ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ

Spread the love

 

ଭୁବନେଶ୍ୱର: ପ୍ରଯୁକ୍ତି ଆଧାରିତ ବୀମା ବଂଟନ ପ୍ଲାଟଫର୍ମ ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି।
ଟର୍ଟଲମିଂଟ ମୁଖ୍ୟତଃ ଭାରତରେ ବୀମା ବଂଟନ ଶିଳ୍ପରେ ପରିଚାଳନା ହେଉଛି। କମ୍ପାନିର ପ୍ଲାଟଫର୍ମ ଗ୍ରାହକ, ବୀମା ପରାମର୍ଶଦାତା ଓ ବୀମା କମ୍ପାନି ମଧ୍ୟରେ ସଂଯୋଗ ସ୍ଥାପନ କରୁଛି। ୨୦୧୫ରେ ଟର୍ଟଲମିଂଟ ପ୍ରଥମ କମ୍ପାନି ଭାବେ ପଏଂଟ ଅଫ ସେଲ ପର୍ସନ ବଂଟନ ମଡେଲ ଆରମ୍ଭ କରିଥିଲା ଏବଂ ଏହାର ସର୍ବବୃହତ ସାର୍ଟିଫାଏଡ ପିଓଏସପି ନେଟୱର୍କ ରହିଛି।
ବୀମାର ଉତ୍ପାଦର ବଂଟନ ପାଇଁ ଆଇଆରଡିଏଆଇର ବାଧ୍ୟତାମୂଳକ ସାର୍ଟିଫିକେସନ ସମ୍ପୂର୍ଣ୍ଣ କରିଥିବା ଲୋକମାନଙ୍କୁ ‘ପିଓଏସପି’ କୁହାଯାଉଛି। କମ୍ପାନିର ଆପ ଟର୍ଟଲମିଂଟ ପ୍ରୋରେ ୬୦୩,୩୦୨ ଡିଜିଟାଲ ସହଯୋଗୀ ରହିଥିବା ବେଳେ ସେଥିରୁ ୪୮୪,୮୩୨ ଜଣ ହେଉଛନ୍ତି ପିଓଏସ୍ପି। କମ୍ପାନିର ପ୍ରଯୁକ୍ତି ପ୍ଲାଟଫର୍ମ ଗ୍ରାହକମାନଙ୍କୁ ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେଉଛି।
କମ୍ପାନି ପକ୍ଷରୁ ସାଧାରଣତଃ ସ୍ୱାସ୍ଥ୍ୟ, ଜୀବନ ବୀମା ଓ ମୋଟର ଯାନ ବୀମା ଉତ୍ପାଦ ବଂଟନ କରାଯାଉଛି। ୨୦୨୨ ଏପ୍ରି ୧ରୁ ସେପ୍େଟମ୍ବର ୩୦ ମଧ୍ୟରେ କମ୍ପାନି ୧୯.୬୮ ନିୟୁତ ବୀମା ପଲିସି ବିକ୍ରି କରିଛି। ବୀମା ପଲିସି ବ୍ୟତୀତ ଏହାର ପ୍ଲାଟଫର୍ମରେ ମ୍ୟୁଚୁଆଲ ଫଣ୍ଡ ଓ କ୍ରେଡିଟ କାର୍ଡ ଉତ୍ପାଦ ମଧ୍ୟ ରହିଛି।
ଟର୍ଟଲମିଂଟ ଇନସ୍ୟୁରାନ୍ସ ବ୍ରୋକିଂ ସର୍ଭିସେସ ଲିମିଟେଡ ହେଉଛି ଏହାର ଏକ ସମ୍ପୂର୍ଣ୍ଣ ସହାୟକ କମ୍ପାନି ଯାହା ବ୍ୟାପକ ବୀମା ବ୍ରୋକର ଭାବେ ଆଇଆରଡିଏଆଇରେ ପଞ୍ଜୀକୃତ ରହିଛି। ଟର୍ଟଲମିଂଟ ମ୍ୟୁଚୁଆଲ ଫଣ୍ଡ ପ୍ରାଇଭେଟ ଲିମିଟେଡ ହେଉଛି ଏହାର ସମ୍ପୂର୍ଣ୍ଣ ସହାୟକ କମ୍ପାନି ଯାହା ଆସୋସିଏସନ ଅଫ ମୁଚ୍ୟୁଆଲ ଫଣ୍ଡସ ଇନ ଇଣ୍ଡିଆ (ଆମ୍ଫି)ରେ ପଞ୍ଜୀକୃତ ରହିଛି।
କମ୍ପାନି ପକ୍ଷରୁ ଏହି ଇସ୍ୟୁରେ ୬୬୦.୭ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୨୮,୬୦୮,୯୯୨ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।


Spread the love

Leave A Reply

Your email address will not be published.