ଟାଟା ଷ୍ଟିଲ ପକ୍ଷରୁ ତୃତୀୟ ତ୍ରୈମାସିକରେ ୮୨୫% ବୃଦ୍ଧି ସହ ୨୭୩୦ କୋଟି ଟଙ୍କାର ନିଟ ଲାଭ ହାସଲ

Spread the love

ଭୁବନେଶ୍ୱର, ୦୭/୦୨/୨୦୨୬: ଟାଟା ଷ୍ଟିଲ ପକ୍ଷରୁ ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକରେ ୨୭୩୦ କୋଟି ଟଙ୍କାର ନିଟ ଲାଭ ହାସଲ କରାଯାଇଛି। ଏହା ଗତବର୍ଷ ତୁଳନାରେ ୮୨୫% ବୃଦ୍ଧି ପାଇଛି। ୨୦୨୫ ଅକ୍ଟୋବର–ଡିସେମ୍ବର ତିନି ମାସରେ କମ୍ପାନିର ଆୟ ୫୭,୦୦୨ କୋଟି ଟଙ୍କା ଏବଂ ଏବିଡଟା ୮୩୦୯ କୋଟି ଟଙ୍କା ହୋଇଛି। ଏବିଡଟା ଗତ ବର୍ଷ ତୁଳନାରେ ୩୯% ବୃଦ୍ଧି ପାଇଛି।

ଭାରତରେ କମ୍ପାନିର ଆୟ ୩୫,୭୨୫ କୋଟି ଟଙ୍କା ଓ ଏବିଡଟା ୮୨୯୨ କୋଟି ଟଙ୍କା ହୋଇଛି ଯାହା ୨୩% ମାର୍ଜିନ ସୃଷ୍ଟି କରିଛି। ଅଶୋଧିତ ଇସ୍ପାତ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୨% ବଢ଼ି ୬.୩୪ ନିୟୁତ ଟନ୍ ହୋଇଛି ।

ନେଦରଲ୍ୟାଣ୍ଡସରେ କମ୍ପାନିର ଆୟ ୧୩୫୪ ନିୟୁତ ୟୁରୋ ଓ ଏବିଡଟା ୫୫ ନିୟୁତ ୟୁଟୋ ହୋଇଛି। ତରଳ ଇସ୍ପାତ ଉତ୍ପାଦନ ୧.୬୮ ନିୟୁତ ଟନ୍ ଓ ଯୋଗାଣ ୧.୪୦ ନିୟୁତ ଟନ୍ ହୋଇଛି।ବ୍ରିଟେନରେ କମ୍ପାନିର ଆୟ ୪୬୮ ନିୟୁତ ପାଉଣ୍ଡ ଓ ଡେଲିଭାରି ୦.୫୨ ନିୟୁତ ଟନ୍ ରହିଛି।
କମ୍ପାନି ଏହି ତିନି ମାସରେ ପୁଞ୍ଜି ବ୍ୟୟ ୩୨୯୧ କୋଟି ଟଙ୍କା ଏବଂ ୯ ମାସରେ ୧୦,୩୭୦ କୋଟି ଟଙ୍କା ରହିଛି । ନିଟ୍ ଋଣ ତ୍ରୟମାସିକ ଭିତ୍ତିରେ ୫୨୦୬ କୋଟି ଟଙ୍କା ହ୍ରାସ ପାଇଁ ୮୧,୮୩୪ କୋଟି ଟଙ୍କା ହୋଇଛି।

ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି. ଭି. ନରେନ୍ଦ୍ରନ କହିଛନ୍ତି ଯେ, “ଆମର ବିଶ୍ୱ ପରିଚାଳନା ପରିବେଶ ଟାରିଫ୍‌, ଭୂ-ରାଜନୈତିକ ପରିବର୍ତନ ଏବଂ ନୀତି ପାର୍ଥକ୍ୟ ଯୋଗୁ ପ୍ରଭାବିତ ହେଉଛି। ଟାଟା ଷ୍ଟିଲ ଏହି ତିନି ମାସରେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଛି, ଯେଉଁଥିରେ ଭାରତରେ ଅଶୋଧିତ ଉତ୍ପାଦନ ୧୨% ବୃଦ୍ଧି ପାଇଥିବାବେଳେ ଯୋଗାଣ ବିଗତ ବର୍ଷ ତୁଳନାରେ ୧୪% ହାରରେ ଅଧିକ ବଢ଼ି ପ୍ରଥମ ଥର ପାଇଁ ଏକ ତିନି ମାସରେ ୬ ନିୟୁତ ଟନ୍ ସୀମା ଅତିକ୍ରମ କରିଛି”।

ଟାଟା ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ମୁଖ୍ୟ ଆର୍ôଥକ ଅଧିକାରୀ ଶ୍ରୀ କୌଶିକ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ “ଏକ ଅହ୍ୱାନପୂର୍ଣ୍ଣ ପରିଚାଳନା ପରିବେଶ ସତ୍ତ୍ୱେ ଟାଟା ଷ୍ଟିଲ ସ୍ଥିର ପ୍ରଦର୍ଶନ ଦେଇଛି । ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ନଅ ମାସ ପାଇଁ, ଏବିଟଡା ମାର୍ଜିନ ବିଗତ ବର୍ଷ ତୁଳନାରେ ପ୍ରାୟ ୩୦୦ ବିପିଏସ୍ ବୃଦ୍ଧି ପାଇଛି, ଯାହା ଶକ୍ତିଶାଳୀ କାର୍ଯ୍ୟାନୁଷ୍ଠାନ ନିଷ୍ପାଦନ ଏବଂ ନିରନ୍ତର ଖର୍ଚ୍ଚ ଅନୁଶାସନକୁ ପ୍ରତିଫଳିତ କରୁଛି। ତିନି ମାସ ମଧ୍ୟରେ କମ୍ପାନୀ ଏକୀକୃତ ଏବିଟଡା ୮୩୦୯ କୋଟି ଟଙ୍କା ହୋଇଥିଲା ଯାହାର ମାର୍ଜିନ ପ୍ରାୟ ୧୫% ।”


Spread the love

Leave A Reply

Your email address will not be published.