ଭୁବନେଶ୍ଵର,୧୭/୦୨:ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ସନାତନ ମହାକୁଡ଼।ମୁଁ ନବୀନ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ।କାହିଁକି ସେମାନଙ୍କ ରାଗ ଜାଣିନାହିଁ କହିଲେ ସନାତନ।ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ।ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି, ଲୋକଙ୍କ ପାଇଁ କାମ କରିବି।ମୁଖ୍ୟମନ୍ତ୍ରୀ ହେଲେ ମୋ ସାନ ଭାଇ।ଜିଲ୍ଲାର ବିକାଶ ପାଇଁ ମୁଁ ତାଙ୍କ ସହିତ କଥା ହେବିନି କି ପଚାରିଲେ।ମୁଁ ବିଜେଡି ଫେରିବା ଆଶା ନାହିଁ ବୋଲି କହିଲେ ସନାତନ ମହାକୁଡ଼।