ଟାଟା ଏଆଇଏ ପକ୍ଷରୁ ଏନ୍‌ହାନ୍‌ସଡ୍ ଭାଲ୍ୟୁ ଇଣ୍ଡେକ୍ସ ଫଣ୍ଡ୍‌ସର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ନିବେଶକମାନେ ଶୃଙ୍ଖଳିତ ରଣନୀତି ଜରିଆରେ ଦୀର୍ଘକାଳୀନ ସଂପତ୍ତି ଗଠନ କରିବାର ଉପାୟ ଖୋଜୁଛନ୍ତି। ଘରୋଇ ଇକ୍ୱିଟି ଅଂଶଗ୍ରହଣ ରେକର୍ଡ ସ୍ତରରେ ପହଂଚିଥିବା ବେଳେ ପରିବାର ସଂପତ୍ତି ପାରମ୍ପରିକ ସଂପତ୍ତିଠାରୁ ଆଗକୁ ବଢ଼ିବ ବଜାର ସହ ଯୋଡ଼ିହୋଇଥିବା ଉପକରଣରେ ପହଂଚିଛି। ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ଗଠନ କରିବାରେ ଇଣ୍ଡେକ୍ସ ଆଧାରିତ ନିବେଶ ପସନ୍ଦର ମାଧ୍ୟମ ଭାବେ ଉଭା ହୋଇଛି।
ସେହି ପରିବର୍ତ୍ତନକୁ ନଜରରେ ରଖି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ (ଟାଟା ଏଆଇଏ) ପକ୍ଷରୁ ଭାଲ୍ୟୁ ନିବେଶ ଉପରେ ଗୁରୁତ୍ୱାରୋପ କରୁଥିବା ଦୁଇଟି ନୂଆ ପାଣ୍ଠି ଆରମ୍ଭ କରାଯାଇଛି। ଏହି ରଣନୀତିରେ ସେହି କମ୍ପାନିଗୁଡ଼ିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ଯେଉଁଠାରେ ସେମାନଙ୍କ ବର୍ତ୍ତମାନ ମୂଲ୍ୟ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁନାହିଁ। ପ୍ରମୁଖ ଆର୍ଥିକ ମାନଦଣ୍ଡ ଆଧାରରେ ଚୟନ କରାଯାଇଥିବା ୫୦ଟି ବୃହତ୍‌, ମଧ୍ୟମ ଓ ସ୍ମଲ-କ୍ୟାପ୍ କମ୍ପାନିକୁ ନେଇ ଗଠିତ ସୂଚୀକୁ ଅନୁସରଣ କରି ଏହି ପାଣ୍ଠିଗୁଡ଼ିକ ନିବେଶକମାନଙ୍କୁ ସମ୍ଭାବ୍ୟ ଭବିଷ୍ୟତର ନେତୃତ୍ୱଙ୍କ ଅଭିବୃଦ୍ଧି କାହାଣୀର ଅଂଶ ହେବାରେ ସହାୟକ ହେବ ଓ ତାହା ସହିତ ସେମାନଙ୍କୁ ଜୀବନ ବୀମାର ସୁରକ୍ଷା ପ୍ରଦାନ କରିବ।
ଟାଟା ଏଆଇ ଲାଇଫ୍ ଏନ୍‌ହାନ୍‌ସଡ୍ ଭାଲ୍ୟୁ ଇଣ୍ଡେକ୍ସ ଫଣ୍ଡ୍ ନିବେଶକମାନଙ୍କୁ ଏକ ସ୍ୱଚ୍ଛ ସୂଚୀ ପଦ୍ଧତିରେ ଚୟନ କରାଯାଇଥିବା ୫୦ଟି କମ୍ପାନିର ମୂଲ୍ୟ ଆଧାରିତ ସୁବିଧା ପ୍ରଦାନ କରିବ। ପିଲାଙ୍କ ପାଠପଢ଼ା ଯୋଜନା, ସମ୍ପତ୍ତି ଗଢ଼ିବା ଏବଂ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ଭଳି ସଂପତ୍ତି ସୃଷ୍ଟି ଲକ୍ଷ୍ୟ ପାଇଁ ଏହା ଉପଯୁକ୍ତ। ଟାଟା ଏଆଇଏ ଲାଇଫ୍‌ର ୟୁନିଟ୍ ଲିଙ୍କଡ୍ ଜୀବନ ବୀମା ସମାଧାନ ଜରିଆରେ ଏହା ଜୀବନ ବୀମା ସୁରକ୍ଷା ମଧ୍ୟ ପ୍ରଦାନ କରିବ।
ଟାଟା ଏଆଇଏ ଏନ୍‌ହାସଡ୍ ଭାଲ୍ୟୁ ଇଣ୍ଡେକ୍ସ ପେନ୍‌ସନ୍ ଫଣ୍ଡ୍ ସ୍ୱତନ୍ତ୍ର ଭାବେ ଟାଟା ଏଆଇଏ ଲାଇଫ୍‌ର ୟୁନିଟ୍ ଲିଙ୍କ୍‌ଡ ପେନ୍‌ସନ୍ ସମାଧାନରେ ସ୍ୱତନ୍ତ୍ର ଭାବେ ଉପଲବ୍ଧ ହେବ। ଚିନ୍ତାମୁକ୍ତ ଅବସର ଚାହୁଥିବା ଗ୍ରାହକମାନଙ୍କ ପାଇଁ ଏହି ଫଣ୍ଡ୍ ଉପଯୁକ୍ତ। ଏହା ଦୀର୍ଘକାଳୀନ ଇକ୍ୱିଟି ଅଭିବୃଦ୍ଧି ସମ୍ଭାବନା ସହିତ ଜୀବନ ବୀମା ସୁରକ୍ଷାକୁ ଯୋଡ଼ି ପଲିସିଧାରକମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଅବସରକାଳୀନ ପାଣ୍ଠି ଗଢ଼ିବାକୁ ସକ୍ଷମ କରୁଥିବା ବେଳେ ସେମାନଙ୍କ ପରିବାରର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରୁଛି।
ନୂଆ ଫଣ୍ଡ୍ ଅଫର ୨୦୨୫ ଫେବ୍ରୁଆରି ୯ରୁ ୧୬ ପର୍ଯର୍୍ୟନ୍ତ ଚାଲିବ ଏବଂ ୨୦୨୬ ଫେବ୍ରୁଆରି ୧୬ରେ ୧୦ ଟଙ୍କାରେ ଏନ୍‌ଏଭି ଜାରି କରାଯିବ। ଏହାକୁ ବିଏସ୍‌ଇ ୫୦୦ ଏନ୍‌ହାନ୍‌ସଡ୍ ଭାଲ୍ୟୁ ୫୦ କଷ୍ଟମାଇଜଡ୍ ଇଣ୍ଡେକ୍ସରେ ବେଂଚମାର୍କ କରାଯିବ। ଏହି ଫଣ୍ଡ୍‌ରେ ୭୦-୧୦୦ ପ୍ରତିଶତ ରାଶିକୁ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଉପକରଣ ଓ ୦-୩୦ ପ୍ରତିଶତ ରାଶିକୁ ନଗଦ ଓ ମନି ମାର୍କେଟ୍ ଉପକରଣରେ ଆବଂଟନ କରାଯିବ।
ଏ ସମ୍ପର୍କରେ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ମୁଖ୍ୟ ନିବେଶ ଅଧିକାରୀ ହର୍ଷଦ ପାଟିଲ କହିଛନ୍ତି ଯେ, “ସମୟ ଗଡ଼ିବା ସହିତ ଧୈର୍ଯ୍ୟ ଓ ଶୃଙ୍ଖଳାର ଲାଭ ଇକ୍ୱିଟି ବଜାରରେ ମିଳିଥାଏ। ଅଧିକାଂଶ ନିବେଶକ ଷ୍ଟକ୍ ଚୟନ ଓ ବଜାରର ଉଚିତ୍ ସମୟକୁ ନେଇ ସଂଘର୍ଷ କରନ୍ତି। ଆମର ଏନ୍‌ହାନ୍‌ସଡ୍ ଭଲ୍ୟୁ ଇଣ୍ଡେକ୍ସ ରଣନୀତି ଏକ ବ୍ୟବସ୍ଥିତ, ମୂଳଦୁଆ ଆଧାରିତ ଆଭିମୁଖ୍ୟ ଜରିଆରେ ତାହାକୁ ସରଳ କରିଛି। ଏହି ନୂଆ ଫଣ୍ଡଗୁଡ଼ିକ ଦୀର୍ଘକାଳୀନ ଇକ୍ୱିଟି ନିବେଶକୁ ଅଧିକ ସ୍ୱଚ୍ଛ, ପାଖରେ ପହଂଚିବା ଏବଂ ପ୍ରତ୍ୟେକଙ୍କ ପାଇଁ ସିଧାସଳଖ କରିବାକୁ ଲକ୍ଷ୍ୟ ରଖିଛି।”


Spread the love

Leave A Reply

Your email address will not be published.