BHIM Payments Appରେ UPI Circle ସ୍ୱୀକୃତିପ୍ରାପ୍ତ ୟୁପିଆଇ ପେମେଂଟକୁ ସହଜ ଓ ସୁରକ୍ଷିତ କରିଛି

Spread the love

ଭୁବନେଶ୍ବର: ନିକଟରେ ଭିମ ପେମେଂଟସ ଆପ(BHIM Payments App) ପକ୍ଷରୁ ୟୁପିଆଇ ସର୍କଲ(UPI Circle) ସୁବିଧା ଆରମ୍ଭ କରାଯାଇଛି ଯାହାକୁ ଏହି ଉଦ୍ଦେଶ୍ୟ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରାଥମିକ ସଦସ୍ୟ ନିଜର ବିଶ୍ୱସନୀୟ ସହଯୋଗୀଙ୍କୁ ପେମେଂଟକୁ ନିୟନ୍ତ୍ରଣ କରିବା ଅନୁମତି ଦେଇପାରିବେ। ସେଥିରେ ସ୍ପଷ୍ଟ ସୀମା ନିର୍ଦ୍ଧାରଣ ହେବ, ପେମେଂଟକୁ ସେ ସମ୍ପୂର୍ଣ୍ଣ ଦେଖିପାରିବେ ଏବଂ ସୁରକ୍ଷା ଓ ଦାୟିତ୍ୱବୋଧ ବଜାୟ ରହିଥିବାର ଆରାମ ନିଶ୍ଚିତ ହୋଇପାରିବ। ଆଜିର ଦିନରେ ଘର ଚଳାଇବାର ଅର୍ଥ ହେଉଛି ନିଜ ପେମେଂଟ୍ ବ୍ୟତୀତ ଆହୁରି ବହୁତ କିଛିର ପରିଚାଳନା କରିବା। ପିଲାମାନଙ୍କ ନିତିିଦିନିଆ ଖର୍ଚ୍ଚର ସଂଯୋଜନା କରୁଥିଲେ, ବୟସ୍କ ପିତାମାତାଙ୍କୁ ସହଯୋଗ କରୁଥିଲେ କିମ୍ବା ନିୟମିତ ଖର୍ଚ୍ଚ ପରିଚାଳନା ପାଇଁ ବିଶ୍ୱସନୀୟ ଷ୍ଟାଫଙ୍କୁ ଆପଣ ସକ୍ଷମ କରିପାରିବେ। ଡିଜିଟାଲ ପେମେଂଟ ଏହାକୁ ପୂର୍ବାପେକ୍ଷା ଅଧିକ ସହଜ କରିଥିଲେ ମଧ୍ୟ ଏବେବି ବହୁତ ପରିବାର ପାଇଁ ନିୟନ୍ତ୍ରଣ ନ ହରାଇ ଡିଜିଟାଲ ସୁବିଧାକୁ ଗ୍ରହଣ କରିବା ପାଇଁ ଅଧିକ ଢ଼ାଂଚାଗତ ମାଧ୍ୟମର ଆବଶ୍ୟକତା ରହିଛି।

ନିୟନ୍ତ୍ରଣାଧୀନ ଓ ସୁରକ୍ଷିତ ଭାବେ ଦାୟିତ୍ୱ ନ୍ୟସ୍ତ କରି ୟୁପିଆଇ ସର୍କଲ ସେହି ଅଭାବକୁ ପୂରଣ କରୁଛି। ଏହା ପ୍ରାଥମିକ ବ୍ୟବହାରକାରୀଙ୍କୁ ପ୍ରାଥମିକ ବ୍ୟବହାରକାରୀଙ୍କ ବ୍ୟାଙ୍କ ଖାତାରୁ ନିର୍ଧାରିତ ସୀମା ଓ ପୂର୍ଣ୍ଣ ଦୃଶ୍ୟମାନତା ସହ ୟୁପିଆଇ ପେମେଂଟ କରିପାରିବ ପାଇଁ ମାଧ୍ୟମିକ ବ୍ୟବହାରକାରୀଙ୍କୁ ସ୍ୱୀକୃତି ଦେଇପାରୁଛନ୍ତି। ଏହା ମିଳିତ ଭାବେ ଘର କାମରେ ଡିଜିଟାଲ ପେମେଂଟକୁ ବ୍ୟବହାର କରିବା ଅଧିକ ବାସ୍ତବ କରିଛି ଯେଉଁଥିର ୟୁପିଆଇ ପିନ, ପାସୱାର୍ଡ କିମ୍ବା ଡିଜାଇସ ସେୟାର କରିବାକୁ ପଡ଼ିବ ନାହିଁ।

Also Read : ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ(SHG) ସଶକ୍ତିକରଣ ପାଇଁ Spice Money ଜିଏଫଟିଏନ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ MoU ସ୍ୱାକ୍ଷରିତ; ଫିନଟେକ୍ ଏବଂ ଇନସୁରଟେକ୍ ସ୍ନାତକଙ୍କ ପ୍ରଥମ ବ୍ୟାଚ୍‌କୁ ନିଯୁକ୍ତି

ୟୁପିଆଇ ସର୍କଲ(UPI Circle) କ’ଣ?
ୟୁପିଆଇ ସର୍କଲ ହେଉଛି ଏକ ସୁବିଧା ଯେଉଁଥିରେ ୟୁପିଆଇ ପ୍ଲାଟଫର୍ମରେ ବିଶ୍ୱସନୀୟ ସର୍କଲ ସୃଷ୍ଟି କରିବା ଏବଂ ପରିବାର ସଦସ୍ୟ କିମ୍ବା ବିଶ୍ୱସନୀୟ ଲୋକଙ୍କୁ ପେମେଂଟ କରିବା ପାଇଁ ସ୍ୱୀକୃତି ଦେବାର ସୁବିଧା ମିଳୁଛି। ଜଣେ ପ୍ରାଥମିକ ବ୍ୟବହାରକାରୀ ପାଂଚ ଜଣ ପର୍ଯ୍ୟନ୍ତ ମାଧ୍ୟମିକ ବ୍ୟବହାରକାରୀଙ୍କୁ ଯୋଡ଼ିପାରିବେ ଏବଂ ପୂର୍ବ ନିର୍ଦ୍ଧାରଣ ସୀମା ଅନୁସାରେ ପ୍ରାଥମିକ ବ୍ୟବହାରକାରୀଙ୍କ ୟୁପିଆଇ ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତାରେ କାରବାର କରିପାରିବେ। ଏହି ସର୍କଲରେ ମାଧ୍ୟମିକ ବ୍ୟବହାରକାରୀ ନିଜର ୟୁପିଆଇ ଆଇଡି ସୃଷ୍ଟି କରିପାରିବେ ଯାହା ସେମାନଙ୍କୁ ପ୍ରାଥମିକ ବ୍ୟବହାରକାରୀ ଧାର୍ଯ୍ୟ କରିଥିବା ସୀମା ଭିତରେ ସ୍ୱାଧୀନ ଭାବେ ପେମେଂଟ କରିବାର ସୁବିଧା ପ୍ରଦାନ କରିବ।

ୟୁପିଆଇ ସର୍କଲ କିଭଳି କାର୍ଯ୍ୟ କରିଥାଏ?
ନିୟନ୍ତ୍ରଣ ନ ହରାଇ ପେମେଂଟ କରିବାର ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ୟୁପିଆଇ ସର୍କଲ ଏକ ଢ଼ାଂଚାଗତ ଉପାୟ ପ୍ରଦାନ କରିବ। ପ୍ରାଥମିକ ବ୍ୟବହାରକାରୀଙ୍କ ବ୍ୟାଙ୍କ ଖାତାରୁ ୟୁପିଆଇ ପେମେଂଟ କରିବା ପାଇଁ ପ୍ରାଥମିକ ବ୍ୟବହାରକାରୀ ମାଧ୍ୟମିକ ବ୍ୟବହାରକାରୀଙ୍କୁ ସ୍ୱୀକୃତି ଦେଇପାରିବେ। ପ୍ରାଥମିକ ସଦସ୍ୟ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିପାରିବେ ଏବଂ ପେମେଂଟ କରିବା ପାଇଁ ଏକ ମାସରୁ ପାଂଚ ବର୍ଷ ଅବଧି ପର୍ଯ୍ୟନ୍ତ ଅନୁମତି ଦେଇପାରିବେ। ମାଧ୍ୟମିକ ସମସ୍ୟ କରୁଥିବା ପ୍ରତିଟି ପେମେଂଟ ପ୍ରାଥମିକ ସଦସ୍ୟଙ୍କୁ ଦେଖାଯିବ ଯାହା ସ୍ୱଚ୍ଛତା ଓ ସ୍ପଷ୍ଟ ଅଡିଟ୍ ଟ୍ରେଲ୍ ସୃଷ୍ଟି କରିବ।

Also Read : ଆନ୍ଧ୍ରର ସରକାରୀ ସଂସ୍ଥା ଏଏମଟିଜେଡ ସହିତ ନାରାୟଣ ସେବା ସଂସ୍ଥାନର ୫-ବର୍ଷିଆ ବୁଝାମଣା

ୟୁପିଆଇ ସର୍କଲ୍ କେତେ ସୁରକ୍ଷିତ?
ସୁରକ୍ଷା ସହିତ ସାଲିସ ନ କରି ସ୍ୱୀକୃତି ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ୟୁପିଆଇ ସର୍କଲ୍‌କୁ ପ୍ରସ୍ତୁତ କରାଯାଇଛି। ସବୁ କିଛି ପ୍ରାଥମିକ ସଦସ୍ୟଙ୍କ ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ସେ କାରବାରକୁ ଦେଖିପାରିବେ, ନଥିର ସମୀକ୍ଷା କରିପାରିବେ, ଅନୁମତିରେ ପରିବର୍ତ୍ତନ କରିପାରିବେ ଏବଂ ଯେକୌଣସି ସମୟରେ ସୁବିଧାକୁ ପ୍ରତ୍ୟାହାର କରିପାରିବେ। ୟୁପିଆଇ ପିନ ପ୍ରଦାନ କରିବା ଭଳି ଅଣସଂଗଠିତ କାମକୁ ବଦଳାଇ ୟୁପିଆଇ ସର୍କଲ ବିପଦକୁ କମ କରିବା ସହ ଦୈନନ୍ଦିନ ସୁବିଧାକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି।

ୟୁପିଆଇ ସର୍କଲ କିଭଳି ଦୈନନ୍ଦୀନ ସ୍ଥିତି ସହ ଖାପ ଖାଇଥାଏ ।

ବରିଷ୍ଠ ନାଗରିକଙ୍କ ପାଇଁ: ୟୁପିଆଇ ସର୍କଲ ବରିଷ୍ଠ ନାଗରିକମାନଙ୍କୁ ବିଶ୍ୱାସର ସହ ଦୈନନ୍ଦୀନ ଛୋଟମୋଟ ପେମେଂଟ କରିବାକୁ ସକ୍ଷମ କରିବ ଯେଉଁଠାରେ ପରିବାର ସଦସ୍ୟମାନେ ପେମେଂଟ ସୀମା ଧାର୍ଯ୍ୟ କରିବେ ଏବଂ ସୁରକ୍ଷା ଓ ସହାୟତା ଦୃଷ୍ଟିରୁ ବ୍ୟୟର ନିରୀକ୍ଷଣ କରିପାରିବେ।
ପିଲା ଓ ଛାତ୍ରଛାତ୍ରୀଙ୍କ ପାଇଁ: କିଶୋରକିଶୋରୀ ଓ ପିଲାମାନଙ୍କୁ ଡିଜିଟାଲ ପକେଟ ଖର୍ଚ୍ଚ ପ୍ରଦାନ କରିବା ପାଇଁ ଅଭିଭାବକମାନେ ୟୁପିଆଇ ସର୍କଲକୁ ବ୍ୟବହାର କରିପାରିବେ ଏବଂ ଦୈନନ୍ଦୀନ ଓ ଶିକ୍ଷା ସମ୍ପର୍କିତ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବେ। ପୂର୍ବରୁ ନିର୍ଧାରିତ ସୀମା ସହ ବାରମ୍ବାର ଟଙ୍କା ନ ପଠାଇ ଯୋଜନାବଦ୍ଧ ଭାବେ ପେମେଂଟ କରିହେବ।
କ୍ଷୁଦ୍ର ବ୍ୟବସାୟ ପାଇଁ: ଦୋକାନ ମାଲିକ ଓ କ୍ଷୁଦ୍ର ଅପରେଟରମାନେ ନିଜ ଷ୍ଟାଫମାନଙ୍କୁ ଇନ୍ଧନ, ଟୋଲ କିମ୍ବା ସ୍ଥାନୀୟ କିଣାକିଣି ପାଇଁ ଅନୁମତି ଦେଇପାରିବେ ଓ ବ୍ୟୟର ସ୍ପଷ୍ଟ ରେକର୍ଡ ରଖିପାରିବେ।
ପରିବାର ପାଇଁ ଡିଜିଟାଲ ସ୍ତରର ବ୍ୟବହାରିକ ସୁବିଧା: ବ୍ୟାଙ୍କ ବିବରଣୀ, ୟୁପିଆଇ ପିନ କିମ୍ବା ଡିଜାଇସ ପ୍ରଦାନ ନ କରି କର୍ମଜୀବୀମାନେ ଆପ ସହ ଅଳ୍ପ ପରିଚିତ ଥିବା ନିର୍ଭରଶୀଳ ଲୋକମାନଙ୍କୁ ସହଯୋଗ କରିପାରିବେ।

Also Read :SBI General Insurance: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅନ୍ତର୍ଗତ ‘ମେରି ପଲିସି ମେରେ ହାତ’ ଅଭିଯାନରେ ସାମିଲ


Spread the love

Leave A Reply

Your email address will not be published.