ ପାଇଁ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିବ। ବିକାଶମୂଳକ ଫାଇନାନ୍ସ ଅନୁଷ୍ଠାନ, ବହୁମୁଖୀ ଏଜେନ୍ସି, ବ୍ୟାଙ୍କ, ଏନବିଏଫସି, ଶିଳ୍ପ ସଂଘ, କର୍ପୋରେଟ, ଷ୍ଟାର୍ଟଅପ, ଶିକ୍ଷାନୁଷ୍ଠାନ ଓ ନୀତି ବିଚାରକ ସଂସ୍ଥା ସହ ଏହା ଢ଼ାଂଚାଗତ ଆଲୋଚନାର ସୁବିଧା ପ୍ରଦାନ କରିବ। ଚକ୍ର ଜରିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭାରତର ସ୍ଥାୟୀ ଓ ପ୍ରଯୁକ୍ତି ଆଧାରିତ ଭବିଷ୍ୟତକୁ ଆଗକୁ ବଢ଼ାଉଥିବା କ୍ଷେତ୍ରକୁ ପୁଞ୍ଜି ପ୍ରବାହରେ ଉନ୍ନତି ଆଣିବା ଲାଗି ଦୃଢ଼ ଦକ୍ଷତା ଗଠନ କରିବା ଏବଂ ନବସୃଜନ ଆଧାରିତ ସଂସ୍ଥାଗୁଡ଼ିକୁ ସମର୍ଥନ ଦେବାକୁ ଲକ୍ଷ୍ୟ ରଖିଛି।